Odisha news

ପ୍ରଗତି ପକ୍ଷରୁ ସ୍ୱେରେଜ ଟ୍ରିଟ୍‌ମେଂଟ୍ ପ୍ଲାଂଟ କାର୍ଯ୍ୟକ୍ଷମ କରିବାକୁ ନେଇ ଉପଜିଲ୍ଳାପାଳଙ୍କୁ ଦାବିପତ୍ର

0

ତାଳଚେର ତା ୦୩/୦୬ ଏମସିଏଲ ତରଫରୁ ଅନନ୍ତ କଲୋନୀ ନିକଟରେ ଥିବା ଏସଟିପି ସାଉଥ ବଲଣ୍ଡା କଲୋନୀ ନିକଟରେ ଥିବା ଏସଟିପି, ଭରତପୁର କଲୋନୀ ନିକଟରେ ଥିବା ଏସଟିପି, କଳିଙ୍ଗ କଲୋନୀ ନିକଟରେ ଥିବା ଏସଟିପି ଗୁଡ଼ିକ ଦୀର୍ଘଦିନ ହେବ ବନ୍ଦହୋଇ ପଡ଼ିଛି । ଅନନ୍ତ କଲୋନୀ ନିକଟରେ ଥିବା ଏସଟିପି ବନ୍ଦ କରାଯାଇଥିବାରୁ ଅପରିଷ୍କାର ଜଳ ଘଂଟପଡ଼ା ହତା ଷ୍ଟେସନ୍ ନିକଟସ୍ଥ ସଜରାନାଳ ବନ୍ତୋଲ କୁକୁଡ଼ୁଲା ଦେଇ ବ୍ରାହ୍ମଣୀ ନଦୀରେ ପଡ଼ିଥାଏ । ଏହା ଫଳରେ ପାଖପାଖି ୭ଟି ଗ୍ରାମର ଲୋକମାନଙ୍କର ପାନୀୟଜଳ ବ୍ୟବହାର କରିବା ବିପଦପୂର୍ଣ୍ଣ । ସାଉଥବଲଣ୍ଡା ନିକଟରେ ଥିବା ଏସଟିପକୁ ବନ୍ଦ କରାଯାଇଥିବାରୁ ଅପରିଷ୍କାର ଦୁର୍ଗନ୍ଧ ଜଳ ଗୁରୁଦ୍ୱାର ବସ୍ତିଦେଇ ଗୋବରା ଗ୍ରାମର ୨ଟି ପୁଷ୍କରିଣୀକୁ ନଷ୍ଟ କରୁଛି । ଭରତପୁର କଲୋନୀ ଏସଟିପି ବନ୍ଦ କରିଥିବାରୁ ଅପରିଷ୍କାର ଜଳ ଗୋବରା ମୁଣ୍ଡାହଟିଙ୍ଗ ବଡ଼ସିଂହଡ଼ା ଗ୍ରାମର ନାଳ ଦେଇ ପ୍ରବାହିତ ହେଉଛି । ଏଥିନେଇ ନାଳ ନିକଟରେ ରହିଥିବା କୂଅ ପୋଖରୀ ଗୁଡ଼ିକର ଜଳ ପ୍ରଦ୍ୟୁଷିତ ହୋଇପଡ଼ୁଛି । ସେହିପରି କଳିଙ୍ଗ କଲୋନୀ ନିକଟରେ ଥିବା ଏସଟିପିକୁ ବନ୍ଦ କରାଯାଇଥିବାରୁ ଏହାର ଅପରିଷ୍କାର ଜଳ, ନନ୍ଦିରା ଯୋରରେ ମିଶୁଛି । ଦୁର୍ଗନ୍ଧଯୁକ୍ତ ଜଳ ପ୍ରବାହିତ କାରଣରୁ ପରିବେଶକୁ ନଷ୍ଟ କରିବା ସହ ମଶା, ମାଛିମାନଙ୍କ ବଂଶବୃଦ୍ଧି କରିବ ସହ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ବୋଲି ପ୍ରୋଜେକ୍ଟ ଫୋର୍ ରୁରାଲ ରି କନଷ୍ଟ୍ରକସନ୍‌, ଆଂଟିପଲ୍ୟୁସନ୍‌, ଗ୍ରୀଭାନ୍ସଏଡ଼ ଟ୍ରେଡ଼ ଏମ୍ପୋଇମେଂଟ୍ ୟୁନିଟେସନ୍ (ପ୍ରଗତି) ପକ୍ଷରୁ ଆଜି ଏନେଇ ଉପଜିଲ୍ଳାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରଗତି ସଂଘର ସଭାପତି ଜ୍ୟେର୍ତିମୟୀ ସାହୁ, ସମ୍ପାଦକ ପ୍ରଭାତ କୁମାର ରଥ ପ୍ରମୁଖ ଦାବିପତ୍ର ଦେବା ସହ ବର୍ଷା ପୂର୍ବରୁ ଏଗୁଡ଼ିକ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଓ ବେପୁରୀଆ ମନୋଭାବ ନେଇ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଦାବିପତ୍ର ଉଲ୍ଲେଖ ରହିଛି ।

Leave A Reply