ତାଳଚେର ତା ୦୩/୦୬ ରେଳଲାଇନ୍ ଟ୍ରାଫିକ୍ ପରିଚାଳନା ତୃଟିପୂର୍ଣ୍ଣ ଓ ମରାମତି ଅଭାବରୁ ବାହାନଗା ଠାରେ ରେଳ ଦୁର୍ଘଟଣା ଘଟି ୩ଶହରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କ ମୃତ୍ୟୁ ଓ ହଜାର ଯାତ୍ରୀ ଆହାତ ହୋଇଛନ୍ତି । ରେଳ ଉଦ୍ଧାରକାରୀ ଦଳ ବିଳମ୍ବରେ ପଂହଚିଲେ, ଏହାର ଉଚ୍ଚ ଅଧିକାରୀଙ୍କୁ ନେଇ କମିଟି ଗଠନ କରି ସେମାନଙ୍କ ପରାମର୍ଶ ଅନୁସାରେ ପଦକ୍ଷେପ ନେବାକୁ, ଏହା ସହିତ ଖୋର୍ଦ୍ଧାରୁ ଭୂବନେଶ୍ୱର, ସମ୍ବଲପୁର ଠାରେ ରିଲିଫ୍ ଓ ଉଦ୍ଧାର ପାଇଁ ସ୍ୱତନ୍ତ୍ର ରିଲିଫ୍ ଟ୍ରେନ ରଖାଯାଉ ଏବଂ ଦାୟୀତ୍ୱରେ ଥିବା ଟ୍ରାଫିକ୍ ଅଧିକାରୀଙ୍କୁ ଚାକିରୀ ତୁରନ୍ତ ବହିଷ୍କାର କରାଯାଉ ବୋଲି ପୂର୍ବତନ ପାଲହଡ଼ା ବିଧାୟକ ବିଭୂରେନ୍ଦୁ ପ୍ରତାପ ଦାସ ମୃତ ବ୍ୟକ୍ତିଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ମୃତବ୍ୟକ୍ତିଙ୍କର ପରିବାରକୁ ସମବେଦନା ଜଣାଛନ୍ତି ବୋଲି ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ସେହିପରି ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ଅମରଆତ୍ମାର ସଦଗତି ନିମନ୍ତେ ଆଜି ହାଟତୋଟା ସ୍ଥିତ ମୁକ୍ତାଟେକ୍ସଟାଇଲ୍ ଠାରେ ମୁକ୍ତ ଆକାଶତଳେ ଏଥିନେଇ ତାଳଚେରବାସୀଙ୍କ ତରଫରୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏକତ୍ରିତ ହୋଇ ମୃତବ୍ୟକ୍ତିଙ୍କ ସଦଗଦି କାମନା କରିବ ସହ ଗଭୀର ଶୋକବ୍ୟକ୍ତ କରି ୧ମିନିଟ୍ ନିରୋବ ପ୍ରାର୍ଥନା କରିଛନ୍ତି । ଏହି ଶୋକସଭାରେ ପୂର୍ବତନ ଟ୍ରକମାଲିକସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଜନବିକାଶ କଲ୍ୟଶଣ ସଭାପତି ଭୂପେନ ଥମ୍ବ, ସିତି ବାରିକ୍, କଂଗ୍ରେସ୍ କୃଷକ ମୋର୍ଚ୍ଚା ସଭାପତି ଦାସରଥି ସାହୁ, ସନ୍ତୋଷ ମହାପାତ୍ର, ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
