ମାଉଥ କ୍ୟାନ୍ସର ଅଧିକାଂଶ ପୁରୁଷଙ୍କ ନିକଟରେ ଦେଖା ଯାଇଥାଏ l ମାଉଥ କ୍ୟାନ୍ସର ଖୁବ ସାଧାରଣ ଅଟେ, କିନ୍ତୁ ଅଣଦେଖା କରିବା ଦ୍ୱାରା ଜୀବନ ପ୍ରତି ବିପଦପୂର୍ଣ୍ଣ ହୋଇପାରେ l ମାଉଥ କ୍ୟାନ୍ସର ଚିକିତ୍ସା ସମୟ ଥାଉ ଥାଉ କରାଗଲେ ଫଳପ୍ରଦ ହୋଇଥାଏ l ଆସନ୍ତୁ ଜାଣିବା ମାଉଥ କ୍ୟାନ୍ସର ଲକ୍ଷଣ ବିଷୟରେ l
ମାଉଥ କ୍ୟାନ୍ସର ର କାରଣ –
ଶରୀରରେ ଅନୁବଂଶିକ ପରିବର୍ତନ କାରଣରୁ କୋଷିକା ଗୋଡ଼ିକ ବଢିବାକୁ ଲାଗିଥାଏ ଓ ଟ୍ୟୁମର ହୋଇଯାଇ ଥାଏ l ଏହି କୋଷିକା ଗୁଡିକ ଗୋଟିଏ ଟ୍ୟୁମର ରୂପ ହୋଇ ଶରୀରର ଯେ କୌଣସି ସ୍ଥାନରେ ବ୍ୟାପି ପାରେ l ଅଧିକ ମଦ୍ୟ ପାନ ଧୂମ୍ର ପାନ କିମ୍ବା ତମ୍ବାଖୁ ସେବନ ଇତ୍ୟାଦି କରିବା ଦ୍ୱାରା ମାଉଥ କ୍ୟାନ୍ସର ସମ୍ଭାବନା ଦେଖା ଯାଇଥାଏ l
ମାଉଥ କ୍ୟାନ୍ସର ଲକ୍ଷଣ –
ଆରମ୍ଭରୁ ଏହାର କୌଣସି ଲକ୍ଷଣ ଦେଖିବାକୁ ମିଳି ନଥାଏ l ଯେଉଁ ବ୍ୟକ୍ତିମାନେ ଧୁମ୍ରପାନ କରନ୍ତି, ମଦ୍ୟ ପାନ କରନ୍ତି କିମ୍ବା ତମ୍ବାଖୁ ଇତ୍ୟାଦି ସେବନ କରନ୍ତି ସେମାନେ ନିୟମିତ ଯାଞ୍ଚ କରିବା ଆବଶ୍ୟକ l
– ଜିଭ କିମ୍ବା ପାଟି ଘା ଦୀର୍ଘଦିନ ରହିବା , ଚିକିତ୍ସା ପରେ ମଧ୍ୟ ନଶୁଖିବା l
– ପାଟି ଘା ସହିତ ବେକରେ ଗେଟl ଭଳି ଦେଖାଯିବ l
– ଅଧିକାଂଶ ସମୟରେ ମାଢି ମୋଟା ହୋଇଥାଏ l
– କ୍ୟାନ୍ସର ହେବା ଦ୍ୱାରା ପାଟିରୁ ରକ୍ତ ବାହାରି ଥାଏ l
– ମାଉଥ କ୍ୟାନ୍ସର ରେ କାନ ଯନ୍ତ୍ରଣା ହୋଇଥାଏ l
– ମାଢି ରେ ଫୁଲା ରହିଥାଏ l
– ମାଉଥ କ୍ୟାନ୍ସର ରେ ଗଳା ରେ ସର୍ବଦା କିଚ କିଚ ହୋଇଥାଏ l
– କ୍ୟାନ୍ସର ରେ ଚୋବାଇବା ଓ ଢୋକିବା ରେ କଷ୍ଟ ହୋଇଥାଏ l
– ପାଟି ସମ୍ପୂର୍ଣ ଭାବରେ ଖୋଲି ନଥାଏ l