Odisha news

କଣ୍ଟିଲୋରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

0

ଭୁବନେଶ୍ୱର,(ନି.ପ୍ର): କଣ୍ଟିଲୋରୁ କୋଟିଏରୁ ଉଦ୍ଧ୍ୱର୍ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ କାରବାରରେ ସଂପୃକ୍ତ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଖଣ୍ଡପଡା ଥାନା ଛାମୁସାହି ପାଟଣା ଗ୍ରାମର କାର୍ତ୍ତିକ ପୃଷ୍ଟି । ତାଙ୍କ ନିକଟରୁ ପୋଲିସ ୧ କେଜି ୧୯୦ ଗ୍ରାମ ବ୍ରାଉନସୁଗାର ସହ ଏଟିଏମ ମୋବାଇଲ ଜବତ କରିଛି । ସୂଚନା ମୁତାବକ ଅଭିଯୁକ୍ତ କାର୍ତ୍ତିକ ବ୍ରାଉନସୁଗାର କାରବାର ସମ୍ପର୍କରେ ଏସଟିଏଫ ନିକଟରେ ଖବର ପହଁଚିବା ପରେ ଅଭିଯୁକ୍ତଙ୍କୁ ଧରିବା ନେଇ ଜାଲ ବିଛାଯାଇଥିଲା । ଗତ ୮ ସଂଧ୍ୟାରେ ଅଭିଯୁକ୍ତ ଫତେଗଡ ଥାନା ଅନ୍ତର୍ଗତ ନାରାୟଣୀ ପୀଠ ନିକଟରେ ବ୍ରାଉନସୁଗାର ଡିଲ କରିବାକୁ ଯୋଜନା କରୁଥିବା ବେଳେ ଫତେଗଡ ପୋଲିସ ଟିମ ସହାୟତାରେ ଏସଟିଏଫ ଟିମ ଚଢାଉ କରିଥିଲା । ଅଭିଯୁକ୍ତଙ୍କ ନିକଟରୁ ୧ କେଜିରୁ ଉଦ୍ଧ୍ୱର୍ ବ୍ରାଉନସୁଗାର ଜବତ କରିଥିଲା । ଏତେ ଭାରିମାତ୍ରାରେ ବ୍ରାଉନସୁଗାର ପାଖରେ ରଖିବା ନେଇ କୌଣସି ଉଦିଷ୍ଟ କାଗଜପତ୍ର ଅଭିଯୁକ୍ତ କାର୍ତ୍ତିକ ଦେଖାଇପାରିନଥିଲେ । ଏ ନେଇ ଏସଟିଏଫ ୨/୨୩ରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ପଚରା ଉଚରା ପରେ ନୟାଗଡ ଜିଲ୍ଲା କୋର୍ଟ ଚାଲାଣ କରିଥିଲା । ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ପ୍ରକାଶ ଥାଉକି ୨୦୨୦ରୁ ବର୍ତ୍ତମାନ ଭିତରେ ଏସ୍ଟିଏଫ୍ ୬୮ କେଜି ବ୍ରାଉନସୁଗାର ଜବତ କରିବା ସହ ୨୦୨ ଗ୍ରାମ କୋକେନ ଓ ୧୧୧ କ୍ୱିଣ୍ଟାଲ ଗଞ୍ଜେଇ ଓ ୭୫୦ ଗ୍ରାମ ଅଫିମ ଜବତ କରିଛି ।

Leave A Reply