Odisha news

ଏକ୍ସରସାଇଜ କରିବା ସମୟରେ ଓ ପରେ ଏହି କିଛିଟା ଭୁଲ ଆପଣଙ୍କ ଓଜନ ହ୍ରାସ ରେ ବାଧକ ସାଜିଥାଏ, ନିହାତି ଜାଣିବା ଆବଶ୍ୟକ

0

ପ୍ରାୟ ଅଧିକାଂଶ ଲୋକ ଓଜନ ହ୍ରାସ କରିବା ପାଇଁ ଅନେକ ପରିଶ୍ରମ କରି ଥାଆନ୍ତି, ଯେପରିକି ଡାଏଟିଂ, ଲିଫ୍ଟ ସ୍ଥାନରେ ସିଢି ବ୍ୟବହାର କରି ଥାଆନ୍ତି, ତା ସହିତ ବିଭିନ୍ନ ପ୍ରାକୃତିକ ପାନୀୟ ମଧ୍ୟ ସେବନ କରି ଥିଲେ ସୁଦ୍ଧା ଓଜନ ହ୍ରାସ ହୋଇ ନଥାଏ l କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଏପରି କିଛି ଛୋଟ ଛୋଟ ଭୁଲ କରି ଥାଆନ୍ତି, ଯାହା ଓଜନ ହ୍ରାସରେ ବାଧା ସୃଷ୍ଟି ହୋଇଥାଏ l ଯେତେ ଝାଳ ବୁହାଇ ଥିଲେ ସୁଧା ଫ୍ୟାଟ ବର୍ନ ହୋଇନଥାଏ l

ଆସନ୍ତୁ ଜାଣିବା ସେହି ଭୁଲ ଗୁଡିକ କଣ ? –

– ଅଧିକାଂଶ ସମୟରେ ଓଜନ ହ୍ରାସ କରିବା ପାଇଁ ଖୁବ ଅଧିକ ବ୍ୟାୟାମ ଉପରେ ଧ୍ୟାନ ଦେଇ ଥାଆନ୍ତି, କିନ୍ତୁ ନିଜର ଡାଏଟ ର କୌଣସି ପରିବର୍ତନ କରି ନଥାଆନ୍ତି l ଓଜନ ହ୍ରାସ ନହେବାର ଏହା ମଧ୍ୟ ଗୋଟିଏ କାରଣ ଅଟେ l

– ଓଜନ ହ୍ରାସ କରିବା ପାଇଁ ପ୍ରୋଟିନ ର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ l ପ୍ରୋଟିନ ଶରୀରର ଓଜନ ହ୍ରାସ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l କାରଣ ପ୍ରୋଟିନ ସେବନ ଦ୍ୱାରା ବାରମ୍ବାର ଭୋକ ଲାଗି ନଥାଏ l ମେଟାବୋଲିଯିମ ରେଟ ବୃଦ୍ଧି ପାଇଥାଏ l ଓଜନ କମ ବୃଦ୍ଧି ହୋଇଥାଏ l

– ଯଦି ଆପଣଙ୍କୁ ଭୋକ ନଲାଗିବା ସତ୍ୱେ ମଧ୍ୟ ବାରମ୍ବାର ଖାଇବାକୁ ଇଛା ହେଉଛି l ଏହାଦ୍ୱାରା ଆପଣଙ୍କ ମେଟାବୋଲିଯିମ ଧିମା ହୋଇଥାଏ l ଏହି କାରଣରୁ ଆପଣ ଅଧିକ କ୍ୟାଲୋରୀ ସେବନ କରି ଥାଆନ୍ତି l

– ଆପଣ ୱାର୍କ ଆଉଟ ଓ ଖାଦ୍ୟ ଉପରେ ଧ୍ୟାନ ଦେବା ସତ୍ୱେ ମଧ୍ୟ ଯଦି କୋଲ୍ଡ଼ ଡ୍ରିଂକ୍ସ ଓ ସୁଗାର ଯୁକ୍ତ ଡ୍ରିଂକ୍ସ ଯୁକ୍ତ ପ୍ରାୟତଃ ସେବନ କରି ଥାଆନ୍ତି l ଏହା ଆପଣଙ୍କ ଓଜନ ହ୍ରାସ ରେ ବାଧକ ସାଜିଥାଏ l

– ନିଜ ବ୍ୟାୟାମ ରେ ୱେଟ ଲିଫ୍ଟଇଂ କୁ ଯଦି ସାମିଲ କରୁ ନାହାନ୍ତି ତେବେ ମେଟାବୋଲିଯିମ ବୃଦ୍ଧି ହେବାରେ ବାଧକ ସାଜିଥାଏ, ତେଣୁ ୱେଟ ଲିଫ୍ଟଇଂ କୁ ନିଜ ବ୍ୟାୟାମ ରେ ସାମିଲ କରିବା ନିହାତି ଆବଶ୍ୟକ l

– ଅଧିକାଂଶ ଲୋକ ଓଜନ ହ୍ରାସ ପାଇଁ ଗୋଟିଏ ଓଳି ର ମିଲ ସ୍କିପ କରି ଯାଇ ଥାଆନ୍ତି l କିନ୍ତୁ ଏହା ଠିକ ନୁହେଁ l ତେଣୁ ଠିକ ସମୟରେ ଭୋଜନ କରିବା ନିହାତି ଆବଶ୍ୟକ l

Nalco
Leave A Reply