Odisha news

ପୁରୀରେ ନାଇଟ୍ କର୍ଫ୍ୟୁ : ତଦାରଖ ପାଇଁ ୧୦ଟି ଜୋନ୍ , ୩ଜଣ ଅତିରିକ୍ତ ଏସ୍ପି

୧୫ ପ୍ଲାଟୁନ୍ ଫୋର୍ସ ନିୟୋଜିତ

0

ପୁରୀ,୧୭ା୪:(ସବୁ୍ୟ)ମହାମାରୀ କରୋନ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନାଇଟ୍ କର୍ଫୁ୍ୟ କଟକଣାକୁ ପୁରୀରେ କଡ଼ାକଡ଼ି କରିବାକୁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୁରୀ ସହରକୁ ୧୦ ଜୋନ୍ରେ ବିଭକ୍ତ କରାଯାଇଛି । ଶ୍ରୀମନ୍ଦିର ଅଞ୍ଚଳକୁ ଗୋଟିଏ ଜୋନ୍, ବଡ଼ଦାଣ୍ଡ ଓ ଗୁଣ୍ଡିଚାମନ୍ଦିର ଅଞ୍ଚଳକୁ ତିନିଗୋଟି ଜୋନ୍ରେ ବିଭକ୍ତ କରାଯାଇଛି । ସମୁଦ୍ରକୂଳ, ଷ୍ଟେସନ ଓ ସହରର ଅନ୍ୟ ଅଞ୍ଚଳ ଗୁଡ଼ିକୁ ପାଇଁ ୬ ଟି ଜୋନ୍ କରାଯାଇଛି । ପ୍ରତ୍ୟେକ ଜୋନ୍ରେ କୋଭିଡ଼ ଏନ୍ଫୋର୍ସ୍ ମେଣ୍ଟପୋଷ୍ଟ କରାଯାଇଛି । ପ୍ରତ୍ୟେକ ପୋଷ୍ଟ ପାଇଁ ସ୍ୱତନ୍ତ୍ର ଏନ୍ଫୋର୍ସ ମେଣ୍ଟସ୍କାର୍ଡ଼ ଓ ମୋବାଇଲ୍ ଏନ୍ଫୋର୍ସମେଣ୍ଟଗାଡ଼ିର ବ୍ୟବସ୍ଥା ହୋଇଛି ।

ଅନୁରୂପଭାବେ ପିପିଲି,ନିମାପଡ଼ା ଓ କୋଣାର୍କ ଏନ୍ଏସି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିବା ଏସ୍ପି କନୱାର ବିଶାଳ ସିଂ କହିଛନ୍ତି । କଟକଣାକୁ କଡ଼ା କଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ୧୫ ପ୍ଲାଟୁନ ଫୋର୍ସ,୧୫ ଜଣ ଇନ୍ସପେକ୍ଟର ଓ ୩୦ ଜଣ ଏସ୍ ଆଇ,ଏଏସ୍ଆଇଙ୍କୁ ନିୟୋଜିତ କରାଯାଇଛି । ତଦାରଖ ଲାଗି ତିନିଜଣ ଅତିରିକ୍ତ ଏସ୍ପି,୧୦ ଜଣ ଡ଼ିଏସ୍ପି ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି । ଗତ ୧୦ ଦିନ ମଧ୍ୟରେ ମାସ୍କ ପିନ୍ଧିନଥିବା ୯୬୮୪ଜଣଙ୍କୁ ଜୋରିମାନା କରାଯାଇଛି । ବିନା କାରଣରେ ବାହରକୁ ନବାହିରିବା ଓ କରୋନା ଜନିତ କଟକଣା ସମସ୍ତେ ପାଳନ କରିବାକୁ ଏସ୍ପି ଅନୁରୋଧ କରିଛନ୍ତି । ନିୟମ ଉଲ୍ଲଂଘନ କାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାଇ ଦେଇଛନ୍ତି ।

Nalco
Leave A Reply