Odisha news

ପଶ୍ଚିମ ବଙ୍ଗରେ ଭୋଟ ଗ୍ରହଣ ସମୟରେ ହିଂସାକୁ ନେଇ : ଶୁଭେନ୍ଦୁ କହିଛନ୍ତି ବଙ୍ଗଳାରେ ଚାଲିଛି ଜଙ୍ଗଲ ରାଜ

ନୂଆଦିଲ୍ଲୀ :ପଶ୍ଚିମ ବଙ୍ଗରେ ଦ୍ଵିତୀୟ ଚରଣ ମତଦାନ ଆଜି ହୋଇଛି ,ଏହି ସମୟ ମଧ୍ୟରେ ଛୀଟପୁରରେ ହିଂସାତ୍ମକ ଘଟଣା ଘଟି ଥିବାର ସୂଚନା ମିଳିଛି l ତାଜା ସୂଚନା ଅନୁସାରେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗାଡି ଉପରକୁ ରାସ୍ତାର ଉଭୟ ପାର୍ଶ୍ୱରୁ ପଥର ବୃଷ୍ଟି କରା ଯାଇଥିବାର ଖବର ମିଳିଛି l ଏହି କ୍ରମରେ ପଶ୍ଚିମ ମେଦିନା ପୁତ୍ର ଅଂଚଳରେ କେଶପୁର ବିଧାନସଭା କ୍ଷେତ୍ରର ବିଜେପି ପାର୍ଥିଙ୍କ ଗାଡି ଉପରକୁ ମଧ୍ୟ ଆକ୍ରମଣ କରା ଯାଇଥିଲା l

ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ କିଛି ଅସାମାଜିକ ଯୁବକ ଏହି ପ୍ରକାର ଆକ୍ରମଣ କରିଥିଲେ l ଗଣମାଧ୍ୟମର ବାହାନ କୁ ମଧ୍ୟ ଆକ୍ରମଣ କରା ଯାଇଥିଲା l ପୂର୍ବ ମେଦିନା ପୁରର ବୁଥ୍ ନମ୍ବର ୧୭୭ ରେ ଭାଜପା ପାର୍ଥି ସୁମନ ସେନଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଇଛି l ଭାଜପା ପକ୍ଷରୁ ଆକ୍ରମଣ ପାଇଁ ତୃଣମୂଳ କଂଗ୍ରେସ ଉପରେ ଆରୋପ ଲଗାଯାଇଛି l ଭାଜପାର ମହିଳା ପୋଲିଂ ଏଜେଣ୍ଟଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି l

Comments are closed.