ବାରିପଦା : କରୋନା ମହାମାରୀ ସମୟରେ ଓଡିଶାର ଜନସାଧାରଣ ଆଜି ଘୋର ଦୁର୍ଦ୍ଦିନ ମଧ୍ୟରେ ଗତି କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲା ସିଆଇଟିୟୁ ଶ୍ରମିକ ସଂଗଠନ ପକ୍ଷରୁ କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ୧୫ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ଉକ୍ତ ଦାବିଗୁଡିକ ଯଥା, ଦେଶର ଜନସାଧାରଣଙ୍କ ସେବା କରି କୋରନା ବିପଦ ବିରୁଦ୍ଧରେ ଯେଉଁ ଶ୍ରମିକ, ଠିକା ଶ୍ରମିକ, କର୍ମଚାରୀ, କୃଷକ, ମହିଳା, ଯୁବ-ଛାତ୍ରଛାତ୍ରୀଙ୍କ ସହ ଡାକ୍ତର, ନର୍ସ, ହସ୍ପିଟାଲ କର୍ମଚାରୀ, ଜିଲ୍ଲା ଓ ପୋଲିସ ପ୍ରଶାସନ, ସଫେଇ କର୍ମଚାରୀ, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ପାଚିକା, ସ୍କିମ୍ କର୍ମଚାରୀ, ଏଏନଏମ, ବିଦୁ୍ୟତ୍, ଖାଦ୍ୟ, ପାନୀୟ, ରିଲିଫ୍ ଯୋଗାଣ କ୍ଷେତ୍ରରେ ନିୟୋଜିତ କର୍ମଚାରୀ, ପରିବହନ, ବ୍ୟାଙ୍କ, ବୀମା, ଶିକ୍ଷକ, ଶିକ୍ଷୟିତ୍ରୀ, ସାମାଜିକ କର୍ମୀ, ବୈଦୁ୍ୟତିକ ଓ ମୁଦ୍ରିତ ଗଣମାଧ୍ୟମ ପ୍ରତିନିଧି, ସ୍ୱେଚ୍ଛାସେବୀ ସଙ୍ଗଠନ କର୍ମୀଙ୍କୁ ସୁରକ୍ଷା ଉପକରଣ ଯୋଗାଇ ଦେବା, କୋଭିଡ-୧୯ ଲକ୍ଡାଉନର ସୁଯୋଗ ନେଇ କେନ୍ଦ୍ର ଏବଂ ଓଡିଶା ସମେତ ୭ଟି ରାଜ୍ୟ ସରକାର ମାଲିକମାନଙ୍କ ସପକ୍ଷରେ ଶ୍ରମ ଆଇନ ପରିବର୍ତ୍ତନ ପ୍ରତ୍ୟାହାର କରିବା ସହ ଦୈନିକ ୮ଘଣ୍ଟା କାମକୁ ୧୨ ଘଣ୍ଟା କାମ କରିବା ନିଷ୍ପତ୍ତି କରି ପ୍ୟାକ୍ଟ୍ରି ଆଇନ୍ର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି ତେଣୁ ତୁରନ୍ତ ଏହା ପ୍ରତ୍ୟାହର କରାଯାଉ, ଲକ୍ଡାଉନ୍ ସମୟରେ ଯେଉଁ ଶ୍ରମିକମାନଙ୍କୁ ଛଟେଇ କରାଯାଇଛି, ସେମାନଙ୍କ ଛଟେଇ ବାତିଲ୍ ସହ ଦରମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯାଉ, ସମସ୍ତ ଦାଦନ ଶ୍ରମିକଙ୍କୁ ପଞ୍ଜିକୃତ କରାଯାଉ, ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ ରେଳପଥ ଓ ବସ ଯୋଗେ ଫେରାଇ ଅଣାଯିବା ସହ ସେମାନଙ୍କ ସମସ୍ତ ଚିକିସôା ଖର୍ଚ୍ଚ ଓ ରାସନ ସାମଗ୍ରୀ ଯୋଗାଇ ଦିଆଯାଉ ଏବଂ ଯେଉଁମାନେ ଟିକେଟ୍ କରି ଆସିଛନ୍ତି ସେମାନଙ୍କୁ ଟିକେଟ୍ ଅର୍ଥ ଫେରସ୍ତ କରାଯାଉ ଓ ମାସିକ ୭ହଜାର୫ଶହ ଟଙ୍କା ରକି ପ୍ରଦାନ କରାଯାଉ, ଆୟକ ଦେଉନଥିବା ରାଜ୍ୟର ଶ୍ରମିକ ପରିବାରକୁ ମାସିକ ୭ହଜାର୫ଶହ ଟଙ୍କା କରି ଦିଆଯାଉ, ସମସ୍ତ କୃଷକମାନଙ୍କ ପାଇଁ କୃଷି ଋଣ ଛାଡ କରିବା ସଙ୍ଗେ ସଙ୍ଗେ ଖରିଫ୍ ଚାଷ ପାଇଁ ସୁଧମୁକ୍ତ କୃଷିଋଣ ଦିଆଯାଉ ଏବଂ ଲକ୍ଡାଉନ୍ ଯୋଗୁଁ ରବି ଫସଲ ବିକ୍ରି ହୋଇନଥିବା ତଥା ପ୍ରାକୃତିକ ଅଘଟଣ ଯୋଗୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଦିଆଯାଉ, ନିର୍ମାଣ ଶ୍ରମିକମାନଙ୍କୁ ମାସିକ ୫ହଜାରଟଙ୍କା କରି ୬ମାସ ପର୍ଯ୍ୟନ୍ତ ପ୍ରଦାନ କରାଯାଉ, ରାଜ୍ୟର ସମସ୍ତ ଅସଙ୍ଗଠିତ ଶ୍ରମିକମାନଙ୍କୁ ମାସିକ ୭ହଜାର୫ଶହ ଟଙ୍କା କରି ୬ମାସ ପର୍ଯ୍ୟନ୍ତ ପ୍ରଦାନ କରାଯାଉ, ମାଲ ଓ ଯାତ୍ରୀ ପରିବହନ ଶିଳ୍ପରେ ନିଯୁକ୍ତ କର୍ମଚାରୀମାନଙ୍କୁ ମାସିକ ୭ହଜାର୫ଶହଟଙ୍କା କରି ୬ମାସ ପର୍ଯ୍ୟନ୍ତ ପ୍ରଦାନ କରାଯାଉ, ହକର, ସଫେଇ କର୍ମଚାରୀ, ଆଶାକର୍ମୀ, ପାଚିକା, ଅଙ୍ଗନୱାଡି, ସ୍ୱାସ୍ଥ୍ୟକର୍ମୀ ଓ ସ୍କିମ୍ କର୍ମଚାରୀଙ୍କୁ ସରକାର ଆର୍ଥୀକ ସହାୟତା ଯୋଗାଇ ଦିଅନ୍ତୁ, ଯେଉଁ ଶ୍ରମିକମାନେ କଣ୍ଟେନମେଣ୍ଟ ଜୋନ୍ ବା ରେଡ୍ ଜୋନ୍ରେ ନିୟୋଜିତ ଅଛନ୍ତି ସେମାନଙ୍କୁ ତୁରନ୍ତ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ସୁରକ୍ଷା ବ୍ୟବସ୍ଥା (ପିପିଇ) ଯୋଗାଇ ଦିଆଯାଉ, ସମସ୍ତ ଜନସାଧାରଣ ଓ ଶ୍ରମିକମାନଙ୍କ ପାଇଁ ମାଗଣାରେ କୋଭିଡ୍ ପରୀକ୍ଷା କରାଯାଉ, ସ୍ୱାସ୍ଥ୍ୟ ଓ କୋଭିଡ୍-୧୯ ସୁରକ୍ଷାରେ ନିଯୁକ୍ତ ସମସ୍ତଙ୍କ ପାଇଁ ୫୦ଲକ୍ଷ ଟଙ୍କାର ବୀମା କରାଯାଉ । ସ୍କିମ କର୍ମଚାରୀଙ୍କୁ ମାସିକ ଇନ୍ସେଣ୍ଟିଭ୍ ଦିଆଯାଉ । ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କୁ ୫ଲକ୍ଷ ଟଙ୍କା କରି ସହାୟତା ରାଶି ପ୍ରଦାନ କରାଯାଉ, ସମସ୍ତ ପରିବାର ବା ଶ୍ରମିକଙ୍କୁ ରାସନ ପ୍ରଦାନ କରାଯାଉ ।
ଜନସାଧାରଣଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଜିଡିପିର ୫ପ୍ରତିଶତ ସେମାନଙ୍କ ନିମନ୍ତେ ଖର୍ଚ୍ଚ କରାଯାଉ । ସ୍ୱାସ୍ଥ୍ୟ ଅଧିକାରକୁ ମଣିଷର ମୌଳିକ ଅଧିକାର ଭାବେ ପରିଗଣିତ କରାଯାଉ ଏବଂ ସହାରାଞ୍ଚଳ ଏବଂ ଗ୍ରାମାଞ୍ଚଞ୍ଚଳରେ ମନରେଗା ଯୋଜନାରେ ସମସ୍ତଙ୍କୁ କାମ ଦିଆଯାଉ ବୋଲି ବିଭିନ୍ନ ୧୫ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ସିଟୁ ପକ୍ଷରୁ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସିଆଇଟିୟୁ ଜିଲ୍ଲାସଭାପତି ରବି ଗୋସ୍ୱାମୀ, ରାଜ୍ୟକମିଟି ସଦସ୍ୟ ଅମଲ ଦେ, ରଘୁନାଥ ପଣ୍ଡା, ମନୋରଞ୍ଜନ ପରିଡା, ଅକ୍ଷୟ କୁମାର ଖୁଣ୍ଟିଆ, ଅଶୋକ ଭଞ୍ଜଦେଓ, ଗଙ୍ଗାଧର ସାମଲ, ଦାଶରଥି ରାଉତ, ସୁଭାଷ ଚନ୍ଦ୍ର ତି୍ରପାଠୀ, ଜୀବନ କୁମାର ମହାକୁଡ, ସୁବ୍ରତ ଲେଙ୍କା, ତପନ କୁମାର ବସା, ଦେବାଶିଷ ଜେନା, ଅନ୍ନପୂର୍ଣ୍ଣା ବେନ, ଖିତିଷ ସାଶ୍ମଲ, କୋମଳ ଲୋଚନ ମହାନ୍ତ, ଶକ୍ତିପଦ ସାହୁ ଓ ସଞ୍ଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।