Odisha news

ଶ୍ରୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ର ମ୍ୟାନେଜର ଭାବେ ହଂକଂ ଗ୍ରସ୍ତ କରିବେ।

0
ଫୁଲବାଣୀ ତା. ୩।୬,ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ ଦ୍ୱରା କନ୍ଧମାଳ ଜିଲ୍ଲା କ୍ରୀଡା ସଂଘ ର ସାଧାରଣ ସମ୍ପାଦକ  ତଥା ଜିଲ୍ଲା ର ବରିଷ୍ଠ କ୍ରିକେଟର ଶ୍ରୀ ଶିବପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଦଳ ର ମ୍ୟାନେଜର ଭାବେ ନିଯୁକ୍ତ ହେଇଛନ୍ତି | ଆସନ୍ତା ଗୁରୁବାର ଦିନ ଭାରତୀୟ ମହିଳା କ୍ରିକେଟ ଦଳ ବାଙ୍ଗାଲୋର ଠାରୁ ହଂକଂ ଗସ୍ତ କରି ସେଠାରେ ଏସିଆ କପ ଚାମ୍ପିଅନସିପ ରେ ଭାଗନେବ | ଉକ୍ତ ଚାମ୍ପିଅନସିପ ରେ ଭାରତ ସହ ଅନ୍ୟ ସାତଟି ଏସୀୟ ମହାଦେଶୀୟ ଦଳ ହଂକଂ, ବାଂଲାଦେଶ, ଥାଇଲାଣ୍ଡ , ପାକିସ୍ତାନ, ଶ୍ରୀଲଙ୍କା , ମାଲେସିଆ, ଇଉନାଇଟେଡ଼ ଆରବ ଇମିରାତ ଆଦି ଦେଶର ଖେଳାଳି ମାନେ  ଭାଗ ନେବେ | ଏହି ମ୍ଯାଚ୍ ଆସନ୍ତା ୧୨ ତାରିଖ ରୁ ଆରମ୍ଭ ହୋଇ ୨୧ ତାରିଖ ରେ ଫାଇନାଲ ଖେଳ ଅନୁଷ୍ଠିତ ହେବ |ତାଙ୍କର ଏହି ନିଯୁକ୍ତି ପାଇଁ
ଶିବପ୍ରସାଦ ତ୍ରିପାଠୀ, ଓଡିଶା କ୍ରିକେଟ ଆସୋସିଏସନ ସଭାପତି ଶ୍ରୀ ପ୍ରଣବ ପ୍ରକାଶ ଦାସ , ସମ୍ପାଦକ ଶ୍ରୀ ସଞ୍ଜୟ ବେହେରା ଓ ବିସିସିଆଇ କୁ ଧନ୍ୟବାଦ ଜଣାଇଛନ୍ତି |
ସେ ତାଙ୍କ ଛାତ୍ର ଜୀବନରୁ ଜଣେ ଉଚ୍ଚକୋଟୀର କ୍ରିକେଟର ଭାବେ ଜିଲ୍ଲା ଚଥା ରାଜ୍ୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ। ଏଥସହିତ ସେ ପୂର୍ବରୁ ଓଡିଶା କ୍ରିକେଟ ଆସୋସିଏସନ ର ଯୁଗ୍ମ ସମ୍ପାଦକ ପଦବୀରେ ମଧ୍ଯ ଦୀର୍ଘ ସମୟ ଧରି କାର୍ଯ୍ୟ କରିଛନ୍ତି ଏବଂ ପୁର୍ବରୁ ସେ ଅନେକ ଆନ୍ତର୍ଜାତିକ କ୍ରିକେଟ ମ୍ୟ|ଚ ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ ଦ୍ୱାରା ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇ ଦକ୍ଷତା ର ସହିତ କାମ କରି ଆସୁଛନ୍ତି |ତାଙ୍କୁ ଏଥିପାଇଁ ଜିଲ୍ଲା ଓ ରାଜ୍ୟ ସ୍ତରରୁ ଅନେକ ଶୁଭେଚ୍ଛା ର ସୁଅ ଛୁଟିଛି।

Leave A Reply