ବାରିପଦା : ଏବେ ସାରାବିଶ୍ୱକୁ କରୋନା କବଳିତ କରିଛି । ଏହି ସମୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ଜଗନ୍ନାଥ ମନ୍ଦିରର ସେବାୟତମାନେ ଘୋର ଆର୍ଥୀକ ଅନାଟନ ଦେଇ ଗତି କରୁଛନ୍ତି । କରୋନା ଯୋଗୁଁ ଏବେ ମନ୍ଦିରକୁ ଭକ୍ତଙ୍କୁ ବାରଣ କରାଯାଇଛି, ଫଳରେ ଭକ୍ତ ମାନେ ଏବେ ମନ୍ଦିର ଆସୁନାହାଁନ୍ତି । ପୂର୍ବରୁ ଭକ୍ତମାନେ ମନ୍ଦିରକୁ ଆସୁଥିବାରୁ ସେମାନଙ୍କ ପାଖରୁ ମିଳୁଥିବା ଦାନଦକ୍ଷିଣାରୁ ସେବାୟତ ମାନେ କୌଣସି ମତେ ଜୀବନଯାପନ କରିପାରୁଥିଲେ ।
ମାତ୍ର ଦୀର୍ଘଦିନ ଧରି ଭକ୍ତମାନେ ଆସୁନଥିବା ତଥା କୌଣସି ସରକାରୀ ସହାୟତା ମିଳୁନଥିବାରୁ ସେବାୟତମାନଙ୍କ ପରିବାର ଏବେ ଦୁଃଖ ଦୁର୍ଦ୍ଦଶାରେ ଜୀବନଯାପନ କରୁଅଛି । ଏହି ପରିପ୍ରେକ୍ଷୀରେ ସେବାୟତମାନେ ଏକଜୁଟ୍ ହୋଇ ଜିଲ୍ଲାପାଳଙ୍କୁ ଭେଟି ତାଙ୍କର ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ଓ ଦେବତ୍ତର ଆୟତ୍ତ ପ୍ରମୁଖଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନେ ଦାବି ଜଣାଇଥିଲେ ଯେ, ସେବାୟତମାନଙ୍କୁ ତୁରନ୍ତ ଆର୍ଥୀକ ସହୟତା ଯୋଗାଇ ଦେବା ସହ ପ୍ରଭୁଙ୍କ ପ୍ରସାଦ ନିମନ୍ତେ ରୋଷୋଇ ଓ ଭୋଗ ସାମଗ୍ରୀ ଉନ୍ନତମାନ ଓ ସୂଲଭମାନ ଯୋଗାଇଦେବା ପାଇଁ ଦାବି କରିଥିଲେ ।
ମାତ୍ର ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବାରୁ ସେବାୟତ କାମେଶ୍ୱର ତ୍ରିପାଠୀ ଓ ରାଧେଶ୍ୟାମ ମହାପାତ୍ର ଗୁରୁତର ଅସୁସ୍ଥ ହୋଇ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତିହୋଇ ଚିକିସôିତ ହେଉଛନ୍ତି । ପିଆରଏମରେ ବାରିପଦା ବିଧାୟକ ପ୍ରକାଶ ସୋରେନ ପହଞ୍ଚି ସେବାୟତ ଦ୍ୱୟଙ୍କ ସ୍ୱାସ୍ଥ୍ୟସେବା ସମ୍ବନ୍ଧରେ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ । ତେଣୁ ଏଥିପ୍ରତି ଜିଲ୍ଲାପ୍ରଶାସନକୁ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।