Odisha news

ସିଏମଆରଏଫ୍ କୁ ଗୋଟିଏ ଦିନର ଦରମା ଦେଲେ ଶିକ୍ଷକ ଶିକ୍ଷୟତ୍ରୀ

0

ଖୋର୍ଦ୍ଧା,୧୪ା୫(ସ.ବୁ୍ୟ): କରୋନା ଭୁତାଣୁ ସଙ୍କ୍ରମଣର ମୁକାବିଲା ଲାଗି ଜାରୀ ରହିଛି ଲକଡାଉନ୍ । ତେବେ ମହାମାରୀ କରୋନାରେ ପ୍ରଭାବରେ ଦେଶର ଆର୍ଥିକ ମେରୁଦଣ୍ଡ ଭୁଷୁଡ଼ିବାରେ ଲାଗିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବେଳକୁ ବେଳ ବୃଦ୍ଧି ପାଉଥିବାବେଳେ ଗୋଟି ପରେ ଗୋଟିଏ ଜିଲ୍ଲା ଏହାର କବଳରେ ।

ତେବେ ଗୁରୁବାର ଖୋର୍ଦ୍ଧା ଉପଖଣ୍ଡ ଏହି ମହାମାରୀ ଛୁଇଁଛି । ତେବେ ଏଭଳି ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଷ୍ଟ୍ରୟାତ କମ୍ପାନୀ, ଅନୁଷ୍ଠାନ ଗୁଡ଼ିକ ସହଯୋଗ କରିବାକୁ ନିବେଦନ କରିଥିବା ଜଣାଯାଇଛି । ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ସହଯୋଗ ନିମନ୍ତେ ବିଭିନ୍ନ ଅନୁଷ୍ଠାନ, ସାମାଜିକ କର୍ମୀ ଓ ସରକାରୀ କର୍ମଚାରୀମାନେ ଆଗେଇ ଆସିଛନ୍ତି ।

ଏହି ଅବସରରେ ଟାଙ୍ଗି ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ସମସ୍ତ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନଙ୍କର ଗୋଟିଏ ଦିନର ଦରମା ଗୋଷ୍ଠି ଶିକ୍ଷା ଅଧିକାରୀ ମଧୁସୁଦନ ମଲ୍ଲିକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ସିଆରସିସିମାନଙ୍କ ଉଦ୍ୟମରେ ୧୧ଟି କ୍ଲଷ୍ଟରର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ଅର୍ଥରାଶି ଆଦାୟ କରାଯାଇ ୫,୫୫,୦୧୪ ଟଙ୍କାର ଏକ ଚେକ ଗୋଷ୍ଠିଶିକ୍ଷାଅଧିକାରୀଙ୍କୁ ପ୍ରଦାନ କରିଥିଲେ । ତେବେ ସଙ୍କଟ ସମୟରେ ଏଭଳି କାର୍ଯ୍ୟପାଇଁ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ମଲ୍ଲିକ ସମସ୍ତ କର୍ମଚାରୀ, ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply