Odisha news

ପୁରୁଷ ବିଶ୍ୱକପ ହକି ଟ୍ରଫିକୁ ଚଣ୍ଡିଖୋଲରେ ଉତ୍ସଶିତ ସମ୍ବର୍ଦ୍ଧନା

0

ଚଣ୍ଡିଖୋଲ, ୯/୧:  ପୁରୁଷ ବିଶ୍ୱକପ ହକି ଟ୍ରଫିକୁ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ସୋମବାର ଦିନ ଉତ୍ସଶିତ ସମ୍ବର୍ଦ୍ଧନା ଦିଆଯାଇଛି! ବଡଚଣା ବିଧାୟକ ଅମରପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ଚଣ୍ଡିଖୋଲ ବୁଦ୍ଧ ମୂର୍ତ୍ତି ପରିସରରେ ଏଥିନେଇ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଈଥିଲା! ଏଥିରେ ଦଳମତ ନିର୍ବିଶେଷରେ ବଡଚଣାର ବିଭିନ୍ନ ବର୍ଗର ଲୋକ, ଗଣ ସଙ୍ଗଠନ, ବୁଦ୍ଧିଜୀବୀ,ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ଏନଏସଏସ  ସସ୍ଥା ଏବଂ ଲୋକ ପ୍ରତିନିଧି ମାନେ ସମ୍ମିଳିତ ହୋଇ ଟ୍ରଫିକୁ ସ୍ୱାଗତ କରିଥିଲେ!ଚଣ୍ଡିଖୋଲ ବସ ମାଲିକ ସଙ୍ଘ ପକ୍ଷରୁ ସଭାପତି ଅମରେନ୍ଦ୍ର ନାୟକ,ସମ୍ପାଦକ ଦୀଲ୍ଲିପକୁମାର ଚୌଧୁରୀ, ଟ୍ରକ ମାଲିକ ସଙ୍ଘ ପକ୍ଷରୁ ସଭାପତି ବିଭୁତିଭୁଷଣ ଜେନା,ସମ୍ପାଦକ କୀର୍ତ୍ତିରାଜ ସ୍ୱାଇଁ,ପ୍ରେସକ୍ଳବ ପକ୍ଷରୁ ସମ୍ପାଦକ ଦୀଲିପ ମହାନ୍ତି, ବେଣୁଧର ପଣ୍ଡା,ସମରେନ୍ଦ୍ର ମାହାଲା,ମହେଶ୍ୱର ରାଉତ,ପ୍ରଶାନ୍ତ ଜେନା,ହେମଶ ଜେନା,ସୁରେନ୍ଦ୍ର ସାମଲ,ମୋହନ ଖିଲାର,ପ୍ରଶନ୍ନ ବିଶ୍ୱାଳ,ସବିର ବକ୍ସ,ମସୀର ଆଲମ,ଓକିଲ ସଙ୍ଘ ପକ୍ଷରୁ ସଭାପତି ଦେବରାଜ ବେହେରା,ସମ୍ପାଦକ ପ୍ରକାଶ ଦାଶ,ଲଘୁ ଖଣିଜ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ସଭାପତି ଅଜାମ୍ବର ସାହୁ,ଚନ୍ଦନ ନାୟକ,ବଡଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାଷ ଚନ୍ଦ୍ର ନନ୍ଦ,ଜିଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ,ବ୍ଳକ ବିଜେଡି ସଭାପତି ଅରବିନ୍ଦ ସାମଲ,ଜିଲ୍ଲା ପରିସଦ ସଭ୍ୟ ଯିତେନ୍ଦ୍ର ନାୟକ,ଚଣ୍ଡିଖୋଲ କଲେଜ ଅଧ୍ୟକ୍ଷ ମନୋଜ ଦାସ,ସଲିଳ।ମହାନ୍ତି,ବିଏସ କଲେଜ ଅଧ୍ୟକ୍ଷ ବ୍ରଜକିଶୋର ସ୍ୱାଇଁ,ଅସ୍ଥାୟୀ ବଣିକ ସଙ୍ଘ ସମ୍ପାଦକ ସଞ୍ଜୟକୁମାର ସ୍ୱାଇଁଙ୍କ ସହ ବହୁ ସଖ୍ୟକ ଜନସାଧାରଣ ଟ୍ରଫିକୁ ସ୍ୱାଗତ କରିଥିଲେ!ଜିଲ୍ଲା ସସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲିକ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟ୍ରଫି ଆସିଥିଲା!

Leave A Reply