ଗରୁଡ଼ ପୁରାଣ ଅନୁସାରେ ବ୍ୟକ୍ତିକୁ ତାର କର୍ମ ଅନୁସାରେ ଫଳ ମିଳିଥାଏ l ବ୍ୟକ୍ତି ଯଦି ଭଲ କର୍ମ କରିଥାଏ ତେବେ ଭଲ ଫଳ ଯଦି ଖରାପ କର୍ମ କରିଥାଏ ଖରାପ ଫଳ ପ୍ରାପ୍ତି ହୋଇଥାଏ ଓ ସେ ସ୍ୱର୍ଗାଗାମୀ ହୋଇଥାଏ ଓ ଯଦି ଖରାପ କର୍ମ କରିଥାଏ ତେବେ ଦୁଖାଗାମୀ ଫଳ ଲାଭ ହୋଇଥାଏ l ଧାର୍ମିକ ମାନ୍ୟତା ଅନୁସାରେ ବିଷ୍ନୁ ଙ୍କ ବାଣୀ ଗରୁଡ଼ ପୁରାଣରେ ବର୍ଣିତ ହୋଇଛି l
ଗରୁଡ଼ ପୁରାଣ ଅନୁସାରେ ଯେତେବେଳେ କୌଣସି ନାରୀ ୨ଟି ଆବଶ୍ୟକୀୟ କାର୍ଯ୍ୟ କରିଥାଏ, ସେହି ସମୟ ରେ ପୁରୁଷ ତାକୁ ଦେଖିବା ଉଚିତ ନୁହେଁ l ନଚେତ ସେ ପାପ ର ଭାଗୀ ହୋଇଥାଏ ଓ ମୃତ୍ୟୁ ପରେ ନର୍କ ଗାମୀ ହୋଇଥାଏ l
* ସ୍ତନ୍ୟ ପାନ କରାଇବା ସମୟରେ –
ସର୍ବଦା ଗୋଟିଏ ମାର ସ୍ଥାନ ସବୁଠୁ ଉର୍ଧ୍ଵ ରେ, ପ୍ରତିଟି ନାରୀ ମା ରୂପରେ ସବୁବେଳେ ପୂଜ୍ୟା l ଯେତେବେଳେ ନାରୀଟିଏ ଜନନୀ ସାଜିଥାଏ ସେ ସାରା ବ୍ରହ୍ମାଣ୍ଡ ଦୃଷ୍ଟିରେ ମା ବୋଲି ସମ୍ବୋଧନ ହୋଇଥାଏ l ଗରୁଡ଼ ପୁରାଣ ଅନୁସାରେ ନାରୀର ଏହି ରୂପଟି ଖୁବ ପବିତ୍ର l ତେଣୁ ଯେଉଁ ନାରୀ ମାତୃତ୍ଵ ଲାଭ କରିବା ପରେ ନିଜ ସନ୍ତାନ କୁ ସ୍ତନ୍ୟ ପାନ କରାଇଥାଏ ଓ ସେହି ସମୟରେ ଯଦି କେଉଁ ଅଜ୍ଞାତ ପୁରୁଷ ନାରୀକୁ ଖରାପ ଦୃଷ୍ଟିରେ ଦେଖିଥାଏ ତେବେ ଏହା ମହାପାପ ଅଟେ l ଏପରି ଅଧମ ନିର୍ଲଜ ପୁରୁଷକୁ ମୃତ୍ୟୁପରେ ନର୍କ ରେ ଯନ୍ତ୍ରଣା ମଧ୍ୟ ଭୋଗିବାକୁ ପଡିଥାଏ l
* ସ୍ନାନ ସମୟରେ –
ନାରୀଟିଏ ବିଭିନ୍ନ ରୂପରେ ବିଦ୍ୟମାନ, ଜନନୀ, ଜାୟା, ଭଗିନୀ, କନ୍ୟା ଏହି ସମସ୍ତ ରୂପର ଗୋଟିଏ ଅଲଗା ଅଲଗା ମହତ୍ୱ ରହିଛି l ଗରୁଡ଼ ପୁରାଣ ଅନୁସାରେ ମଣିଷଟିଏ ସ୍ନାନ କରିବା ସମୟରେ ସମ୍ପୂର୍ଣ ପବିତ୍ରତା ରକ୍ଷା କରିଥାଏ l ତେଣୁ ନାରୀଟିଏ ମଧ୍ୟ ସ୍ନାନ ସମୟରେ ଶରୀର ଓ ମନ ଉଭୟ ର ପବିତ୍ରତା ରଖିଥାଏ l ଗରୁଡ଼ ପୁରାଣ ଅନୁସାରେ କୌଣସି ନାରୀ ସ୍ନାନ କରୁଥିବା ସମୟରେ ତାକୁ ଖରାପ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ l ଯଦି କୌଣସି ପୁରୁଷ ନାରୀକୁ ସ୍ନାନ ସମୟରେ ଖରାପ ଦୃଷ୍ଟିରେ ଦେଖୁଛନ୍ତି ତେବେ ତାଙ୍କର ସମସ୍ତ ପୁଣ୍ୟ ଫଳ କ୍ଷୀଣ ହୋଇଯାଏ ଓ ମୃତ୍ୟୁପରେ ନର୍କ ଗାମୀ ହୁଅନ୍ତି l