Odisha news

ବଦଳିଯାଏ ତାର ପରିଚୟ

Rashmi samal : ବାପ ଘରେ ଝିଅ ,ଆଉ ଶାଶୁ ଘରେ ହୋଇଯାଏ ବୋହୁ ,ବଦଳିଯାଏ ତାର ପରିଚୟ। କଥାରେ କୁହନ୍ତି ବହୁ ତପସ୍ୟା କରିଥିଲେ ଘରେ ଝିଅ ଟିଏ ଜନ୍ମ ନେଇଥାଏ। ଯେମିତି କି ଜଗ ମୋହନ ବାବୁ ଆଜି ଖୁସିରେ ସତେ ଯେପରି ଫାଟି ପଡୁଛନ୍ତି।କାରଣ ସେ କନ୍ୟା ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି।ଜଗମୋହନ ବାବୁ ଆମ ପାଖ ପଡ଼ିଶା।ପେଷାରେ ଜଣେ ଶିକ୍ଷକ।ଭାରି ସଂସ୍କାରି ମଧ୍ୟ।ତେବେ ତାଙ୍କ ମତରେ ପିଲା ମାନଙ୍କୁ ଉତ୍ତମ ରୂପେ ଗଢି ତୋଳିବା ବାପା ମା ଙ୍କର ପ୍ରଥମ କର୍ତବ୍ୟ।ତେଣୁ ପ୍ରଥମରୁ ସଂସ୍କାରିତ ମାର୍ଗରେ ନୈତିକ ଶିକ୍ଷା ଦେବା ଅତ୍ୟନ୍ତ ଆବଶ୍ୟକ।ସଂସ୍କାର ଜୀବନ ନିର୍ମାଣର ବାଟ ଦେଖାଏ।ଝିଅ ଜନ୍ମରେ ଯେତିକି ଖୁସି ଥିଲେ ତାକୁ ସୁ ମାର୍ଗରେ ନେବା ପାଇଁ ସେତିକି ଚିନ୍ତିତ ମଧ୍ୟ ଜଣାପଡୁଥିଲେ।ଚାଂହୁ ଚାଂହୁ ଦିନ ଗଡି ଚାଲିଲା।ସ୍ନେହ ଆଦରରେ ଅଲିଅଳି ଝିଅ ତାଙ୍କର ବଡ ହେବାକୁ ଲାଗିଲା।ସ୍କୁଲପାଠ ଆଉ କଲେଜ ପାଠ ମଧ୍ୟ ସରିଲା।ଝିଅ ଟି ଦେଖିବା ପାଇଁ ସତେ ଯେପରି ଗୋଟିଏ ଚାଉଳରେ ଗଢ଼ା।କଥାରେ ଅଛି ଝିଅ ଜନ୍ମ ପରଘରକୁ।ସେ ତ ବିଧିର ବିଧାନ।ବାପା ମା ଝିଅକୁ କେମତି ଭଲ ଘର ଆଉ ଭଲ ବର ଦେଖି ବିବାହ ଦେବେ।ଜଗମୋହନ ବାବୁ ସେଥିରୁ ବା କିପରି ବିଚ୍ୟୁତ ହେବେ।
ସେ ଜ୍ବାଇଁ ଖୋଜା ରେ ଲାଗି ପଡିଲେ ପୁଣି ଖୋଜା ହେଲା ଯୋଗ୍ୟ ଆଉ ଶିକ୍ଷିତ ବର। ଅଫିସର ଆଉ ଅଧ୍ୟାପକ ଏମିତି କ୍ୟାଡର ର ପାତ୍ର ।ଯାହା ହେଉଏକମାତ୍ର ଅଲିଅଳି କନ୍ୟାର ବାହାଘର ଠିକ ହେଲା ଶ୍ରୀକାନ୍ତ ବାବୁଙ୍କ ପୁତ୍ର ସହ। ସମସ୍ତେ କହୁଥାନ୍ତି ଶ୍ରୀକାନ୍ତ ବାବୁ ଙ୍କ ପିଲାଟି ଭାରି ଶାନ୍ତ ଶିଷ୍ଠ ସରଳ ମଧ୍ୟ।ଏହା ଛଡା ସେ ପେସାରେ ଜଣେ ଭଲ ସରକାରୀ ଇଞ୍ଜିନିୟର।ଝିଅ ଟି ବହୁତ ଖୁସିରେ ରହିବ।ଝିଅ ପୁଅଙ୍କ ରାଶି ଅନୁସାରେ ଦିନ ବାର ମଧ୍ୟ ବାହାଘର ପାଇଁ ଠିକ ହୋଇଗଲା। ଜଗମୋହନ ବାବୁ ଙ୍କ ଘର ଆଜି ଉଠୁଛି ପଡୁଛି।ବାଜା ମହୁରୀ ଶଙ୍ଖ ହୁଳହୁଳି ,ସାହି ପଡିଶା ବନ୍ଧୁ ଆଉ ପ୍ରିୟ ଜନଙ୍କ କୋଳାହଳରେ ଚଉଦିଗ ପ୍ରକମ୍ପିତ ହୋଇ ଯାଉଛି।ସମସ୍ତଙ୍କ ମନ ମଧ୍ୟ ବହୁତ ଖୁସି । ବିବାହ ପୂର୍ବରୁ ମେହେନ୍ଦୀ ସଙ୍ଗୀତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ସବୁ ଠିକ ସମୟରେ ସରିଲା।ଏପଟେ ସାଙ୍ଗ ସାଥି ମାନେ ଝିଅକୁ ସଜେଇ ଦେଉ ଥାଆନ୍ତି।ମଙ୍ଗନ ଦିଅ ମଙ୍ଗୁଳା ପରେ ବାଡୁଅ ପାଣିରେ ଗାଧୁଆ ସବୁ କାମ ସରିଲା।ଠିକ ସମୟରେ ବର ଆସି ବହୁ ଯାକ ଯମକରେ ପଂହଁଚିଲା ।ଝିଅ ଘର ପକ୍ଷରୁ ବରକୁ ବାଟ ମଙ୍ଗୁଳା କରି ଘରକୁ ପାଛୋଟି ନେଲେ।ତାପରେ ବିବାହ ହସ୍ତଗଣ୍ଠି ସବୁ କାମ ଘଣ୍ଟାକ ମଧ୍ୟରେ ସମାପନ ହେଲା।କନ୍ୟାଦାନ କରି ସୁରୁଖୁରୁରେ ବିବାହ କାର୍ଯ୍ୟ ସମ୍ପନ୍ନ କଲେ ଜଗମୋହନ ବାବୁ।ଏଥର ଝିଅ ବିଦାୟ ସମୟ।ବାପା ମା ଝିଅ ର ବୁକୁ ଫଟା କାନ୍ଦ ମୋ ଆଖିରୁ ରୁ ବି ଲୁହ ଧାର ଧାର ବହୁଥାଏ।ଝିଅ ଜନ୍ମ ପର ଘରକୁ ସେ ତ ଦୁନିଆଁର ରୀତିନୀତି।
ବାପା ଘରେ ଝିଅ ଅଢେଇ ଦିନିଆ ଏତ ପ୍ରବାଦ ରହିଛି।ଆଜି ଠାରୁ ନିଜ ଘର ଛାଡ଼ି ନିଜ ଜନ୍ମ କଲା ବାପା ମାଙ୍କୁ ଛାଡି ମାର ପଣତ କାନିରେ କନକ ଆଞ୍ଜୁଲି ଦେଇ ଅଣ୍ଟି ରେ ଅଣ୍ଟି ଏ ସ୍ବପ୍ନ ନେଇ ଶାଶୁ ଘର ଯିବ।ଝିଅ ମାନଙ୍କ ପାଇଁ ଏହି ତ ସ୍ରଷ୍ଟା ଙ୍କ ନିୟମ। ଝିଅ ବିଦାୟ ପୂର୍ବରୁ କୋହ ଭରା କଣ୍ଠରେ ଜଗମୋହନ ବାବୁ ଝିଅ କୁ କହୁଥାନ୍ତି ଆଜି ଠାରୁ ତୋ ଶାଶୁ ଶଶୁର ସ୍ୱାମୀ ତୋ ପାଇଁ ସବୁକିଛି।ଆଉ ଘର ତୋର ବର ବି ତୋର।ସିନ୍ଦୁରର ମର୍ଯ୍ୟାଦା ରକ୍ଷା କରିବୁ।ସ୍ୱାମୀ ଘର ସୁଖେ ସୁଖୀ ଆଉ ତାଙ୍କରି ଦୁଃଖରେ ଦୁଃଖୀ ହୋଇ ବଂଚିବୁ।ପରିସ୍ଥିତି ଅନୁସାରେ ନିଜର କର୍ତବ୍ୟ ନିର୍ବାହ କରିବାକୁ ଚେଷ୍ଠା କରିବୁ।ଶାଶୁ ଘରର ସମସ୍ତ ଲୋକଙ୍କୁ ନିଜର କରି ନିଜସ୍ୱ ଦୁନିଆ ଗଢିବାର ଓ ସୌଭାଗ୍ୟ ଲକ୍ଷ୍ମୀ ହେବାର ସବୁ ଦାୟିତ୍ୱ ତୋର।ଆଉ ଦୁଇ କୁଳର ସମାନତା ରକ୍ଷା କରିବୁ।ଆଗକୁ ବଢିବାର ପ୍ରେରଣା ତୁ ଯଥେଷ୍ଟ ପାଇଛୁ।ସଂସାର ଗଢ଼ିବାର ସହଜ ପ୍ରକ୍ରିୟା ହେଉଛି ଟିକେ ସହିବା ପଣକୁ ଜୋର କରି ପୋଷା ମନେଇ ନିଜ ଭିତରେ ରଖିବା।ବାସ,,,ଗଢି ଉଠିବ ସୁନାର ସଂସାର ।କାହାରି ମନରେ କଷ୍ଟ ଦେବା ବା କାହା ମନରେ ଆଘାତ ଦେବା ଭଳି କଥା କହିବୁ ନାହିଁ।ସବୁବେଳେ ମନେ ରଖିଥିବୁ ପ୍ରତ୍ୟକ ସମସ୍ୟା ଆସିଲେ ସେ ତାର ସାମାଧନ ନେଇ ଆସିଥିଏ।ଧର୍ଯ୍ୟ ର ସହ ସମାଧାନ କରିବୁ।କନ୍ୟା ରୁ ନାରୀ ହୋଇ ସଂସାର ହସାଇବୁ।ସ୍ନେହ ମମତାର ଡୋରୀରେ ସୁନ୍ଦର ସମ୍ପର୍କର ସେତୁ ଯୋଡି ପାରେ ବୋଲି ଦୁହିତା ଦୁହି କୂଳକୁ ହିତା ବୋଲି ପ୍ରବାଦ ଅଛି।ଦୁଇ ପରିବାର ମଧ୍ୟରେ ସାମାନତା ରକ୍ଷା କରି ଚଳିବୁ। ସ୍ତ୍ରୀ ହୋଇ ସ୍ୱାମୀର ସବୁ ପ୍ରକାର ସାଥି ହୋଇ ରହିବୁ।ବୋହୁ ହୋଇ ଶାଶୁ ଶଶୁରଙ୍କ ସେବାରେ କେବେ ଅବହେଳା କରିବୁ ନାହିଁ।ଶାଶୂଘରେ ସମ୍ପର୍କର ମର୍ଯ୍ୟାଦାକୁ କେବେ ଖଣ୍ଡ ବିଖଣ୍ଡିତ କରିବାକୁ ଦେବୁ ନାହିଁ। ଏମିତି କାନ୍ଦି କାନ୍ଦି ଝିଅ କୁ ବିଦାୟ ଦେଉଥାନ୍ତି।ମୁ ଭାବୁଥାଏ ଯଦି ସମସ୍ତ ବାପା ମା ଏପରି ସଂସ୍କାର ଦେଇ ଝିଅ କୁ ଛାଡିବେ ତେବେ ଆଉ ଆମ ସମାଜରେ ପାରିବାରିକ ଅଶାନ୍ତି ଦେଖାଯିବ ନାହିଁ।ପ୍ରତି ନାରୀ କଥାରେ ଥାଏ ମଧୁରତା ଆଉ କାମରେ ଅତ୍ମୀୟତା ସେ ଗଢି ପାରିବ ସୁନା ସଂସାର।
ଆଧୁନିକ ସମାଜର ସ୍ଥିତିକୁ ଅନୁଧ୍ୟାନ କରି ସମସ୍ତ ବାପା ମା ଜଗମୋହନ ବାବୂ ଓ ତାଙ୍କ ପତ୍ନୀ ଙ୍କ ପରି ସଂସ୍କାରି ଯଦି କରି ପାରନ୍ତେ ତେବେ ନିଶ୍ଚିତ ସମାଜରେ ପରିବାର କଳହର ସମସ୍ୟା କିଛି ମାତ୍ରାରେ କମିଯାଅନ୍ତା।ଝିଅ ସଂସ୍କାରି ହୋଇଥିଲେ ଘରର ମାହୋଲ ନିଶ୍ଚିତ ବଦଳିଯିବ।ମଣିଷ ର ହୃଦୟକୁ ଠିକ ସମୟରେ ବୁଝି ପାରିବା ଝିଅ ରୁ ବୋହୁ ହୋଇ ଏହା ହିଁ ତାର ପାରିବା ପଣିଆ।ସମସ୍ତେ ନିଜ ପରିବାର ଆଉ ସ୍ନେହ ଶ୍ରଦ୍ଧା ର ଏକତା କୁ ମୂଲ୍ୟବାନ ସମ୍ପଦ ବୋଲି ଭାବିବା ଆବଶ୍ୟକ।
0Shares
0