Odisha news

ଆସାମରେ ଜନ ସଭାରେ ପ୍ରଧାନମନ୍ତ୍ରୀ ମୋଦି : ଆସନ୍ତୁ ଜାଣିବା ମୋଦି କଣ କହିଲେ

ନୂଆଦିଲ୍ଲୀ : ଆସାମରେ ଜନ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ଜନସଭାକୁ ଦେଖିଲେ ଲାଗୁଛି ସେଠାରେ ବିଜେପି ରଣନୀତି ଠିକ ଭାବେ କାମକରୁଛି l କିନ୍ତୁ ତାପଛରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତଙ୍କ ରଣ କୌଶଳ ମଧ୍ୟ ଆସାମରେ ପୁରା କାମ କଲାଭଳି ଲାଗୁଛି l ବିଜେପିର ତୁଙ୍ଗନେତା ମାନଙ୍କ ପ୍ରଚାର ସାଙ୍ଗକୁ ଯେକୌଣସି ରାଲିକୁ ଦେଖିଲେ ଲାଗୁଛି ଆସାମରେ ବିଜେପି ର ସ୍ତିତି ଦୃଢ ସ୍ତିତିରେ ଅଛି l

ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ତା’ର ମେଣ୍ଟ ଦଳଙ୍କୁ ଆସାମବାସୀ ‘ରେଡ୍‌ କାର୍ଡ’ ଦେଖାଇବେ ବୋଲି ଗୁରୁବାର ଦିନ ଆସାମର କୋକ୍ରାଝରରେ ଏକ ନିର୍ବାଚନ ପ୍ରଚାର ରାଲିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏପ୍ରିଲ୍‌ ୬ ତାରିଖ ଦିନ ସେଠାରେ ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ କରାଯିବ।

ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ବିଜେପିର ବିକାଶର ଡବଲ୍‌ ଇଞ୍ଜିନ୍‌ ଓ ‘ମହାଝୁଟ୍‌’ (ବଡ଼ ମିଛ) କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି।

ଆପଣମାନଙ୍କ କଲ୍ୟାଣ ଲାଗି ଏଠାରେ ‘ଏନ୍‌ଡିଏ’ ସରକାର ‘ସବ୍‌କା ସାଥ୍‌ ସବ୍‌କା ବିକାଶ ସବ୍‌କା ବିଶ୍ୱାସ’ ମନ୍ତ୍ରରେ କାର୍ଯ୍ୟ କରୁଛି। ପ୍ରଥମ ପର୍ଯ୍ୟାୟ ମତଦାନରେ ଆସାମବାସୀ ‘ଏନ୍‌ଡିଏ’କୁ ଆଶୀର୍ବାଦ ଦେଇଛନ୍ତି। ବିଜେପି ନେତୃତ୍ୱାଧୀନ ସରକାରର ଦ୍ୱିତୀୟ ପାଳି ନିମନ୍ତେ ଆସାମ ପ୍ରଥମ ପର୍ଯ୍ୟାୟରେ ‘ଏନ୍‌ଡିଏ’ର ମହାବିଜୟରେ ମୋହର ମାରିଛି।

ଏକ ସାଧାରଣ ନିର୍ବାଚନୀ ପ୍ରତିଶ୍ରୁତି ପ୍ରସଙ୍ଗରେ ତାଙ୍କର ମୁଖ୍ୟ ବିରୋଧୀକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଚା ବଗିଚାରେ କାର୍ଯ୍ୟ କରୁଥିବା ସହଯୋଗୀମାନଙ୍କୁ କଂଗ୍ରେସ କେବେ କିଛି ପଚାରିନାହିଁ। ସେଠାରେ କାର୍ଯ୍ୟରତ ପ୍ରତ୍ୟେକ ଶ୍ରମିକଙ୍କ ହାଲ୍‌ ବୁଝିବାକୁ ‘ଏନ୍‌ଡିଏ’ ସରକାର ହିଁ ଚେଷ୍ଟା କରିଛି।

Comments are closed.