Odisha news

ବ୍ଲକ ସ୍ତରୀୟ କୃଷକ ସମ୍ବାଦ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଆଲୋଚନା ଏବଂ  କର୍ମଶାଳା ଅନୁଷ୍ଠିତ 

0
ବାଲିଗୁଡା, ତା, ୨୬/୦୬: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ କୃଷି କାର୍ଯ୍ୟାଳୟ ରେ ଟିକାବାଲି ଗୋଷ୍ଠୀ କୃଷି ଅଧିକାରୀ ଶ୍ରୀମତୀ.ସ୍ଵାଗତିକା ଦାସଙ୍କ ସଭାପତିତ୍ୱରେ ଅଞ୍ଚଳ ର ୧୦୦ଜଣ କୃଷକ ମାନଙ୍କୁ ନେଇ ପ୍ରାକୃତିକ କୃଷିର ଗୁରୁତ୍ୱ, ରାସାୟନିକ ସାରର ବିକଳ୍ପ ଜୈବିକ ସାରର ବ୍ୟବହାର ଏବଂ ଆଧୁନିକ କୃଷି ପ୍ରଯୁକ୍ତି ବିଷୟରେ କୃଷକ ମାନଙ୍କୁ ସଚେତନତା କରାଯାଇଥିଲା l ଯାହା ଦ୍ୱାରା ଚାଷୀ କିପରି ଅଧିକ ଲାଭ ବାନ ହୋଇ ପାରିବ ଏବଂ ସରକାରୀ ଯୋଜନା ଉପରେ ମଧ୍ୟ ବିସ୍ତୃତ ଆଲୋଚନା ଚକ୍ର ଅନୁଷ୍ଠିତ କରାଯାଇଥିଲା l କାର୍ଯ୍ୟକ୍ରମରେ ଉପସ୍ଥିତ ବିଶେଷଜ୍ଞମାନେ କହିଥିଲେ ଯେ ପ୍ରାକୃତିକ ଓ ପ୍ରଗତିଶିଳ କୃଷି ଅଵଲମ୍ବନ କଲେ ଉତ୍ପାଦନ ବଢିବା ସହିତ କୃଷକଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ l କୃଷକ ମାନେ ମଧ୍ୟ ଏହି କର୍ମଶାଳାକୁ ସ୍ୱାଗତ କରି ଶିଖିଥିବା ନୂତନ ପଦ୍ଧତିକୁ ନିଜ ଚାଷରେ ପ୍ରୟୋଗ କରିବାକୁ ମତ ପ୍ରକାଶ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ସହକାରୀ ବ୍ଲକ କୃଷି ଅଧିକାରୀ ଶୁଭସ୍ମିତା ସାହୁ, ଅନୁସୂଚିତ ଜାତି ମୋର୍ଚ୍ଚା ରାମବିଶି ଦିଗାଲ, ବ୍ଲକ ଅଧ୍ୟକ୍ଷ ଦିଲୀପ କହଁର , ସମିତି ଉପାଧ୍ୟକ୍ଷା ପ୍ରସ୍ମିତା ପ୍ରଧାନ, ବ୍ଲକ ସଂଯୋଜକ କୃଷକ ମୋର୍ଚ୍ଚା ମିଥୁନ ଦିଗାଲ ଏଫ ଆଇ ଏ ସି ର ଅଧ୍ୟକ୍ଷ ଗ୍ରାମସେବକ କହଁର , ଗୋଷ୍ଠୀ ପ୍ରାଣୀ ଅଧିକାରୀ ଅସୀମ ପାତ୍ର, ସହକାରୀ ଉଦ୍ୟାନ ଅଧିକାରୀ ଟିକାବାଲି,ମୃତ୍ତିକା ସଂରକ୍ଷଣ ଅଧୀଦର୍ଶକ, ସହକାରୀ ବୈଷୟିକ ପରିଚାଳକ, କୃଷି ଅଧିଦର୍ଶକ ଓ କୃଷି ଗ୍ରାମ ସେବିକା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ  l
Nalco
Leave A Reply