Odisha news

‘ବିଚ ଭଳି ବଲ ଟୁର୍ଣ୍ଣାମେଂଟ’ ଉଦ୍ଘାଟିତ

0
ରାଜନଗର  (୭|୧): ରାଜନଗର ବ୍ଲକ ପେଣ୍ଠ ସମୁଦ୍ର କୂଳରେ ଶନିବାର ରାଜନଗର ପଂଚାୟତ ସମିତି ପକ୍ଷରୁ ‘ବିଚ ଭଳି ବଲ ଟୁର୍ଣ୍ଣାମେଂଟ’ ଆୟୋଜନ କରାଯାଇଥିଲା। ଏହାକୁ ଆନୁଷ୍ଠାନିକ ଭାବେ ବିଧାୟକ ଧ୍ରୁବ ସାହୁ ଉଦଘାଟନ କରିଥିଲେ। ପ୍ରଥମ ଥର ପାଇଁ ପେଣ୍ଠରେ ବିଚ ଭଳି ବଲ ଟୁର୍ଣ୍ଣାମେଂଟ ଆୟୋଜିତ ହୋଇଛି। ପେଣ୍ଠ ବେଳାଭୂମି, ଭିତରକନିକା ଅଭୟାରଣ୍ୟ ଆମମାନଙ୍କ ପାଇଁ ଗର୍ବ ଓ ଗୌରବ। ଆମ ପାଇଁ ବିଶ୍ୱ ଦରବାରରେ ଆମକୁ ପରିଚିତ କରିପାରିବ ଆମ ଭିତରକନିକା ଆମ ପେଣ୍ଠ। ଏଠାରେ ଇକୋ ରିଟ୍ରିଟ ଲଗାତାର ଭାବେ ଚାଲୁ ରହିଛି। ରାଜନଗରରେ ଖେଳ ସହ ପର୍ଯ୍ୟଟନକୁ ଆମେ ଯୋଡିଛେ। ସମଗ୍ର ଓଡିଶା ବାସୀ ଦେଖିବେ ପେଣ୍ଠରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେ ପର୍ଯ୍ୟଟନକୁ ଖେଳ ସହ ସାମିଲ କରିଛୁ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବୋଲି ବିଧାୟକ ଶ୍ରୀ ସାହୁ କହିଥିଲେ।
ବାଲିସାହିପଟଣା ଗ୍ରାମ ପଞ୍ଚାୟତ ଟିମ, ରାଜନଗର ପଂଚାୟତ ସମିତି ଟିମ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଟିମ, ତରଡିପାଳ ଗ୍ରାମ ପଞ୍ଚାୟତ ଟିମ, ଅମୃତ ମଣୋହି ଗ୍ରାମ ପଂଚାୟତ ଟିମ, ପଟାମୁଣ୍ଡାଇ ପଞ୍ଚାୟତ ସମିତି ଟିମ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଅମୃତ ମଣୋହି ଗ୍ରାମ ପଞ୍ଚାୟତ ଟିମ ୨୬ଟି ଗୋଲ କରି ଚମ୍ପିୟାନ ହେବା ସହ ଟ୍ରଫି ହାସଲ କରିଥିଲା। ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଟିମ ୨୪ଟି ଗୋଲ କରି ରନର୍ସ ଅପ ହେବା ସହ ଟ୍ରଫି ପାଇଥିଲା। ବିଧାୟକ ଶ୍ରୀ ସାହୁ ଉଭୟ ଦଳକୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କ ସମେତ ପଞ୍ଚାୟତ ସମିତିର ସଭ୍ୟ, ସଭ୍ୟା ଓ ସରପଞ୍ଚମାନେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ, ପଂଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଯୁବନେତା ଅରୁଣ କୁମାର ସାହୁ, ପ୍ରଶାନ୍ତ କୁମାର ରାଉତ, ଆର୍ତ୍ତବନ୍ଧୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ମ୍ୟାଚ ରେଫ୍ରି ଶ୍ରୀକାନ୍ତ ନାୟକ ଓ ଭାଶ୍ୟକାର ରୋହିତ ରାଉତ ପରିଚାଳନାରେ ସହଯୋଗ କରିପାରିବେ।
Leave A Reply