ବୋରିଗୁମ୍ମା (କେ.ସାକିଲି ଦୋରା)—- ବୋରିଗୁମ୍ମା ବ୍ଲକ ପରିସରରେ ନିର୍ମାଣ ହୋଇଥିବା କେନ୍ଦ୍ରୀୟ ପାଠାଗର ଉତ୍କଳ ଦିବସ ରେ ସାର୍ବଜନୀନ କରାଯାଇଛି।ସରପଞ୍ଚ, ପିଇଓ, ଜିପିଇଓ, ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷକ, ଆଇନଜୀବୀ ,ସମାଜସେବୀ ମାନଙ୍କୁ ନେଇ ଏକ ୧୨ ଜଣିଆ କମିଟି ଗଠନ ହେବା ପରେ ପାଠାଗାର ଟି ସର୍ବ ସାଧାରଣ ଙ୍କ ନିମନ୍ତେ ଖୋଲାଯାଇଛି। ପାଠାଗର ରେ ବର୍ତ୍ତମାନ କିଛି ମହାପୁରୁଷ, ପୌରାଣିକ, ଛୋଟ ଛୋଟ ପିଲା ମାନଙ୍କ ନିମନ୍ତେ ଗପ ବହି ରହିଛି। ଆଗକୁ ବିଭିନ୍ନ ପ୍ରକାର ବହି ପାଠାଗର ନିମନ୍ତେ ଅଣାଯିବ ବୋଲି କମିଟି ର ସଭ୍ୟ ଶିକ୍ଷକ ଏନ.କମେଶ୍ୱର ରାଓ କହିଛନ୍ତି।ପ୍ରଥମେ ପବିତ୍ର ଉତ୍କଳ ଦିବସ ରେ ମହାପୁରୁଷ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ପରେ ସାଧାରଣ ଲୋକେ ପାଠାଗର ବୁଲି ଦେଖିବା ସହ କିଛି ଲୋକ ବହି ପଡୁଥିବା ଦେଖୁବାକୁ ମିଳିଥିଲା।ପାଠାଗର ଟି ସାର୍ବଜନୀନ ହେବା ଦ୍ୱାରା ବହୁ ବୁଦ୍ଧିଜୀବୀ,ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ସମାଜସେବୀ ମାନେ ଆସି ବିଭିନ୍ନ ପ୍ରକାର ବହି ପଡିପାରିବେ। ପ୍ରକାଶ ଥାଉକି ୧୦ଲକ୍ଷ ଟଙ୍କା ଡ଼ି ଏମ ଏଫ ପାଣ୍ଠିରୁ ଗତ ଫେବୃଆରୀ ,୩ ତାରିଖ ଦିନ ସ୍ଥାନୀୟ ବିଧାୟକ ତାରାପ୍ରସାଦ ବାହିନୀପତି କେନ୍ଦ୍ରୀୟ ପାଠାଗର କୁ ଉଦଘାଟନ କରିଥିଲେ। ସେହି ଦିନ ଠାରୁ ପାଠାଗର ଟି ବନ୍ଦ ହୋଇ ରହିଥିଲା। ଗଣମାଧ୍ୟମ ରେ ପାଠାଗର ବନ୍ଦ ରହିବା ନେଇ ଖବର ପ୍ରସାରଣ ପରେ ପାଠାଗର ଟି ଆଜି ସର୍ବ ସାଧାରଣ ଙ୍କ ନିମନ୍ତେ ଖୋଲାଯାଇଛି।।ପ୍ରତେକ ଦିନ ସକାଳ ୭ ରୁ ୯ ଟା ପୁଣି ସନ୍ଧ୍ୟା ୫ ରୁ ୮ ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି କମିଟି ସୂଚନା ଦେଇଛନ୍ତି।ଆଜିର କାର୍ଯ୍ୟକ୍ରମ ରେ କମିଟି ସଦସ୍ୟ ସରପଞ୍ଚ ଚନ୍ଦ୍ରିକା ଯାନୀ, ଅବସରପ୍ରାପ୍ତ ଶିକ୍ଷକ ଆଦି ନାରାୟଣ ରାଓ,ପି.ଗଣପତି ରାଓ,ଶିକ୍ଷକ ଏନ.କାମେଶ୍ୱର ରାଓ, ଅଜିତ କୁମାର ଗନ୍ତାୟତ, ରଜତ କୁମାର ଷଡ଼ଙ୍ଗୀ, ତ୍ରିନାଥ ସାହୁ,ସୁବାସ ଚନ୍ଦ୍ର ତ୍ରିପାଠୀ, ଆଇନଜୀବୀ ପ୍ରସାଦ ସାହୁ,ନାରାୟଣ ରାଇ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.