Odisha news

ସନରାଇଜର୍ସ ହାଇଦ୍ରାବାଦର ବଡ ଖେଳାଳି ମାର୍ଶ ଏଥର ଆଇପିଏଲ ଖେଳିବେନି

ନୂଆଦିଲ୍ଲୀ  : ଆଇପିଏଲ ଆରମ୍ଭ ପୂର୍ବରୁ ପ୍ଲେଆର ମାନଙ୍କର କିଛି ନା କିଛି ଅସୁବିଧା ଥିବାର ଦେଖାଯାଉଛି l ସନରାଇଜର୍ସ ହାଇଦ୍ରାବାଦ ଟିମକୁ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ବଡ ଝଟକା ଲାଗିଛି। କ୍ରିକବଜର ଏକ ରିପୋର୍ଟ ଅନୁସାରେ ମାର୍ଶ ବିସିସିଆଇ ଓ ନିଜ ଫ୍ରାଞ୍ଚାଇଜିକୁ ନିଜ ନିଷ୍ପତ୍ତି ସମ୍ପର୍କରେ ଜଣାଇଛନ୍ତି। ସେ ବହୁ ଦିନ ଧରି ବାୟୋ-ବବଲରେ ରହିବାକୁ ଚାହୁଁ ନାହାନ୍ତି। ଆଇପିଏଲ ୨୦୨୧ ଏପ୍ରିଲ ୯ ତାରିଖରୁ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଆରମ୍ଭ ହେବା। କ୍ରିକେଟ ପ୍ରେମୀ ଆଇପିଏଲକୁ ନେଇ ଖୁବ ଉତ୍ସାହିତ ଅଛନ୍ତି। ଏପ୍ରିଲ ୧୧ ତାରିଖରେ ଚିଦମ୍ବରମ ଷ୍ଟାଡିୟମରେ ହାଇଦ୍ରାବାଦ ଓ କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ ମ୍ୟାଚ୍ ହେବ।

କ୍ରିକବଜ ଅନୁଯାୟୀ, ହାଇଦ୍ରାବାଦ ଟିମ ମାର୍ଶଙ୍କ ଜାଗାରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ନେବାକୁ ଆଲୋଚନା କରୁଛି ଯିଏ ନିକଟରେ ଭାରତ ବିପକ୍ଷରେ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଥିଲେ। ଆଇପିଏଲର ତାଜା ବାୟୋ ସିକ୍ୟୁରିଟି ପ୍ରଟୋକଲ ଅନୁସାରେ ମାର୍ଶଙ୍କୁ ୭ ଦିନ ଯାଏଁ ଆଇସୋଲେସନରେ ରହିବାକୁ ପଡିଥାନ୍ତା।

ହାଇଦ୍ରାବାଦ ଟିମ ମାର୍ଶଙ୍କୁ ୨୦୨୦ ନିଲାମୀରେ ତାଙ୍କ ବେସ ପ୍ରାଇସ ଦୁଇ କୋଟି ଟଙ୍କାରେ କିଣିଥିଲେ। କିନ୍ତୁ ସେ ଅଧିକ ସମୟ ବାହାରେ ହିଁ ଥିଲେ। ମାର୍ଶ ୧୦ ବର୍ଷରେ ଆଇପିଏଲରେ ୨୧ଟି ମ୍ୟାଚ ଖେଳିଛନ୍ତି।

Comments are closed.