Odisha news

ବ୍ରହ୍ମପୁର ଜିଲ୍ଲା ପୋଲିସରେ ୮୬ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର ଜିଲ୍ଲା ପୋଲିସ ରେ  ୮୬ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି।  ଏହି ଅବସରରେ ଆଜି ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ରଙ୍କ ସଂଯୋଜନାରେ ଆମ୍ବପୁଆ ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ୮୬ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆରକ୍ଷୀ ଉପ ମହାନିରୀକ୍ଷକ ସତ୍ୟବ୍ରତ ଭୋଇ ଯୋଗଦାନ କରିଥିବା ସହ ଉପସ୍ଥିତ ଥିବା ସମସ୍ତ  ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁଲିସ ଆଗାମୀ ଦିନରେ ଉତ୍ତମ ସେବା ଏବଂ ସେବାର ମାନ ଅଧିକ କରିବା ଦିଗରେ ସଂକଳ୍ପବଦ୍ଧ ବୋଲି ଶ୍ରୀ ଭୋଇ କହିଛନ୍ତି । ଏଥିସହ ପୁଲିସର କାର୍ଯ୍ୟ ଓ ବ୍ୟବହାର ଦିଗରେ କିଭଳି ଲୋକଙ୍କ ନିକଟତର ହୋଇପାରିବେ ସେନେଇ ସେ ପରାମର୍ଶ ଦେଇଛନ୍ତି। ବ୍ରହ୍ମପୁର ଜିଲ୍ଲା ପୋଲିସ ଦାୟିତ୍ୱ ଭାର ଓଡ଼ିଶା ପୁଲିସ ଉପରେ ଥିବା ବେଳେ ସେମାନଙ୍କ ଧନଜୀବନ ସୁରକ୍ଷା ନେଇ ଅଭିଭାଷଣ ରଖିଥିଲେ ଡ଼ିଆଇଜି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସ ର ୩୧ଜଣ ପୁଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ଡ଼ିଆଇଜି ପୁରସ୍କାର କରିଥିବା ବେଳେ ଡିଜି ପ୍ଲାଜମା ଦାନ କରିଥିବା ୩ଜଣପୋଲିସ କର୍ମଚାରୀଙ୍କୁପୁରସ୍କୃତ କରାଯାଇଥିଲା । ସେମାନେ ହେଲେ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ଦିବାକର ବେହେରା, କନେଷ୍ଟବଳ ପ୍ରଶାନ୍ତ ମହାନ୍ତି,ହୋମରଗାର୍ଡ ମନୋଜ କୁମାର ରଣା । ସେହିପରି ଶେଷ୍ଠ କାଯ୍ୟ ପାଇଁ  ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି , ଟାଉନ ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀ ଏବଂ ଗୋଶାଣିନୁଆଗାଁ ଥାନା ଅଧିକାରୀ ସୁମିତ ସୋରେନଙ୍କୁ ଡ଼ିଆଇଜି ସତ୍ୟବ୍ରତ ଭୋଇ ଏବଂ ଏସ୍ ପି ପିନାକ ମିଶ୍ର ପୁରସ୍କୃତ କରିଛନ୍ତି । ଚଳିତବର୍ଷ ଶେଷ୍ଠ ସବ୍ଇନ୍ସପେକ୍ଟର  ଭାବ ସୂର୍ଯ୍ୟଚନ୍ଦ୍ରପାଢ଼ୀ(୨୦୧୪ବ୍ୟାଚ୍),ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ସନ୍ତୋଷ କୁମାର ମଲ୍ଲିକ(୨୦୦୯ ବ୍ୟାଚ୍),ଶେଷ୍ଠ ହାବିଲଦାର  ନାରାୟଣ ମହାପାତ୍ର(୨୦୧୮ ବ୍ୟାଚ୍), ଶେଷ୍ଠ ଏ.ପି.ଆର କନେଷ୍ଟବଳ ରଶ୍ମି ରଞ୍ଜନ ଦାଶ(୨୦୧୩ ବ୍ୟାଚ୍), ଶେଷ୍ଠ ଓ.ଆର କନେଷ୍ଟବଳ ରବିନ୍ଦ୍ର ଦାସ (୧୯୯୦ ବ୍ୟାଚ୍),ଏବଂ ଶେଷ୍ଠ ଟ୍ରାଫିକ କନେଷ୍ଟବଳ  ପ୍ରଫୁଲ୍ଲ କୁମାର ଶବର (୧୯୮୯ ବ୍ୟାଚ୍)ଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଏସପି ପିନାକ ମିଶ୍ର ପୋଲିସ ବିଭାଗ ଗଠନର ମହତ୍ତ୍ବ ଏବଂ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ କହିବା ସହ ଲୋକଙ୍କ ହିତରେ କାମ କରି ବିଶ୍ବାସଭାଜନ ହେବା ପାଇଁ ଆହ୍ବାନ ଜଣାଇଥିଲେ ।
 ଏହି ଅବସରରେ ଡ଼ିଆଇଜି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢ଼ିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜନତା ହେଉଛନ୍ତି ମାଲିକ। ଏଇ ଭାବନା ନେଇ ପୁଲିସ କାମ କରୁ । ବୃତ୍ତିଗତ ଦକ୍ଷତା ସହ କାମ କରୁ ପୁଲିସ । ଆଜିର ଏହି ୮୬ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସରେ ବ୍ରହ୍ମପୁର ଅତିରିକ୍ତ ଏସ୍.ପି ପ୍ରଭାତ ରାଉତରାୟ, ପ୍ରଶାନ୍ତ ମିଶ୍ର,
  ଟାଉନ ଏସ ଡିପିଓ ବିଷ୍ଣୁ ପ୍ରସାଦ ପତି , ସଦର ଏସ୍ ଡିପିଓ ଜୟନ୍ତ ମହାପାତ୍ର ,ଚିକିଟି ଏସ ଡ଼ିପିଓ ,ଟ୍ରାଫିକ ଡ଼ିଏସପି ବିମଳକାନ୍ତ ନାୟକ,ରିଜର୍ଭ ଇନ୍ସପେକ୍ଟର ଦିଲୀପ କୁମାର ବେହେରା, ସର୍ଜେଣ୍ଟ କବିବର ଦେହୁରୀଙ୍କ ସମେତ ସମସ୍ତ ଥାନା ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ

Comments are closed.