Editorial by . ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି : ବଗଲା ବଗୁଲୀ ଦୁଇ ପ୍ରାଣୀ । ବଗଲା ଘର ବରଗଡ । ବଗୁଲୀ ବାପଘର ପଦ୍ମପୁର । ବାହାଘରକୁ କୋଡିଏବର୍ଷ ହେଲାଣି । ଦି ଚାରିବର୍ଷରେ ଥରେ ଚାଷକାମରେ ଧୋକା ଖାଆନ୍ତି । ଏ’ବର୍ଷ ଧାନକେଣ୍ଡା ଭଲ ଧରିଥିଲା, କିନ୍ତୁ ଅମଳ ହେବା ପୂର୍ବରୁ କି ପାଗକରୁଛି କିଛି ବୁଝା ପଡୁନି । ଦିନଯାକ ମୁଣ୍ଡଫଟା ଟାଇଁଟାଇଁଆ ଖରାରେ ଗଛପତ୍ର ଜଳିଯାଉଛି । କିନ୍ତୁ ସନ୍ଧ୍ୟାହେଲେ କୁଆଡୁ କେଜାଣି କଳାହାଣ୍ଡିଆ ମେଘ ଅନ୍ଧାର କରି କାଳବୈଶାଖୀ ମାଡି ଆସୁଛି । ବର୍ଷା ସହ ଘଡଘଡି ସାଙ୍ଗକୁ ଦଲକାଦଲକା ପବନ ଚାଳ ଉଡେଇନେଲା ପରିଲାଗୁଛି । ମଝିରେମଝିରେ କୁଆପଥର ମାଡରେ ଛିଡା ହୋଇଥବା ଧାନଗଛ ସବୁ ତଳେ ଶୋଇଗଲାଣି । ମୂଳ ଷଢିଷଢି ଯାଉଛି, ଧାନଥୋଡରୁ ଧାନଗୁଡା ବିଲରେ ଝଡି ମାଟିରେ ମିଶିଲାଣି ।
ଧାନ ଅମଳକରି ବସ୍ତା ଡେରିବା କଥା ଛାଡ ବିହନ ବି ଉଠିବନି । ଦୁହେଁ ସକାଳେ ହିଡମୁଣ୍ଡରେ ଘେରାଏ ବୁଲିଆସିଲେ, ଧାନଗଛଗୁଡାକୁ ଦେଖି ଆଖିରେ ଲୁହ ଜମିଯାଉଛି । ବଗୁଲୀ ବାପଘରେ ଦୁଇଭାଇଙ୍କର ବି ଏଇ ଏକା ଅବସ୍ଥା । ଦୁଇ ପରିବାର ମୁଖ୍ୟତଃ ଧାନଚାଷ ଉପରେ ନିର୍ଭର କରନ୍ତି । ବଗଲା ସେତେବେଳେ ଭାବିଲା ଚାଷୀଘରୁ ଝିଅଟିଏ ଆଣିଲେ ଚାଷ କାମରେ ସାହାଯ୍ୟ କରିବ । ସେଥିରେ ବଗୁଲୀର ଅବହେଳା ନାହିଁ । କିନ୍ତୁ ବଢି ମରୁଡିରେ ଶ୍ୱଶୁରଘରେ ଶଳା ଗୋଟାଏ ବଳ । ତା’ମାମୁଁ ଆଉ ଗୋଟେ ଝିଅସାଙ୍ଗରେ ତା’ର ବାହାଘର ପ୍ରସ୍ତାବ ପକେଇଥିଲେ । ସେ ଝିଅର ତିନିଭାଇ । ଜଣେ ଅଟୋ ଚଲାଏ, ଆଉଜଣଙ୍କର ସହରରେ ଜଳଖିଆ ଦୋକାନ, ଶେଷଜଣକ ଚାଷକାମ ଦେଖୁଛି । ଏବେ ଭାବୁଛି ସେ’ଝିଅକୁ ବାହା ହୋଇଥଲେ ଭଲ ହୋଇଥାନ୍ତା । ଅଂଟ ନିଅଂଟରେ ଦୁଇଟା ରୋଜଗାରିଆ ଶଳାଙ୍କ ଭିତରୁ କେହି ଜଣେ ପ ଚାରିଥାନ୍ତା । ଏଠି ବଗୁଲୀର ଦୁଇଭାଇ ତ ସେହି ଧାନ ଚାଷରେ ହାରି ମୁଣ୍ଡରେ ହାତ ଦେଇ ବସିଛନ୍ତି । ସିଏ ବଗଲାର ଦୁଃଖ କ’ଣ ବୁଝିବେ!
ଉପରବେଳା ବଗୁଲୀର ବଡଭାଇ ଚଗଲା ଆସି ପହଁଚିଲା । ଭଉଣୀ ଭିଣୋଇର ଦୁଃଖ କଥାଶୁଣି ତାଙ୍କ ଆଗରେ ଗୁପ୍ତ କଥାଟିଏ ପ୍ରକାଶକଲା । ବିଲରେ ସିନା ଧାନ ହୋଇନି, କିନ୍ତୁ ବଗଲା ବଡଚାଷୀ ହିସାବରେ ନିଜନାମ ସୋସାଇଟିରେ ପଞ୍ଜିକରଣକରି ପ ଚାଶକୁ୍ୟଂଟାଲ୍ ଧାନ ବିକିବ ବୋଲି ଲେଖିକି ଆସୁ । ତା’ପରେ ଦେଖାଯିବ । ବଗଲା ବିରକ୍ତ ହୋଇ ଶଳାକୁ କହିଲା ଧାନ ଗାୟମୋଟ ପାଂଚକୁ୍ୟଂଟାଲ୍ ଅମଳ ହେବ କି ନାହିଁ, ମୁଁ ଅଯଥା କାହିଁକି ଯାଇ ସେଠି ଲେଖେଇ ଲୋକହସା ହେବି? ଚଗଲା ଭିଣୋଇକୁ ବୁଝେଇଲା ।
ସବୁବର୍ଷ ଚାଷୀଙ୍କର ଅଭିଯୋଗ ହେଉଛି ଅଭାବି ବିକ୍ରି । ଅମଳ ଭଲହେଲେ ଓଡିଶା ପୁରସ୍କାର ପାଉଛି, ମରୁଡି ପଡିଲେ ବି ଓଡିଶା ପୁରସ୍କାର ପାଉଛି । ଷୀକର୍ମଣ ପୁରସ୍କାର ରାଜ୍ୟର ଚାଷଉପରେ ନିର୍ଭର ନାହିଁ । କାଗଜ କଲମ ନଥିପତ୍ରରେ କେତେ ଅମଳହେଲା, କେତେ କ୍ରୟହେଲା ଏସବୁ ରିପୋର୍ଟ ଭଲ ହେଲେ ସରକାରଙ୍କ ସିସିଆର୍ ଭଲ । ଆମ ପଦ୍ମପୁରରେ ଜଣେ ପ୍ରତିବର୍ଷ ଶହେ କୁ୍ୟଂଟାଲ ଧାନ ବିକୁଛି । ସ୍ତ୍ରୀ ନାଁରେ ଅନ୍ନପୂର୍ଣ୍ଣା ରାଇସ୍ ମିଲ୍ଟିଏ କରିଛି । ସେଇ ତାରି ଧାନକୁ ତାରି ମିଲ୍ ପାଇଁ କିଣି ଆଣୁଛି । ପ୍ରତି ବର୍ଷ ସେଇବସ୍ତା ନୂଆ ପୁରୁଣା ହେଉଛି । ବିଲରେ ବିହନ ପଡିବାର ନାହିଁ କି ଖଳାକୁ ଯିବାର ନାହିଁ ।
ଆମ ରାଜ୍ୟରେ ଏଭଳି ଧୋବ ଫରଫର ପୋଷାକ ପିନ୍ଧା ଷୀ ଅଧିକ । ଏବେ ଯେଉଁ ଟୋକନ ସିସ୍ଟମ୍ ହେଲା, ଦୁର୍ନୀତି କମିବା ପରିବର୍ତ୍ତେ ବଢିଛି । କାରଣ ଗରିବ ଚାଷୀଗୁଡା ଧାନ ଅମଳକରି ମଣ୍ଡିରେ ଅଖାପାରି ସରକାରୀବାବୁଙ୍କୁ ଅନିଷା କରି ବସୁଛନ୍ତି । କିଛିଦିନ ପରେ ସରକାରୀ ଅଧିକାରୀ ଆସି କହୁଛନ୍ତି ଯେ ଟାର୍ଗେଟ୍ ଫୁଲ୍ । ଯେତିକି ଏ ଥାକରେ କିଣାହେବାର ଥିଲା ତାହା କିଣା ସରିଲାଣି । ବସ୍ତା ଘରକୁ ନେଇକି ପଳାଅ, ଆର ପାଳିକୁ ତୁମର କିଣାହେବ ।
ଚାଷୀ କହୁଛି ଆଜ୍ଞା ଆମ ଗାଁରୁ ତ ବସ୍ତାଏ ଧାନ ଯାଇନି । କୋଉଠୁ ଏତେଧାନ ସରକାର କିଣି ପକେଇଲେ? ନଥିପତ୍ର ଦେଖାଇ ମିଛସତ କହି ମୁର୍ଖଚାଷୀଗୁଡାଙ୍କୁ ଭୁଆଁ ବୁଲେଇବା ଭାରି ସହଜ । ସେମାନେ ତ ଜିଲ୍ଲା ବାହାରକୁ ଯାଇନାହାନ୍ତି । ବରଗଡ ଚାଷୀଙ୍କୁ କହିବେ ବରହ୍ମପୁରଚାଷୀଙ୍କ ଠାରୁ କିଣାହେଲା, ବରହ୍ମପୁର ଚାଷୀଙ୍କୁ କହିବେ ବରଗଡ ଚାଷୀଙ୍କ ଠାରୁ କିଣିଲୁ । ତେଣୁ ତୁମେ ଯାଇ ପଚାଶ କୁ୍ୟଂଟାଲ୍ ବିକିବ ବୋଲି ଲେଖେଇକି ଆସ ।
ବଗଲା ଶଳା ଚଗଲାକୁ ପଚାରିଲା ପଚାଶ କୁ୍ୟଂଟାଲ୍ ଧାନ କୋଉଠୁ ଆସିବ । ଚଗଲା ପ୍ରାଞ୍ଜଳଭାବରେ ବୁଝେଇଦେଲା ତୁମେ କେବଳ କୁ୍ୟଂଟାଲ୍ ପିଛା ଦୁଇଶହ ଟଙ୍କା ହିସାବରେ ଦଶହଜାର ଟଙ୍କା ପାଇବ । ବାକି ସେ ମିଲ୍ମାଲିକ ସରକାରୀ ଅଧକାରୀ ଓ କଂଟାକଲା ଲୋକମାନଙ୍କ କଥା ବୁଝି ତୁମ ନାଁରେ ଖାତାରେ ଚଢେଇବେ । ତୁମେ ଚେକ୍ ଆଣି ତୁମ ଖାତାରେ ଜମାକରିବ । ସମୁଦାୟ ଟଙ୍କାରୁ ଖାଲି ଦଶହଜାର ଟଙ୍କା କାଟି ବାକିଟଙ୍କାର ଗୋଟାଏ ଚେକ୍ ଦସ୍ତଖତ କରି ସେ ମିଲ୍ ମାଲିକକୁ ଆଗତୁରା ଦେବାକୁ ହେବ । ଆମେ ଦୁଇଭାଇ ବି ସେମିତି ପଚାଶ କୁଂଟାଲ୍ ଲେଖାଏଁ ବିକି ପ୍ରତିବର୍ଷ ତା’ଠାରୁ ଦଶ ଦଶହଜାର ଟଙ୍କା ନେଉଛୁ । ବଗଲା ସିନା ପାଠ ପଢିନି, କିନ୍ତୁ ଏସବୁ ଦୁର୍ନୀତି କଥା ବୁଝି ପାରିଲା । ଚଗଲାକୁ କହିଲା ତେବେ ଏହି ସବୁ କାରଣପାଇଁ ଆମ ଚାଷୀକୂଳ ହତାସ ହେଉଛି ।
ଏପରି ଦୁର୍ନୀତି ଖୋର୍ ମିଛଚାଷୀ ମାନେ କାଗଜପତ୍ରରେ ମିଛିମିଛିକା ଧାନ କାରବାର କରି ଗରିବ ଚାଷୀମାନଙ୍କ ପଇସା ହଡପ୍ କରି ନେଉଥବାରୁ ଚାଷୀକୂଳ ଆମରାଜ୍ୟରେ ଉଧୋଉନି । ଦିନକୁ ଦିନ ଚାଷୀକୂଳ ବୁଡିଯାଉଛି । ମୁଁ ନିଜେ ଜଣେ ଚାଷୀ ହୋଇ ଚାଷୀକୂଳ ପ୍ରତି ବେଇମାନ୍ କାମ କରିପାରିବିନି କି ତୁମକୁ ବି କରିବାକୁ ଦେବିନି । ସେ ମିଲ୍ ମାଲିକ ନାଁରେ ମୁଁ ଦୁର୍ନୀତି ନିରାକରଣ ଅଫିସରେ ଜଣେଇବି । ଚଗଲା ରାଗିଗଲା । ଲୋକଙ୍କୁ ଆଜିକାଲି ଭଲ କହିଲେ ଭେଲ ।
ଘରେ ବସିବସି ଦଶହଜାର ଟଙ୍କା ଯଦି ନେବାକୁ ଗନ୍ଧଉଛି, ଥାଉ ଆମ କଥା ଆମ ପାଖରେ । କିନ୍ତୁ ତୁମେ ସେ ମିଲ୍ ମାଲିକ ନାଁ ଯଦି ବାହାରେ କୋଉଠି ପ୍ରଘଟ କଲ, ସିଏ କ’ଣ ସହଜେ ଛାଡିବ! ଦୁର୍ଦ୍ଦାନ୍ତ ଲୋକ, ମୋ ଭଉଣୀ ରାଣ୍ଡ ହେବାଟା ଥୟ । ତାପରେ ଏମିତି ଶହ ଶହ ମିଲ୍ ମାଲିକ, ଦଲାଲ୍ ଓଡିଶାରେ ସକ୍ରିୟ ଅଛନ୍ତି ଯେଉଁମାନେ ଚାଷନକରି ପ୍ରତିବର୍ଷ ଧାନ ବିକନ୍ତି, କିଣନ୍ତି ଏବଂ ଚାଷୀଙ୍କର ପଇସା ହେର୍ଫେର୍ କରି ବଡଲୋକ ହେଉଛନ୍ତି ।
ଏଇ ଜଣକୁ ତୁମେ ଧରେଇଦେଲେ କ’ଣ ଚାଷୀମାନଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଯିବ! ଯେ’ପର୍ଯ୍ୟନ୍ତ ସରକାର ନିଜେ ରାଜ୍ୟର ଚାଷୀମାନଙ୍କ ବିଷୟରେ ଚିନ୍ତା ନକରି ତା’ଙ୍କର ନ୍ୟାର୍ଯ୍ୟପ୍ରାପ୍ୟ ଦେବାରେ ସମର୍ଥ ହୋଇନାହାନ୍ତି ସେ’ପର୍ଯନ୍ତ ଚାଷୀମାନଙ୍କର ଭାଗ୍ୟ ବଦଳିବନି ।
ବଗଲା ଚଗଲା କଥାକୁ ମାନିଲା । କାହିଁକି ସେ ବଡଲୋକ ସାଙ୍ଗରେ ଲାଗିବ? ସବୁ ହାକିମ ହୁକୁମା ଲୋକ ତାଙ୍କ ସାଙ୍ଗରେ, ଗୋଟିଏ ଭାଡିର ପାରା ସମସ୍ତେ । ସରକାର ସବୁଆଡେ ଦୁର୍ନୀତି କରୁପଛେ ଆମ ଚାଷୀଙ୍କ ସହ ଦୁର୍ନୀତିଖୋର ଅଫିସରଙ୍କୁ ନଲଗେଇ କିଛି ଭଲଭଲ ସଚ୍ଚୋଟ ଅଧକାରୀଙ୍କୁ ଦାୟିତ୍ୱ ଦେଲେ ଭଲ ହୁଅନ୍ତା । ଏ’ବର୍ଷ ଟମାଟୋ ବାହାରିଲା ବେଳକୁ ତାଲାବନ୍ଦି ଘୋଷଣା ହେଲା ଯେ ସବୁ ବିଲରେ ପଡି ଷଢିଗଲା । ପରିବାପତ୍ର ପାଇଁ ହାଟବଜାର ବନ୍ଦ କରିଦେଲେ ଯେ ହାତବାନ୍ଧି ଘରେ ବସିବାକୁ ହେଲା । ତିନିମାସ ପାଇଁ ଯେଉଁ ଚାଉଳ ସହ ଟଙ୍କା ହଜାରେ ମିଳିଥିଲା ମାସକରେ ଖତମ୍ । ଛୁଆଗୁଡାଙ୍କର ସ୍କୁଲ୍ ବନ୍ଦ ।
ଘରେ ରହିଲେ ଘଂଟାକୁ ଘଂଟା ଖାଲି ଭୋକଭୋକ କହି ବେଲାଏ ଲେଖା ଗିଳୁଛନ୍ତି । ଦିନକୁ ଛଅ ସାତଥର ଖାଇବାକୁ ମାଗୁଛନ୍ତି, ବହୁତ ଅସୁବିଧା । ହେଲେ ମୁଁ ମୋ’ଚାଷୀ ଭାଇମାନଙ୍କ ପ୍ରତି ଧୋକ୍କା କରି ପାରିବିନି । ଭୋକଓପାସରେ ମରିବାର ଥିଲେ ମରିଯିବି ପଛେ ମିଛକଥା ଲେଖେଇ ସେ ଦଶହଜାର ଟଙ୍କା ମୋର ଲୋଡା ନାହିଁ । ଭଗବାନ କରନ୍ତୁ ସମସ୍ତଙ୍କ ହୃଦୟରେ ଚାଷୀକୂଳ ପ୍ରତି ଦୟାଭାବ ଆସୁ ଏବଂ ସରକାର ଏ କରୋନା କାଳରେ ଚାଷୀଙ୍କ ଫସଲ ନଷ୍ଟ କଥାପ୍ରତି ଦୃଷ୍ଟିରଖି ଉପଯୁକ୍ତ ମୁଆବଜା ଦେଇ ହୋଇଥିବା କ୍ଷତିକୁ ଅଳ୍ପ ବହୁତ ଭରପାଇ କରନ୍ତୁ, ନହେଲେ ଋଣ ଛାଡ କରନ୍ତୁ ।
କିଛି ନକରି ଦାରୁବ୍ରହ୍ମ ପରି ସରକାର ଦର୍ଶକ ସାଜି ବସିରହିଲେ ଚାଷୀକୂଳ ଭାସି ଯିବେ । ଏହି କରୋନାର ସଙ୍କଟ କାଳରେ ଚାଷୀ ଉପରେ ଦୁଇଟି କରୁଣା କର । ପ୍ରଥମଟି କୃଷି ଏବଂ ସମବାୟ ବିଭାଗ ଦୁର୍ନୀତି ମୁକ୍ତ କର ଏବଂ ଚାଷୀକୂଳ ବଂଚାଅ । ଷୀଙ୍କ ସହ ଦୁର୍ନୀତିଖୋର ଅଫିସରଙ୍କୁ ନଲଗେଇ କିଛି ଭଲଭଲ ସଚ୍ଚୋଟ ଅଧକାରୀଙ୍କୁ ଦାୟିତ୍ୱ ଦେଲେ ଭଲ ହୁଅନ୍ତା । ଏ’ବର୍ଷ ଟମାଟୋ ବାହାରିଲା ବେଳକୁ ତାଲାବନ୍ଦି ଘୋଷଣା ହେଲା ଯେ ସବୁ ବିଲରେ ପଡି ଷଢିଗଲା ।
ପରିବାପତ୍ର ପାଇଁ ହାଟବଜାର ବନ୍ଦ କରିଦେଲେ ଯେ ହାତବାନ୍ଧି ଘରେ ବସିବାକୁ ହେଲା । ତିନିମାସ ପାଇଁ ଯେଉଁ ଚାଉଳ ସହ ଟଙ୍କା ହଜାରେ ମିଳିଥିଲା ମାସକରେ ଖତମ୍ । ଛୁଆଗୁଡାଙ୍କର ସ୍କୁଲ୍ ବନ୍ଦ । ଘରେ ରହିଲେ ଘଂଟାକୁ ଘଂଟା ଖାଲି ଭୋକଭୋକ କହି ବେଲାଏ ଲେଖା ଗିଳୁଛନ୍ତି । ଦିନକୁ ଛଅ ସାତଥର ଖାଇବାକୁ ମାଗୁଛନ୍ତି, ବହୁତ ଅସୁବିଧା । ହେଲେ ମୁଁ ମୋ’ଚାଷୀ ଭାଇମାନଙ୍କ ପ୍ରତି ଧୋକ୍କା କରି ପାରିବିନି । ଭୋକଓପାସରେ ମରିବାର ଥିଲେ ମରିଯିବି ପଛେ ମିଛକଥା ଲେଖେଇ ସେ ଦଶହଜାର ଟଙ୍କା ମୋର ଲୋଡା ନାହିଁ ।
ଭଗବାନ କରନ୍ତୁ ସମସ୍ତଙ୍କ ହୃଦୟରେ ଚାଷୀକୂଳ ପ୍ରତି ଦୟାଭାବ ଆସୁ ଏବଂ ସରକାର ଏ କରୋନା କାଳରେ ଚାଷୀଙ୍କ ଫସଲ ନଷ୍ଟ କଥାପ୍ରତି ଦୃଷ୍ଟିରଖି ଉପଯୁକ୍ତ ମୁଆବଜା ଦେଇ ହୋଇଥିବା କ୍ଷତିକୁ ଅଳ୍ପ ବହୁତ ଭରପାଇ କରନ୍ତୁ, ନହେଲେ ଋଣ ଛାଡ କରନ୍ତୁ । କିଛି ନକରି ଦାରୁବ୍ରହ୍ମ ପରି ସରକାର ଦର୍ଶକ ସାଜି ବସିରହିଲେ ଚାଷୀକୂଳ ଭାସି ଯିବେ । ଏହି କରୋନାର ସଙ୍କଟ କାଳରେ ଚାଷୀ ଉପରେ ଦୁଇଟି କରୁଣା କର । ପ୍ରଥମଟି କୃଷି ଏବଂ ସମବାୟ ବିଭାଗ ଦୁର୍ନୀତି ମୁକ୍ତ କର ଏବଂ ଚାଷୀକୂଳ ବଂଚାଅ ।