କୋଣାର୍କ : ଗୋପ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଭାଗା ମେରାଇନ୍ ଥାନା ଅଧୀନସ୍ଥ ସୁତନ ପଂଚାୟତ ର ବିଭିନ୍ନ ଗ୍ରାମ ର ଧାନ ବିଲରେ ଅଜଣା ପୋକ ଲାଗି ଧାନ କୁ କଳା କରିବା ସହ ଧାନ ଗଛ କୁ ମାରିଦେଉଥିବା ଦେଖିବାକୁ ମିଲିଛି।ଯାହା ଚାଷୀ ମାନଙ୍କ ର ଚିନ୍ତାର କାରଣ ପାଲଟିଛି। ଆଖ ପାଖ ଅଂଚଳର ପ୍ରାୟ ୫୦୦ ଏକର ରୁ ଉର୍ଦ୍ଧ ଜମିରେ ଦେଖିବାକୁ ମିଳିଛି ଏମିତି ଧାନରେ କଳାଦାଗ ଏହି ଅଜଣା ପୋକ ଲାଗିବାରୁ ଅମଳ ପୂର୍ବରୁ ବିଭିନ୍ନ ସଂସ୍ଥାରୁ ରୁଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ କିପରି ବ୍ୟାଙ୍କ ଋଣ ପରିଶୋଧ କରିବେ ।ଏହି ଖବର ପାଇ ଗୋପ ବ୍ଲକ୍ ମୁଖ୍ୟ କୃଷି ଅଧିକାରୀ ନକୁଳ ମଲ୍ଲିକ , ସହକାରୀ କୃଷି ଅଧିକାରୀ ଚନ୍ଦ୍ରଶେଖର ଦାସ ଓ ଗ୍ରାମ୍ୟ କୃଷି ଅଧିକାରିଣୀ ରଶ୍ମିତା ସୁବୁଦ୍ଧି ଶନିବାର ଦିନ ସମ୍ପୁକ୍ତ ଅଞ୍ଚଳକୁ ଗ୍ରସ୍ତ କରି ଧାନ ବିଲସବୁ ପରିଦର୍ଶନ କରିଛନ୍ତି ।
ଏପଟେ କରୋନା ଦ୍ୱିତୀୟ ଲହରୀ ପାଇଁ ଅଂଚଳର ବାସୀ ମାନେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଦୈଇଵ ଖାଦ୍ୟ ଭଣ୍ଡାର ଉପରେ ଦାଉ ସାଧି ଅମଳ ହେବାକୁ ଥିବା ଧାନ କେଣ୍ଡାକୁ ଅଜଣା ପୋକ ଦ୍ବାରା ଗ୍ରାସ କରିବାରେ ଲାଗିଛି ଯାହା ସୁତନ ପଂଚାୟତ ଚାଷୀ କୁଳ କୁ ସମସ୍ୟା ର ପାହାଡ଼ ଉପରେ ଠିଆ କରିଦେଇଛି ।ତେଣୁ ପ୍ରଶାସନ ଏଦିଗ ପ୍ରତି ତୁରନ୍ତ ଦୁଷ୍ଟି ଦେଇ ଅମଳ ହେବାକୁ ଥିବା ଧାନ ଫସଲ ଉପରେ ପ୍ରତିକାର କରି ଅଜଣା ରୋଗ ଦାଉରୁ ରକ୍ଷା ପାଇଁ ସୁତନ ସରପଞ୍ଚ ବିଳାସିନୀ ବେହେରା ,ଯୁବ ସାମ୍ବାଦିକ ଦେବୀ ପ୍ରସାଦ ନାୟକ ଙ୍କ ସହ ସମୂହ ଚାଷୀ ମାନେ ଦାବି କରିଛନ୍ତି ।
