Odisha news

ଏପରି ଗୋଟିଏ ଦେଶ ଯେଉଁଠି ଚାଲେ ମହିଳାଙ୍କ ରାଜ : ପୁରୁଷ ମାନଙ୍କର ନାଗରିକତା ପାଇବା ପାଇଁ ମଧ୍ୟ ଅଧିକାର ନାହିଁ

ନୂଆଦିଲ୍ଲୀ :ସାଧାରଣତଃ ଆମ ସମାଜ ପୁରୁଷ ପ୍ରାଧାନ୍ୟ ସମାଜ ଅଟେ l ପୁରୁଷ ମାନଙ୍କ ବିନା ନିର୍ଦେଶରେ କୌଣସି କାର୍ଯ୍ୟ କରାଯାଏ ନାହିଁ l କିନ୍ତୁ ବଦଳୁ ଥିବା ସମୟରେ ଲୋକମାନଙ୍କର ଧାରଣା ମଧ୍ୟ ବଦଳିବାରେ ଲାଗିଛି l ଉଭୟ ପୁରୁଷ ଓ ନାରୀ ସମାଜର ପ୍ରତେକ କ୍ଷେତ୍ରରେ ପାଦରେ ପାଦ ମିଶାଇ ଚାଲୁଛନ୍ତି l କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଗୋଟିଏ ଜାଗା ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ନାରୀ ମାନଙ୍କର ସ୍ଵାମୀତ୍ୱ ଚାଲିଥାଏ l ଆଶ୍ଚର୍ଯ୍ୟର କଥା ଏହା ଯେ ଏଠାରେ ପୁରୁଷ ମାନଙ୍କୁ ନାଗରିକତା ମଧ୍ୟ ଦିଆ ଯାଇନଥାଏ l

ୟୁରୋପ ମହାଦେଶରେ ଅବସ୍ଥିତ ଏହି ଦେଶଟିର ନାମ ହେଉଛି “ଅଦର ୱାର୍ଲଡ କିଙ୍ଗଡମ୍ “l ସୂଚନା ଅନୁସାରେ ୧୯୯୬ ରେ ଚେକ ରିପବ୍ଲିକ ନିକଟରୁ ଅଲଗା ହୋଇ ଏହି ଦେଶ ସ୍ୱତନ୍ତ୍ର ଦେଶ ହୋଇଥିଲା l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଦେଶର ଶାସନ ଦାୟିତ୍ୱ ମହିଳାଙ୍କ ହାତରେ ରହିଛି l ମିଳିଥିବା ରିପୋର୍ଟ ଅନୁସାରେ ଏହି ଦେଶର ରାଣୀ ପେଟ୍ରୀସିୟା -୧ ,ଯେଉଁ ଅଂଚଳରେ ତାଙ୍କର ରାଜତ୍ୱ ଚାଲିଥାଏ l କିନ୍ତୁ ଅଲଗା କୌଣସି ଦେଶ  “ଅଦର ୱାର୍ଲଡ କିଙ୍ଗଡମ୍ “କୁ ଦେଶର ସ୍ଥାନ ଦେଇ ନାହାନ୍ତି l ଏହି ଦେଶର ନିଜସ୍ୱ ଜାତୀୟ ପତାକା ,ମୁଦ୍ରା ,ପୋଲିସ ଫୋର୍ସ ଓ ପାସପୋର୍ଟ ରହିଛି l ଆଶ୍ଚର୍ଯ୍ୟର କଥା ଏହା ଯେ ଏଠାରେ ପୁରୁଷ ମାନଙ୍କର କୌଣସି ମହତ୍ୱ ନାହିଁ l

ଏହି ଦେଶକୁ ନିର୍ମାଣ କରିବା ପାଇଁ ୨ ବିଲିୟନ ଡଲାର ଲାଗିଥିଲା l କୁହାଯାଏ ଯେ ଏହି ଦେଶର ନାଗରିକତ୍ବ ପାଇବା ପାଇଁ ଯେ କୌଣସି ବ୍ୟକ୍ତିଙ୍କୁ ୫ଦିନ ପର୍ଯ୍ୟନ୍ତ ରାଣୀଙ୍କ ମହଲରେ ରହିବାକୁ ପଡେ l ସେହି ସମୟରେ ତାକୁ ରାଣୀଙ୍କର ସମସ୍ତ ଆଦେଶକୁ ମାନିବାକୁ ପଡିଥାଏ l ଏଠାରେ ପୁରୁଷ ମାନେ ସମସ୍ତ ଗୃହ କାର୍ଯ୍ୟ କରିଥାନ୍ତି ଓ ନାରୀ ମାନଙ୍କ ନିର୍ଦେଶ ପାଳନ କରି ଥାଆନ୍ତି l ଯଦି କୌଣସି ପୁରୁଷକୁ ମଦ ପିଇବାକୁ ଇଛା ହୁଏ ତେବେ ସେ ଘରର ମାଲିକାଣିଙ୍କ ପାଦ ତଳେ ବସି ପାର୍ଥନା କରେ l ମାଲିକାଣୀଙ୍କ ନିର୍ଦେଶ ପରେ ତାଙ୍କୁ  ପିଇବାର ସୁଯୋଗ ମିଳେ l ଜଣେ ସ୍ତ୍ରୀର ବିନା ନିର୍ଦେଶରେ ସ୍ୱାମୀ ଘର ବାହାରକୁ ମଧ୍ୟ ଯାଇ ପାରିବ ନାହିଁ l

 

0Shares
0