Odisha news

ଦାନଗଦୀ ବ୍ଲକରେ ୫୫ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର : ବାହାର ରାଜ୍ୟରୁ ଆଶିଛନ୍ତି ୧୪୪ ; ଆହୁରି ଆସିବେ ୨୪୯୨ ଜଣ ଶ୍ରମିକ

0

ଦାନଗଦୀ : ଦାନଗଦୀ ବ୍ଲକରେ ଆଜିସୁଦ୍ଧା ବିଭିନ୍ନ ରାଜ୍ୟରୁ ଆଶି ପହଁଚିଛନ୍ତି ୧୪୪ ଜଣ ଶ୍ରମିକ । ସେମାନଙ୍କୁ ବ୍ଲକର ୫୫ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି । କଲିକତା ଫେରନ୍ତାଙ୍କୁ ଦାନଗଦୀର ବୁଦ୍ଧରାଜ ନୋଡାଲ ବିଦ୍ୟାପିଠରେ ରଖାଯାଇଥିବା ବେଳେ ସୁରାଟ ଫେରନ୍ତାଙ୍କୁ ଫୁଲଝରର ଆଶ୍ରମ ସ୍କୁଲରେ ଓ ମହାରାଷ୍ଟ୍ର ଫେରନ୍ତାଙ୍କୁ ଏକଲବ୍ୟ ଆବାଶିକ ବିଦ୍ୟାଳୟରେ ରଖା ଯିବାର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ରାଜ୍ୟ ତଥା ତାମିଲନାଡୁ, ଆନ୍ଧ୍ର, କର୍ନାଟକ, ଛତିସଗଡ,ଗୁଜୁରାଟ,ତେଲେଙ୍ଗାନା,ବିହାର ଓ ଝାଡଖଣ୍ଡ ଆଦି ରାଜ୍ୟରୁ ଆହୁରି ଫେରିବା ପାଇଁ ୨୪୯୨ ଜଣ ଅନ୍ଲାଇନ୍ରେ ରେଜିଷ୍ଟେସନ କରିଛନ୍ତି ବୋଲି ବିଡିଓ ମଣିପ୍ରସାଦ ମିଶ୍ର କହିଛନ୍ତି ।

ତେବେ ଗତକାଲି ଟ୍ରେନ ଓ ବସରେ ୨୦ ଜଣ ଶ୍ରମିକ ଆଶି ଦାନଗଦୀ ବ୍ଲକରେ ପହଁଚିଥିଲେ । ଆଜି ମଧ୍ୟ ୪୧ ଜଣ ପହଁଚି ଛନ୍ତି । ସେମାନଙ୍କୁ ବିଭିନ୍ନ ପଂଚାୟତରେ ଥିବା ଅସ୍ଥାୟୀ ସ୍ଥାସ୍ଥ୍ୟକେନ୍ଦ୍ରକୁ ଗାଡିରେ ପଠାଇ ଦିଆଯାଇଛି । ଏବେ ସୁଦ୍ଧା ଦାନଗଦୀ ବ୍ଲକରେ କୈାଣସି ଲୋକର କରୋନା ଭୁତାଣୁ ପଜିଟିଭ ବାହାରି ନାହିଁ । ବାହାର ରାଜ୍ୟରୁ ଏତେ ଶ୍ରମିକ ଆଶି ପହଁଚିବା ପରେ କଣ ପରିସ୍ଥିତି ହେବ ତାହା ଏବେ ଜନସାଧାରଣଙ୍କ ମଧ୍ୟରେ ସନେ୍ଦହ ସୃଷ୍ଟି କରିଛି ।

Leave A Reply