Odisha news

ଶ୍ରୀଲଙ୍କା ଜନସାଧାରଣଙ୍କ ଚୀନ ବିରୋଧରେ ପ୍ରଦର୍ଶନ ଜାରି : ଆସନ୍ତୁ ଜାଣିବା ପୁରା ଖବର

ନୂଆଦିଲ୍ଲୀ :ଶ୍ରୀଲଙ୍କା ରେ ଚୀନ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି l ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ରେ ଚୀନ ଦ୍ୱାରା ପୋର୍ଟ ସିଟି ତିଆରି ହେବାକୁ ନେଇ ବିରୋଧରେ ସୁପ୍ରିମ କୋର୍ଟରେ ଶହ ଶହ ଯାଚିକା ଦାୟର ହୋଇଛି l ଶ୍ରୀଲଙ୍କାରେ ବିପକ୍ଷ ଦଳମାନେ ଓ ଶ୍ରମିକ ସଙ୍ଘ ,ଚୀନ ସମର୍ଥିତ ପରିଯୋଜନା ଗୁଡିକୁ ଆହ୍ୱାନ ଦେଇ କୋର୍ଟରେ ପହଞ୍ଚି ଛନ୍ତି l ଆସନ୍ତା ସୋମବାର ଦିନ କୋର୍ଟରେ ଶୁଣାଣି ଅଛି l ଶ୍ରୀଲଙ୍କାର ରାଜପକ୍ଷେ ସରକାର ଗତ ସପ୍ତାହରେ ସଂସଦରେ କଲମ୍ବୋ ପୋର୍ଟ ସିଟି ଇକୋନୋମିକ କମିଶନ ନାମକ ଗୋଟିଏ ବିଲ୍ ଉପସ୍ଥାପନ କରିଥିଲେ l

ଏଥିରେ ସମୁଦ୍ର ତଟୀୟ ଅଞ୍ଚଳରେ ୧ .୪ ଆରବ ଡଲାର ବିନିଯୋଗ କରାଯିବ l ଶ୍ରୀଲଙ୍କାର ଜନସାଧାରଣ ମାନେ କହିଛନ୍ତି ଯେ ଏହି ବିଲ୍ ରେ ଚୀନର ପୋର୍ଟ ସିଟି ତିଆରି କରିବାକୁ ନେଇ ଚୀନକୁ ଅସୀମିତ ଶକ୍ତି ଦିଆଯାଇଛି ,ଯାହାଦ୍ୱାରା ଦେଶର ସଂପ୍ରଭୁତା ଉଲଂଘନ ହେବ ବୋଲି ଦର୍ଶା ଯାଇଛି l ଏହାକୁ ଶ୍ରୀଲଙ୍କା ସରକାର ଗୋଟିଏ ବିଦେଶୀ ନିବେଶର ଜରିଆ କହିଛନ୍ତି l ବିଦେଶର ନିବେଶ ଦ୍ୱାରା ଶ୍ରୀଲଙ୍କାର ଉନ୍ନତି ହେବ ବୋଲି ମତ ଦେଇଛନ୍ତି l ଜନସାଧାରଣଙ୍କ ବିରୋଧକୁ ନେଇ ବର୍ତମାନ ଶ୍ରୀଲଙ୍କାରେ ଅଶାନ୍ତ ପରିସ୍ଥିତି ଦେଖା ଦେଇଛି l

 

0Shares
0