Odisha news

ଯାଜପୁର ରୋଡ଼ ରେଳଷ୍ଟେସନରେ ସ୍ୱତନ୍ତ୍ର ଟ୍ରେନରେ ଓହ୍ଲାଇଲେ ୪୭୭ ପ୍ରବାସୀ

0

ବ୍ୟାସନଗର : ସ୍ୱତନ୍ତ୍ର ଟ୍ରେନ୍ରେ ଆଜି ଦୁଇଟି ଟ୍ରେନ୍ରେ୪୭୭ ଜଣ ପ୍ରବାସୀ ଯାଜପୁର ରୋଡ଼ ରେଳଷ୍ଟେସନରେ ଓହ୍ଲାଇ ବ୍ଲକ ପ୍ରଶାସନ ହେପାଜତରେ ନିଜ ପଞ୍ଚାୟତକୁ ଫେରିଛନ୍ତି । ଦୁଇଟି ଟ୍ରେନ ମଧ୍ୟରୁ ଗୋଟିଏ ତେଲେଙ୍ଗାନାରୁ ଆସିଥିବା ବେଳେ ଅନ୍ୟଟି ତାମିଲନାଡ଼ୁରୁ ଶ୍ରମିକ ମାନଙ୍କୁ ନେଇ ଆସିଥିଲା ।

ତେଲେଙ୍ଗାନାରୁ ଆସିଥିବା ଟ୍ରେନ୍ରେ ୨୪୩ଜଣ ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ୭ଟି ଜିଲାର ଶ୍ରମିକ ରହିଥିଲେ । ସେଥିମଧ୍ୟରୁ କଟକ ଜିଲାରୁ ୫୯, ଯାଜପୁର ୭୯, ଜଗତସିଂହପୁର ୬୩, କେନ୍ଦୁଝର ୧, ଅନୁଗୁଳ ୧୧, ପୁରୀ ୨୫, ଗଞ୍ଜାମ ଜିଲାରୁ ୫ଜଣ ରହିଥିଲେ । ଟ୍ରେନ୍ରୁ ସମସ୍ତଙ୍କୁ ଏକକାଳୀନ ଓହ୍ଲାଇବା ବଦଳରେ ଜିଲାୱାରୀ ଓହ୍ଲାଇଥିଲେ । ପରବର୍ତି ଟ୍ରେନ୍ ତାମିଲନାଡ଼ୁରୁ ୨୩୪ ଜଣ ପ୍ରବାସୀଙ୍କୁ ଧରି ଆସିଥିବା ବେଳେ ଦିବା ୨ଟା ବେଳେ ଯାଜପୁର ରୋଡ଼ ଷ୍ଟେସନରେ ପହଁଚିଥିଲା । ଏହି ଟ୍ରେନରେ ଆସିଥିବା ପ୍ରବାସୀଙ୍କ ମଧ୍ୟରୁ ୨୪୦ଜଣ କେନ୍ଦୁଝର ଜିଲାର ରହିଥିବା ବେଳେ ୯୪ଜଣ ଯାଜପୁର ଜିଲାର ଥିଲେ ।

ଜିଲାୱାରୀ ପ୍ରବାସୀ ଟ୍ରେନ୍ରୁ ସାମାଜିକ ଦୂରତା ରକ୍ଷା କରି ଓହ୍ଲାଇବା ସହ ନାମ ପଞ୍ଜିକରଣ କରାଇଥିଲେ । ପରେ ସମସ୍ତ ପ୍ରବାସୀଙ୍କ ଥର୍ମାଲ ଚେକିଂ କରାଯିବା ପରେ ନିଜ ନିଜ ଜିଲାକୁ ବସରେ ବସାଇ ପଠାଇଦିଆଯାଇଥିଲା । ପ୍ରବାସୀଙ୍କ ପାଇଁ ଗତକାଲିଠାରୁ ବ୍ୟାସନଗରକୁ ୧୪୪ଧାରା ଜାରୀ କରାଯାଇଥିବା ବେଳେ ସ୍ୱତନ୍ତ୍ର ବ୍ୟାରୀଗେଟ କରାଯାଇ ଷ୍ଟେସନ ରାସ୍ତାରେ ଗାଡ଼ି ଚଳାଳଚକୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଥିଲା । ସନ୍ଧ୍ୟ ୫ଟା ପରେ ସମସ୍ତ ପ୍ରବାସୀ ନିଜ ନିଜ ଅଞ୍ଚଳକୁ ଫେରିଥିଲେ । ପ୍ରବାସୀଙ୍କୁ ସୁରକ୍ଷା ବଳରେ ନେଇ ଛଡ଼ାଯାଇଥିଲା ।

ପ୍ରବାସୀ ଆସିବା ଏବଂ ଯିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଏସପି ରାଜକିଶୋର ଦୋରା, ଆରପିଏଫ ଅଧିକାରୀ ରମାକାନ୍ତ ବାରିକ, ଜିଆରପି ଅଧିକାରୀ ସରୋଜକାନ୍ତ ଦାସ, ବ୍ୟାସନଗର ତହସିଲଦାର ଶରତ ଚନ୍ଦ୍ର ମହାପାତ୍ର, ଏସଡ଼ିପିଓ ଚିନ୍ମୟ କୁମାର ନାୟକ, ପୈାର ଅଧିକାରୀ ଶୁଭେନ୍ଦୁ କୁମାର ଜେନା, ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି ପ୍ରମୂଖ ଉପସ୍ଥିତ ରହି ଏହି କାର୍ଯ୍ୟକୁ ସୂଚାରୁ ରୂପେ ପରିଚାଳନା କରିଥିଲେ । ପ୍ରବାସୀ ଶ୍ରମିକ ଯିବା ସମୟରେ ପ୍ରତ୍ୟେକ ଛକରେ ପୁଲିସ ମୃତୟନ କରାଯାଇଥିଲା ।

Leave A Reply