Odisha news

ଜନ ଚରିତ୍ର, ଜନଆକାଂକ୍ଷା,ଜନ ନେତା 

0

ହରେକୃଷ୍ଣ ପଣ୍ଡା  : ଆଜିର ସ୍ୱାଧିନ ଓ ଗଣତାନ୍ତ୍ରିକ ରାଷ୍ଟ୍ରରେ  ଜନଚରିତ୍ର ଅତି ଅଦ୍ଭୁତ ରୂପ ନେଇଛି । ମଣିଷ ତାର ମାନବିକ ଗୁଣକୁ ହରାଇ ପଶୁ ପ୍ରବୃତିକୁ ଗ୍ରହଣ କରିନେଇଥିବା ଦେଖାଯାଉଛି ।  ମଣିଷର ଏହି ପ୍ରବୃତି ଜାଗ୍ରତ ହେବା ଦିନରୁ ସେ ନିିଜକୁ ଜଣେ ପରାଜିତ ସୈ÷ନିକ ବୋଲାଇବା ସହିତ ଦେଶ ଜାତି, ସମାଜର ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଉଛି । ଆଜି ସାରା ଦେଶରେ ଚର୍ଚ୍ଚା ଚାଲିଛି ମାଗଣା ସଂସ୍କୃତି ଉପରେ । ସୁପ୍ରିମ କୋର୍ଟଠାରୁ ଆରମ୍ଭକରି ପାର୍ଲାମେଂଟ ପର୍ଯ୍ୟନ୍ତ ଗଣତାନ୍ତ୍ର ିକ ଶାସନରେ ଦାଗୀ ଲୋକପ୍ରତିନିଧି,ଗରିବୀ, ଜାତିଭିତିକ ସଂରକ୍ଷଣ ଓ ମାଗଣା ବଂଟନ ବ୍ୟବସ୍ଥାକୁ (ଭୋଟ ବ୍ୟାଙ୍କ)କୈ÷ାଣସି ସରକାର ଅନ୍ତ ଘଟାଇ ପାରୁ ନାହାନ୍ତି । ଭବିଷ୍ୟତରେ ଏହାର ଅନ୍ତ ଘଟିବାର ଆଶା ଦେଖାଯାଉ ନାହିଁ । ଏହି ପ୍ରସଙ୍ଗ ଗୁଡିକ ଭୋଟ ବ୍ୟାଙ୍କ ସହିତ ଜଡିତ ଥିବାରୁ କୈ÷ାଣସି ସରକାର ଏଥିରେ  ହାତ ମାରିବାକୁ ସାହାସ କରିପାରୁ ନାହାଁନ୍ତି । ପ୍ରତ୍ୟେକ ସରକାର ଗୋଟିଏ ଭୁଲ ଭିତିଭୂମି ଉପରେ ଦଣ୍ଡାୟମାନ ହୋଇଥିବା ପ୍ରସଙ୍ଗକୁ ଏଡାଇ ଯିବା ଶ୍ରେୟସ୍କର ବୋଲି ମନେକରୁଛନ୍ତି । ସରକାର ତାଙ୍କର ନିଜ କର୍ତବ୍ୟ, ଶାସନ, ଦୋଷୀକୁ ଦଣ୍ଡ,ସାଧାରଣ ଜନତାଙ୍କୁ ସୁରକ୍ଷା,ସାର୍ବଜନୀନ ଅର୍ଥନୀତି ଓ ପରିଚାଳନାକୁ     ଏକ ପ୍ରକାର ଗୁରୁତ୍ୱ ଦେଉନଥିବା ଦେଖା ଯାଉଛି । ଏଥିପାଇଁ  ଜନଚରିତ୍ରକୁ ବିଶ୍ଳେଷଣ କଲେ ଜାଣି ପାରିବା ଯେ ଦେଶର ୮୦ ଭାଗ ଜନଚରିତ୍ର କ୍ରମଶଃ ସୁସ୍ଥ ନାଗରିକ ସୀମାରେଖା ତଳକୁ ଖସି ଆସିଛି । ଆଜିର ଜନତା ଚାହେଁ ବିନା ପରିଶ୍ରମରେ ଉପାର୍ଜ୍ଜନ,ସରକାରୀ ଅର୍ଥକୁ ଆତ୍ମସାତ,ଋଣ ଅର୍ଥକୁ ପରିଶୋଧ ନକରିବା,ଅପରାଧ କରି ଦଣ୍ଡ ନପାଇବା,ସବୁଠି ନିଜ ସ୍ୱାର୍ଥ ରକ୍ଷା ପାଇଁ ବିଶ୍ୱାସଘାତକ ହେବା,ଜାତୀୟ ସମ୍ପତିକୁ ନଷ୍ଟ କରିବା,ସବୁ କ୍ଷେତ୍ରରେ ସରକାରୀ ସାହାଯ୍ୟ  ପ୍ରତି ନିର୍ଭରଶୀଳ ହେବା,ବିଭିନ୍ନ ଅପରାଧରୁ ମୁକ୍ତ ହେବା ପାଇଁ ରାଜନୀତିକୁ ଆଧାର କରି ନିଦେ୍ର୍ଧାଷୀ ବୋଲାଇବା,ଅଣପ୍ରତିଭା ସମ୍ପନ୍ନ ବ୍ୟକ୍ତି ପ୍ରତିଭାବାନଙ୍କୁ ଚିତପଟାଙ୍ଗ କରି ନିଜେ ସମାଜରେ ଓ ରାଜନୀତିରେ ପ୍ରତିପତି ବିସ୍ତାର କରିବା ଇତ୍ୟାଦି । ଦୀର୍ଘ ଦିନ ଧରି ଜନତା ଅଭ୍ୟସ୍ତ ହୋଇଗଲେଣି ସବୁ କ୍ଷେତ୍ରରେ ଲାଂଚ ଦେଇ ଜବରଦସ୍ତ କାର୍ଯ୍ୟ ହାସଲ କରିବା । ଆଦର୍ଶ, ନୀତି, ସ୍ୱଚ୍ଛତାକୁ ପରିହାସ କରି ଏହା ସମାଜ ପାଇଁ ଅଦରକାରୀ ବୋଲି ଯୁକ୍ତି ଛଳରେ ସାବ୍ୟସ୍ତ କରିବା । ଏତାଦୃଶ ସହଯୋଗ, ପୋ୍ରସôାହନ,ଏବଂ ଲାଂଚ,ମିଛ, ଦୋଷ ଓ ଅପରାଧକୁ ଯେଉଁ ସରକାର, ଯେଉଁ ଶାସକ,ଯେଉଁ  ଲୋକପ୍ରତିନିଧି ସମର୍ଥନ କରି ଚାଲେ ସେମାନଙ୍କୁ ୪୦ରୁ ୬୦ ଭାଗ ଲୋକ ବାରମ୍ବାର ଭୋଟ ଦେଇ ଜୟଯୁକ୍ତ କରାଇ ଥାଆନ୍ତି । ମାତ୍ର କେତୋଟି ଟଙ୍କାରେ  ମୁଣ୍ଡ ବିକି ଦେଇ ଦେଶର ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦିଅନ୍ତି । ଏ କ୍ଷେତ୍ରରେ ଲୋକଙ୍କ ବିଚାର. ରାଷ୍ଟ୍ରହିତ,ଗଣତନ୍ତ୍ର ପ୍ରତି  ନିଷ୍ଠା ଅମୂଳକ ପାଲଟିଥାଏ । ଆଜି ଆମ ଦେଶର ଜନଚରିତ୍ର ଏହିଭଳି ।

ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନତା କଣ ଚାହେଁ ,ନେତାଙ୍କଠାରୁ ବା ସରକାରଙ୍କଠାରୁ ତାହା ଆମ ଦେଶର ଲୋକେ ଜାଣନ୍ତି ନାହିଁ । ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନତା ଚାହିଁବ ନିଜସ୍ୱ ଶେଳୀରେ ବଂଚିବାର ଅଧିକାର, ନିଜର ସ୍ୱାଧିନତା,ସୁରକ୍ଷା,ନିଜର ଆତ୍ମିକ ବିକାଶ ପାଇଁ  ରାଜନୀତି ବା ସରକାରଙ୍କଠାରୁ ଗ୍ୟାରେଂଟି ପାଇବା । କିନ୍ତୁ ଏହାର ପ୍ରତିବଦଳରେ ମଣିଷ ନିଜର ସ୍ୱାର୍ଥ, ଓ ଅର୍ଥ ଦ୍ୱାରା ନିଜର ମୁଣ୍ଡ ବିକିଥାଏ ବୃହତର ସ୍ୱାର୍ଥକୁ ଜଳାଂଜଳି ଦେଇ । ଜନତାଙ୍କ ଠାରେ ଥିବା ଦୁର୍ବଳତାକୁ ଲକ୍ଷ୍ୟ ରଖି ଚତୁର ରାଜନୀତିଜ୍ଞ ମନସ୍ତାତ୍ୱିକ ଦିଗରୁ ତାଙ୍କର ନୀତି ନିର୍ଦ୍ଧାରଣ କରି ଥାଆନ୍ତି । ସୁରୁଖୁରରେ ଦେଶ ଶାସନ ଚଳାଇ ବାହା ବାହା ନେବା ପାଇଁ ନୀତି ବଦଳରେ ଅନୀତି, ଦୋଷୀକୁ ନିଦେ୍ର୍ଧାଷରେ ମୁକ୍ତ କରିବା,ଲୋକ ମାନଙ୍କ ସାମୟିକ ଖୁସି ନିମନ୍ତେ ମାଗଣା ବଂଟନ ବ୍ୟବସ୍ଥା, ଦଳର କର୍ମୀ ବୋଲାଉଥିବା ନାଗରିକ ମାନଙ୍କୁ ଯେତେ ଅପରାଧ କଲେ ମଧ୍ୟ ନିଦେ୍ର୍ଧାଷ ବୋଲି ପ୍ରମାଣିତ କରି ଥାଆନ୍ତି । ସାମାଜିକ ବ୍ୟବସ୍ଥା ବୋଲି କିଛି ନଥାଏ । ସରକାରଙ୍କ ଦୋଷ ଦୁର୍ବଳତାକୁ ଧରୁଥିବା ଲୋକ ଏଠି ଦଣ୍ଡ ପାଏ,କିନ୍ତୁ ସାମାଜିକ ଅପରାଧ କରୁଥିବା ଲୋକ ଏଠି ନିଜର ପ୍ରତିପତି ବିସ୍ତାର କରେ । ଲୋକମାନେ ତାଙ୍କରି କଥାରେ ଚାଲନ୍ତି । ଏହାଠାରୁ ବଳି ଦୁର୍ଭାଗ୍ୟ ଆଉ କଣ ଥାଇପାରେ?ରାଜନୀତିକୁ ଆଶ୍ରା କରି ବଂଚୁଥିବା ଲୋକ ଧନୀ ପାଲଟୁଛି, ବୈ÷ାଦ୍ଧିକ ଚନ୍ତାଧାରାକୁ ଆଶ୍ରା କରି ବଂଚୁଥିବା ଲୋକ ଅବାଂଚ୍ଛିତ ଜୀବନ କଟାଉଛି । ଜ୍ଞାନ ନଥିବା ଲୋକ ଉଚ୍ଚ ଆସନରେ ବସି ଜ୍ଞାନ ବିତରଣ କରୁଚି, ଜ୍ଞାନ,ଦକ୍ଷତା ଥିବା ଲୋକ ମୁର୍ଖ ସଦୃଶ ତାର ସ୍ତୁତୀଗାନ କରୁଛି । ଗୋଟାଏ ବିରାଟକାୟ ଅନ୍ଧ ମାର୍ଗଦର୍ଶନ କରିବା ପାଇଁ ବାଟ ଅଣ୍ଡାଳୀ ଚାଲୁଛି,ଆମେ ସବୁ ଅନ୍ଧ ଏକ ବିରାଟ ପଟୁଆର ବାନ୍ଧି ସେହି ଅନ୍ଧ ପଛରେ ଚାଲିଛେଁ ଜୀବନର ମାର୍ଗ କେଉଁଠି ତାହା ଦେଖିବା ପାଇଁ । କି ଆଶ୍ଚର୍ଯ୍ୟର କଥା ।

ଦେଶକୁ ବା ରାଜ୍ୟକୁ ଚଳାଇବା ପାଇଁ ଶାସନ ଆବଶ୍ୟକ । ଶାସନ କିଭଳି ହେବା ଆବଶ୍ୟକ ତାହା ଅତୀତର ମୂନୀ ଋଷି ମାନେ ନିର୍ଦ୍ଧାରଣ କରି ଯାଇଛନ୍ତି । ସେମାନଙ୍କ ମାର୍ଗ ଠାରୁ ଆଉ ଉକôୃଷ୍ଟ ମାର୍ଗ ନାହିଁ କହିଲେ ଚଳେ । ଦେଶ ଶାସନ କରୁଥିବା ଜନପ୍ରତିନିଧିଙ୍କର ଆଭିମୁଖ୍ୟ ହେଉଛି ସମାଜ ଠିକ ବାଟରେ ଚାଲୁ, ତାହାର ଉନ୍ନତି ହେଉ,ପ୍ରଗତି ହେଉ,ଅପରାଧ ବୃତି ଉତ୍ପନ୍ନ ନହେଉ, ଅର୍ଥବ୍ୟବସ୍ଥା  ଓ ପ୍ରଶାସନ  ସୁଦୃଢ ହୋଇ ଚାଲୁ,  ସବୁଠି ସୁରକ୍ଷା ମଜବୁତ ରହୁ,ସମସ୍ତ ନାଗରୀକ ସୁଖୀ ହୁଅନ୍ତୁ । ଦେଶ ପରିଚାଳନା ପାଇଁ ଦୁଇଟି କ୍ଷେତ୍ର ବିଦ୍ୟମାନ । ଗୋଟିଏ ହେଉଛି ଭୈ÷ାତିକ କ୍ଷେତ୍ର ବା ବାହ୍ୟ ବା ରାଜନୈ÷ତିକ କ୍ଷେତ୍ର । ଅନ୍ୟଟି ହେଉଛି ଆତ୍ମିକ କ୍ଷେତ୍ର  ଆନ୍ତରିକ ବିକାଶର  କ୍ଷେତ୍ର । ଏ ଦୁଇଟି କ୍ଷେତ୍ରର  ଉଦେ୍ଧଶ୍ୟ ହେଉଛି  ପରସ୍ପରରପୂରକ ରୂପେ  ବ୍ୟକ୍ତିଗତ ବିକାଶରୁ  ସାମୁଦାୟିକ ବିକାଶକୁ  ସୁନିଶ୍ଚିତ କରିବା । ଏ ଦୁଇଟି ଯେପର୍ଯ୍ୟନ୍ତ ପରସ୍ପର ପୁରକ ହୋଇ ରହିଥିଲେ  ସେ ପର୍ଯ୍ୟନ୍ତ ଭାରତୀୟ  ସଂସ୍କୃତି ଉନ୍ନତିର ସୋପାନ ବଢି ବଢି ଚାଲିଥିଲା । ଉଦାହରଣ ସ୍ୱରୂପ ଚନ୍ଦ୍ରଗୁପ୍ତଙ୍କୁ ଯଦି ଚାଣକ୍ୟଙ୍କ ମାର୍ଗଦର୍ଶନ ମିଳି ନଥାଆନ୍ତା ତାହାହେଲେ ସେ କଣ  ଏକ ଅଖଣ୍ଡ ଅପରାଜିତ ସାମ୍ରାଜ୍ୟ ସ୍ଥାପନ କରିବା ସମ୍ଭବ ହୋଇ ଥାଆନ୍ତା । ଛତ୍ରପତି ଶିବାଜୀଙ୍କୁ  ଯଦି ଗୁରୁ  ରୂପେ  ସମର୍ଥ ଗୁରୁଙ୍କ ସହ ଯୋଗ ମିଳି ନଥାଆନ୍ତା ତାହା ହେଲେ ସେ କଣ ଏତେ ସବୁ ଶୈ÷ାର୍ଯ୍ୟର ଗାଥା  ଲେଖି ପାରିବା ସମ୍ଭବ ହୋଇ ଥାଆନ୍ତା । ଏହିଭଳି ଯେତେବେଳେ  ଶାସନ ତନ୍ତ୍ର  ନିଜ ପଥରୁ ବିଚ୍ୟୁତ ହୁଏ ସେତେବେଳେ ଉଚିତ ମାର୍ଗଦର୍ଶକ  ଠିକ ବାଟ ଦେଖାଇ ଦିଅନ୍ତି । କିନ୍ତୁ ବର୍ତମାନ ସରକାର ବା ରାଜନୀତିଜ୍ଞ ମାନେ ନିଜେ ନିଜର ମାର୍ଗଦର୍ଶକ ସାଜିଛନ୍ତି । ସେମାନଙ୍କ ପାଇଁ ଅଭାବ ଦେଖାଯାଏ  ଆତ୍ମିକ ଜ୍ଞାନ ଓ ରାଷ୍ଟ୍ର ଭକ୍ତି  । ଆତ୍ମିକ ଜ୍ଞାନର ଜାଗରଣ ଦ୍ୱାରା  ଦେଶ, ରାଷ୍ଟ୍ର.ସମାଜ,ମାନବତା ସବୁର  ମାର୍ଗ ନିୟନ୍ତ୍ରିତ ହୋଇଯାଏ ।  ଭଗବାନ ବୁଦ୍ଧଙ୍କର ଅଢେଇଲକ୍ଷ  ଶିଷ୍ୟ ଭାରତରୁ  ନେଇ ଯାପାନର ରାଜତନ୍ତ୍ରକୁ ମନ୍ଥୀ ଦେଇଥିଲେ ।  ଏହା ଦ୍ୱାରା  ହତ୍ୟାକାରୀମାନେ ଭିକ୍ଷୁ ପାଲଟି ଯାଇଥିଲେ । ଗଣିକାମାନେ ଭିକ୍ଷୁଣୀ ହୋଇ ଯାଇଥିଲେ । ବିରାଟ ପରିବର୍ତନ ଘଟିଥିଲା ସେତେବେଳେ । ତେବେ ଆମ ଦେଶରେ  ଶାସକମାନେ ଭୈ÷ାତିକ ଓ ଆତ୍ମିକ ଜ୍ଞାନ ବ୍ୟତୀରେକେ  ଶାସନ ଗାଦୀରେ ବସୁଛନ୍ତି ସତ କିନ୍ତୁ ଜନ ଚରିତ୍ରକୁ କଳୁଷିତ କରିଦେଉଛନ୍ତି କେବଳ ନିରନ୍ତର କ୍ଷମତାର ଲୋଭରେ ।ବାସ୍ତବତା, ସତ୍ୟ ନିଷ୍ଠା , ଆଦର୍ଶ ଓ ନୈ÷ତିକତା  ନଥିବା ଲୋକ ଗାଦିସୀନ ହେଉଛନ୍ତି, ସେମାନଙ୍କର ଏକମାତ୍ର ଲକ୍ଷ ରହୁଛି ନିଜ ଦଳ, ନିଜ ଆସନ,କିପରି ସୁଦୃଢ ହେବ ଏଥିପାଇଁ ଭୋଟରଙ୍କୁ  ଯେନତେନ ପ୍ରକାରେଣ ପ୍ରଲୋଭିତ କରି ରଖିବାର ନୀତି ଗ୍ରହଣ କରିବା ।

 

Leave A Reply