Odisha news

ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ 

0
ବାଲିଗୁଡା, ତା, ୨୬/୦୬: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଳ ଙ୍କ ଅଧକ୍ଷତା ରେ ଟିକାବାଲି ବ୍ଲକ ର ସମସ୍ତ ପ୍ରାଥମିକ, ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟ ରେ ଶିକ୍ଷକ ଙ୍କ ସମୟାନୁବର୍ତ୍ତିତା, ଅଭିନଵ ଶିକ୍ଷାଦାନ ପ୍ରଣାଳୀ, ଶିକ୍ଷାର୍ଥୀ ଙ୍କୁ ବୁଝି ସେହିଁ ପ୍ରକାରେ ଶିକ୍ଷାଦାନ ପ୍ରଦାନ କରିବା, ବିଦ୍ୟାଳୟ ପରିବେଶ ସ୍ୱଚ୍ଛତା ରଖିବା, ଅଭିଭାବକ ଙ୍କ ସହ ଆଲୋଚନା, ପଞ୍ଚପଦୀ ଲେସନ ପ୍ଲାନ ମାଧ୍ୟମରେ ଶିକ୍ଷାଦାନ, ସୁଲଭ ଓ ଆକର୍ଷଣୀୟ ଶୈକ୍ଷିକ ଉପକରଣ ର ବ୍ୟବହାର, ପ୍ରତ୍ୟେକ ଦିନ କିଛି ସଂସ୍କୁତ ଶ୍ଳୋକ ର ଉଚ୍ଚାରଣ ସହ ପିଲାଙ୍କ ୟୁନିଫର୍ମ, ମଧ୍ୟାହ୍ନ ଭୋଜନ, ୟୁ ଡାଇସ ପ୍ଲୁସ ଓ ଦଶମ ପରୀକ୍ଷାରେ ପିଲାଙ୍କ ସଫଳତା ପାଇଁ ପ୍ରଚେଷ୍ଟା, ଉଲ୍ଲାସ ପାଠକ୍ରମ ରେ ପଞ୍ଜିକରଣ, ବିଦ୍ୟାଳୟ ସମ୍ପର୍କିତ ସମସ୍ତ ବିଷୟ ବସ୍ତୁ ଉପରେ ଶ୍ରୀ ଦିଗାଲ ଆଲୋଚନା କରିଥିଲେ I ଏହି ବୈଠକ ରେ ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସି ଆର ସି ସି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ I
Ad2
Leave A Reply