Odisha news

ଉତ୍କଳ ହିନ୍ଦୁ ସେବକ ସଂଘ ଓଡିଶା ପକ୍ଷରୁ ଗଞ୍ଜାମ ଜିଲ୍ଲା ସଭାପତି ଦୁର୍ଗାମାଧବ ପଣ୍ଡାଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଭାବରେ  ନୂତନ ଦାୟିତ୍ୱ ପ୍ରଦାନ

ପୋଲସରା(ରଂଜୟ ପାଣିଗ୍ରାହୀ)ସକାଳ ଖବର :ଉତ୍କଳ ହିନ୍ଦୁ ସେବକ ସଂଘ ଓଡିଶା ପକ୍ଷରୁ ଗଞ୍ଜାମ ଜିଲ୍ଲା ସଭାପତି ଦୁର୍ଗାମାଧବ ପଣ୍ଡାଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଭାବରେ  ନୂତନ ଦାୟିତ୍ୱ ପ୍ରଦାନ କରାଯାଇଅଛି  ସେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ମନ୍ଦାର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ ସ୍ବର୍ଗତ ସନାତନ ପଣ୍ଡା ଏବଂ ଅଞ୍ଜଳି ପଣ୍ଡା ଙ୍କ ସୁପୁତ୍ର ଏବଂ ସେ ଜଣେ ଭଳ ସଙ୍ଗଠକ, ଯୁବ ସମାଜସେବୀ, ଦୟାଳୁ, ଶାନ୍ତ ସ୍ଵଭାଵର ବ୍ୟକ୍ତିତ୍ୱ ଅଟନ୍ତି l ତାଙ୍କର କର୍ମମୟ ଜୀବନରେ ନିଷ୍ଠାବାନ ଓ କାର୍ଯ୍ୟ ଦକ୍ଷତା ଦେଖିଇ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି, ସଂଘ କୁ ଭବିଷ୍ୟତ ରେ ଆଗକୁ ନବାପାଇଁ ସେ ଦୃଢ଼ ପ୍ରତିଶୃତି ବଧ ହୋଇଛନ୍ତି,ପ୍ରତି ଜିଲ୍ଲା  ରେ କେମିତି ସଂଘର କାଯ୍ୟକ୍ରମ ଠିକ ଭାବରେ ପରିଚାଳନା ହବ ତାହା  ପ୍ରଥମ ଲଖ୍ୟ ହବ ବୋଲି ଦୁର୍ଗା ମାଧବ ପଣ୍ଡା  କହିଛନ୍ତି ଏବଂ ସଂଘ ତାଙ୍କ ଉପରେ ବିଶ୍ୱାସ ଏବଂ ଭରସା ରଖିଥିବାରୁ ସଂଘ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Comments are closed.