ବୋରିଗୁମ୍ମା-(k.sakil Dora)- ବୋରିଗୁମ୍ମା ବ୍ଲକ ପ୍ରଶାସନ ପକ୍ଷରୁ ନିଆରା ଢଙ୍ଗରେ ରେ ପାଳିତ ହେଲା ୮୬ ତମ ଉତ୍କଳ ଦିବସ।ପ୍ରଥମ ଥର ପାଇଁ କୋରାପୁଟ ଜିଲ୍ଲା ର ସୀମାନ୍ତ ଆଉଁଳି ପଂଚାୟତ ର ବଙ୍ଗଳାଗୁଡା ବିଶ୍ରାମାଗାର ପରିସରରେ ପାଳନ କରାଯାଇଛି ବ୍ଲକ ସ୍ତରୀୟ ଉତ୍କଳ ଦିବସ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ବୋରିଗୁମା ବିଡିଓ ପ୍ରଣୟ ରଞ୍ଜନ ବେହେରା ଏବଂ ଆଉଁଳି ସରପଞ୍ଚ ତ୍ରିନାଥ ଭତ୍ରା ଯୋଗ ଦେଇଥିଲେ । ପ୍ରଥମେ ମଧୁସୂଦନ ଦାସଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଆଉ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।ପରେ ବନ୍ଦେ ଉତ୍କଳ ଜନନୀ ଗୀତ ମଧ୍ୟ ଗାନ କରାଯାଇଥିଲା।ବିଡିଓ ଶ୍ରୀ ବେହେରା ଓଡିଶା ସ୍ୱତନ୍ତ୍ର ରାଜ୍ୟ ଗଠନ ରେ ମହାପୁରୁଷ ଙ୍କ ଅବଦାନ କୁ ମନେ ପକାଇଥିଲେ।ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ ।ପ୍ରତେକ ଓଡ଼ିଆ ନିଜ ଭାଷା କୁ ନେଇ ଗର୍ବ କରିବା ଆବଶ୍ୟକ। ଦେଶ ରେ ଓଡିଶା ର ସ୍ଥାନ ସ୍ୱତନ୍ତ୍ର। ବିଦେଶରେ ମଧ୍ୟ ଓଡିଶା ର ନାଁ ରହିଛି।କାର୍ଯ୍ୟକ୍ରମଟିରେ ବ୍ଳକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଆଉଁଳି ଗ୍ରାମବାସୀ,ବୁଦ୍ଧିଯିବି,ସାମ୍ବାଦିକ ଗଣ ଉପସ୍ଥିତ ରହି ଉତ୍କଳ ଦିବସ ବିଷୟରେ ଆଲୋଚନା ହୋଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଏବିଡିଓ ମାଧୁରୀ ଆଚାରୀ, ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ସେଠି ଓ ଅନ୍ୟ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଆଉଁଳି ପଞ୍ଚାୟତ ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିବ୍ୟ ମୋହନ ନାୟକ ପରିଚାଳନା କରିଥିଲେ।
Comments are closed.