ବାଲିଅନ୍ତା : ବିଶ୍ୱର ଅର୍ଥନୈତିକ ମାନଦଣ୍ଡ ଦୁର୍ବଳ ହୋଇସାରିଲାଣି ଏହି ଘଡିସନ୍ଦି ମୂହୁର୍ତରେ ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ ଓ ବାଲିଅନ୍ତା ବ୍ଲକର ବିଡିଓ ଆଦିକନ୍ଦ ବେହେରା, ଅତିରିକ୍ତ ବ୍ଳକ ଉନ୍ନୟନ ଅଧିକାରୀ ରାମକୃଷ୍ଣ ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ କରୋନା ଯୋଦ୍ଧା ସେନାପତି ଭାବେ ସମ୍ମାନୀତ କରାଯାଇଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀମାନଙ୍କୁ ଆଜି ବ୍ଲକ ସଭା କକ୍ଷରେ ସେମାନଙ୍କ କରୋନା ସମ୍ବନ୍ଦୀୟ ଜନ ସଚେତନ ଏବଂ ନିସ୍ୱାର୍ଥପର ସେବାପାଇଁ ତାଙ୍କର କାର୍ଯ୍ୟ କରିବାର ଦକ୍ଷତାକୁ ଉତ୍ସାହ ପ୍ରଦାନ ସ୍ୱରୁପ ପ୍ରତ୍ୟେକ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ବିବେଚିତ କରାଯାଇ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଛି ।
ଅଗ୍ରଣୀ ସ୍ୱଚ୍ଛାସେବୀ ସଂଗଠନ “ଗୀତାଞ୍ଜଳୀ ଫାଉଣ୍ଡେସନ’’ ପକ୍ଷରୁ କରୋନା ଯୋଦ୍ଧା ଭାବେ ବାଲିଅନ୍ତା ବ୍ଳକର ସମସ୍ତ କାର୍ଯ୍ୟରତ କର୍ମଚାରୀମାନଙ୍କୁ ମାନପତ୍ର, ଉତରୀୟ ଓ ବୃକ୍ଷ ଦେଇ ସମ୍ବର୍ଦ୍ଦିିତ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲି ଯୋଗ ଦେଇ ସମସ୍ତ କର୍ମଚାରୀଙ୍କର କରୋନା ପାଇଁ କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକ, ବିଧାୟକଙ୍କ ବାଲିଅନ୍ତା ବ୍ଲକର ପ୍ରତିନିଧି ଅଚୁ୍ୟତାନନ୍ଦ ପାତ୍ର, ସିଦେ୍ଧଶ୍ୱର ମହାନ୍ତି, ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ, ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ର, ନାରାୟଣ ବେହେରା, ତପନ କୁମାର ସ୍ୱାଇଁ, ପ୍ରକାଶ ଚନ୍ଦ୍ର ପ୍ରଧାନ, ଦେବେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।