Odisha news

ଆଜି ହେଉଛି ବିଶ୍ୱ ପରିବାର ଦିବସ : ବିଶ୍ୱ ପରିବାର ଦିବସ କାହିଁକି ପାଳନ କରାଯାଏ

0
ପ୍ରତାପ ଚନ୍ଦ୍ର ସାହୁ : ସଂସ୍କାର ହେଉଛି ଏକ ଆଧ୍ୟାତ୍ମିକ ଉପଚାର ,ଯାହା ମନୁଷ୍ୟ ର ଗୁଣ କର୍ମ ଓ ସ୍ଵଭାବ୍ କୁ ଉଚିତ ମାର୍ଗ ର ପରି ଚାଲିତ୍ କରିଥାଏ। ଆଉ ଏଇ ସବୁ ଗୋଟିଏ ଶିଶୁ ଶିଖି ଥାଏ ସେ ତା ପରିବାର ରୁ । ଘରକୁ କିଏ ଆସିଲେ କିମ୍ବା ବାହାର କୁ ଗଲେ ତା ସହିତ କିପରି ବ୍ୟବହାର କରିବାକୁ ହେବ ,ସେ ଶିଖି ଥାଏ ତା ପରିବାର ର ସଦସ୍ୟ ମାନଙ୍କ ଠାରୁ। ତାର ଚରିତ୍ର୍ ଗଠନ ହୋଇଥାଏ ସେଇ ପରିବାର ରୁ। ମା ତାର ହେଉଛି ପ୍ରଥମ ତଥା ପ୍ରମୁଖ୍ ଶିକ୍ଷକ। ସେଇ ପରିବାର ହେଉଛି ତା ପାଇଁ ହେଉଛି ମନ୍ଦିର ସଦ୍ରୁସ୍। ପରିବାର ର ମୁଖିଆ ହେଉଛନ୍ତି ଦେବତା ।ତାଙ୍କ କଥା ମାନି ସମସ୍ତେ ଚଲିବାକୁ ବାଧ୍ୟ।ଏଥିରୁ ଶୃଙ୍ଖଳା ଜ୍ଞାନ କଥା ବାରି ହୋଇ ପଡେ। ପିଲା ସ୍ରୁଙ୍ଖଲିତ୍ ହୁଏ। ଘର ତଥା ପରିବାର( ଜୌଥ୍) ର ମୁଖିଆ ଙ୍କ ଠାରୁ ନୀତିବାନି ସମ୍ପର୍କ ରେ ,ପରମ୍ପରା ସମ୍ପର୍କ ରେ ,ସଂସ୍କୃତି ସମ୍ବନ୍ଧ ରେ ସମସ୍ତ ସଦସ୍ୟ ଅବଗତ ହୁଅନ୍ତି। ସେଇ ପରିବାର ଟି ଗୋଟିଏ ଛୋଟିଆ ବିଶ୍ୱ ବିଦ୍ୟାଳୟ କହିଲେ ଅତ୍ୟୁକ୍ତି ହେବନି।
ପ୍ରାଚିନ୍ କାଳରେ ଜୌଥ୍ ପରିବାର ରେ ସଂସ୍କାର୍ ଥିଲା। ଏହି କାର୍ଯ୍ୟ ଥିଲା ଦେବୋତ୍ତମ୍। କହିବାକୁ ଗଲେ ଏହି ସଂସ୍କାର କାର୍ଯ୍ୟ କ୍ରମ ଆରମ୍ଭ ହୋଇ ଯାଉ ଥିଲା ମାତୃ ଗର୍ଭ ରୁ ଏବଂ ଶେଷ ହେଉଥିଲା ମାଟିରେ ମିଶିବା ପର୍ଯ୍ୟନ୍ତ। ଆଜି ସେ ସବୁ ପାଥ୍ୟ୍ ବସ୍ତୁ ହୋଇ ରହି ଯାଇଛି। ଜୀବନ ଚର୍ୟା ରେ ଘୋର ଅଭାବ ପରି ଲଖିତ୍ ହେଉଛି ,ଜଦ୍ଵରା ମାନବ ଜାତି ସ୍ଖଲିତ୍ ଓ ଧ୍ଵନ୍ସଭିମୁଖି। ତାଙ୍କ ଚରିତ୍ର୍ ର ଚିତ୍ର୍ ବଦଳି ଯାଇଛି କହିଲେ ଚଲେ। ପଶୁ ତୁଲ୍ୟ ବ୍ୟବହାର ରେ ଅତିସ୍ଥ୍ କରି ପଜଉଛି ସମାଜ କୁ ,କଲୁସିତ୍ କରୁଛି ତାର ଜନ୍ମ ଜାତକ କୁ ଓ ନିନ୍ଦିତ୍ କରୁଛି ତା ପିତା ମାତା ଙ୍କୁ ,ଦେଶ କୁ ଏବଂ ଜାତି କୁ। ଆଜିର ଶିଶୁ ଆସନ୍ତା କାଲିର ନାଗରିକ ।କେବଳ ନାଗରିକ ନୁହଁ ,ଦେଶର ରକ୍ଷକ ବି ।ମନ ଓ ବିବେକ ଦ୍ୱାରା ଏଇ ଆମ ପାଞ୍ଚ ଇନ୍ଦ୍ରିୟ୍ କୁ ଦମନ କରି ଠିକ ମାର୍ଗ ରେ ପରିଚଲିତ୍ କରି ପାରିଲେ ଯାଇ ସବୁ କିଛି ଠିକ ଠାକ ଚଳିବ। ଅର୍ଥାତ ମନ କୁ ନିଜ ନିୟନ୍ତ୍ରଣ ରେ ରଖିବାକୁ ପଡିବ ହିଁ ପଡିବ। କିନ୍ତୁ ବେଳେ ବେଳେ ଏଇ ବସ୍ତୁବାଦି ଦୁନିଆ ରେ  ମଣିଷ ଗୋଡ଼ ଖସେଇ ଦିଏ।
ମନ ନିୟନ୍ତ୍ରଣ ବାହାରକୁ ଚାଲି ଯାଏ। ଦେଖା ଯାଇଛି ଏସବୁ ଘଟିଛି ସେ ବ୍ୟକ୍ତି ପରିବାର ର୍ ବାହାରକୁ ପଳେଇ ଯାଇ,ଅର୍ଥାତ ନିଜେ ଅଲଗା ରହି। ନିଜେ ଅର୍ଜନ କରୁଥିବା ଧନ ରେ ଆଉ କିଏ ଭାଗିଦାର ନ୍ ହେଉ,ନିଜ ପିଲା ଙ୍କ ଭଲ ଖାଇବା ରେ କିଏ ଭାଗିଦାର ନ୍ ହେଉ,କାଲେ ପିଲେ ଏ ଭଳିଆ ପରିବାର ରେ ଅଶିକ୍ଷିତ ହୋଇଯିବ ଏସବୁ ମନରେ ଦୁସ୍ଚିନ୍ତା ଆଣି ଘରୁ ତଥା ପରିବାର ରୁ ଅଲଗା ରହିବାକୁ ପସନ୍ଦ କରି ଥାନ୍ତି। ଭୁଲି ଯାଆନ୍ତି,ଈଶ୍ୱର ଙ୍କ ସତ୍ତା କୁ। ଏକ ଲଗାମ ବିହୀନ ସାଇସ୍ ବିହୀନ ମନ ଦ୍ୱାରା ପରିଚାଲିତ୍ ହୁଅନ୍ତି ।ପରିସେସ୍ ରେ ଧ୍ବଂସ ମୁଖ ରେ ହିଁ ପଡନ୍ତି। ଦୁହେଁ ଚାକିରୀ।ପିଲା ମାନଙ୍କୁ  ଆୟ ହେପଜତ୍ ରେ। ଏଥିରୁ ଅନୁମାନ କରି ପାରୁଥିବେ,କିପରି ଚରିତ୍ର୍ ଗଠନ ହେଉଥିବ,ସଂସ୍କାର କିପରି ଭାବେ ପିଲା ସିଖୁଥିବେ?  ପିଲା ବାପା ମା ର ସ୍ନେହ ପାଇବାରୁ ବଞ୍ଚିତ୍ । ବିକଳ୍ପ ଭାବେ ପିଲାଙ୍କୁ ହଷ୍ଟେଲ ରେ ଛୋଟ ବେଳୁ ହିଁ ଛାଡି ଦେଇ ଥାନ୍ତି।ମୋଟା ଅଙ୍କର ପଇସା ପଠାଇ ଦେଲେ କାମ ସରିଲା।ଅନ୍ୟ ସବୁ ବିଷୟ ବାପା ମା ପାଖରେ ସମୟ ବା କାହିଁ?  ଏହାର ସୁଯୋଗ ନେଇ ପିଲେ ମଧ୍ୟ ଅୟେସ୍ କରିଥାନ୍ତି,ପାଠ ପଢିବା ପରିବର୍ତ୍ତେ। ବାପା ମାର ପଇସା ବରବାଦ୍ କରିଥାନ୍ତି ଅସତ ମାର୍ଗ ରେ।
ଯଦି ପିଲା ଘରେ ରହି ପଢୁ ଥାଏ ,ତେବେ ଅଫିସ ରେ ଗର୍ବ ର ସହ କହେ ମୋ ପିଲାକୁ ୮ ରୁ ୯ ଟି ଜାଗା ରେ ତ୍ୟୁସନ୍ ଦେଉଛି ,ମା ମଧ୍ୟ ସେଇ ଭଳିଆ ବାହା ସ୍ପତ୍ ନେଇଥାଏ।ହେଲେ ପୁଅ/ ଝିଅ ପ୍ରକୃତରେ କଣ କରୁଛି ବୁଝିବା ପାଇଁ ସମୟ ନ୍ ଥାଏ ବାପା ମା ପାଖରେ।ଯେ ଯା କାର୍ଯ୍ୟ ରେ ବ୍ୟସ୍ତ ,ପଇସା କେମିତି ଅଧିକ ରୁ ଅଧିକ ଅର୍ଜନ କରିବେ। ଶେଷକୁ ଦେଖିଲା ବେଳକୁ ନେଡି ଗୁଡ଼ କହୁନି କୁ ବୋହି ଯାଇଥାଏ। ଅଜଘା ନା ଦେଖି ହେବ ନା କାହାକୁ ଦେଖାଇ ହେବ ଏପରି ପରିସ୍ଥିତି ଉପୁଜି ଥାଏ।ଏଇ ସବୁ ମୂଳ ପରିବାର ରୁ ବାହାରି ଆସିବା ହେତୁ।
ମହାନୁଭବି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତା କହିଥାନ୍ତି ଯେ ସାଢେ ଚାରି କୋଟି ଜନତା ମୋ ପରିବାର ର ସଦସ୍ୟ। ଆସନ୍ତୁ ଆମେ ତାଙ୍କ ଠାରୁ କିଛି ଶିଖିବା ଏବଂ ଅନୁକରନ୍ କରି କାର୍ଯ୍ୟ ରେ ଲଗାଇବା। ଜୌଥ୍ ପରିବାର ରେ ରୁହନ୍ତୁ,ଶାନ୍ତି ରେ ରୁହନ୍ତୁ,ସ୍ରୁଙ୍ଖଲିତ୍ ହୁଅନ୍ତୁ,ସଂସ୍କାର ଧର୍ମୀ ହୁଅନ୍ତୁ  ଆପଣଙ୍କର କିଛି ବି କମି ବ୍ ନାହିଁ ,ଆପଣ ଯେମିତି ଭାବୁ ଛନ୍ତି। କଥାରେ ଅଛି ସଂସାର ଭିତରେ ଘର କରିଥିଲେ ,ପଥର ପଡିଲେ ବି ସହ୍ୟ୍ କରିବାକୁ ପଡିବ।
ଏଣୁ ଜୌଥ୍ ପରିବାର ରେ ରୁହନ୍ତୁ,ସେମାନଙ୍କ ପାଇଁ କିଛି ତ୍ୟାଗ ସ୍ୱୀକାର କରନ୍ତୁ,କଷ୍ଟ କୁ କଷ୍ଟ ନ୍ ଭାବି କାର୍ଯ୍ୟ କରି ଚଲନ୍ତୁ।ଦେଖିବେ ବଡ଼ ମାନଙ୍କ ର ଅଷ୍ରିବାଦ୍ ଛୋଟ ମାନଙ୍କ ର୍ ସ୍ନେହ ସ୍ରଦ୍ଧା ସମସ୍ତ ଙ୍କର ଜୀବନ ପଥ୍ହ୍ କୁ କୁସୁମିତ କରିଦେବ। ସେଇମାନେ ଆପଣ ଙ୍କର ପର ନୁହନ୍ତି,ଆତ୍ମିୟ୍ ରକ୍ତ ସମ୍ପର୍କୀୟ।କିଛି କଷ୍ଟ ହେଉ ପଛକେ ସେମାନଙ୍କ ମୁହଁ ରେ ହସ ଫୁଟା ଅ।ଦେଖିବ ମଙ୍ଗଲ୍ ହିଁ ମଙ୍ଗଳ। ନିଜ ପରିବାର ( ମୂଳ ପରିବାର) କୁ ଅପେନେଇ ନେଲେ  ସମାଜ ଏବଂ ବିଶ୍ୱ ମଧ୍ୟ ଏକ ପରିବାର ସଦ୍ରୁସ୍ ବୋଧ ହେବ ଆପଣଙ୍କ ପାଇଁ। ପରିବାର ( ମୂଳ ପରିବାର) ସ୍ୱର୍ଗ ସହ ସମାନ ,ମନ୍ଦିର।ବାପା ମା ଏଇ ପରିବାର ରୂପକ ମନ୍ଦିର ର ଦେବାଦେବି।ଏଣୁ ପରିବାର ରୁ ଅଲଗା ରହି ବାକୁ ଆଦୌ ଚେସ୍ତିତ୍ ହୁଅନ୍ତୁ ନାହିଁ। ସମସ୍ତେ ମିଳି ମିଶି ରହନ୍ତୁ,ଖୁସି ରେ ରହନ୍ତୁ।
Nalco
Leave A Reply