ମହୁମାଛି ଦେଖିବା ମାତ୍ରେ ଲୋକେ ସେ ସ୍ଥାନ ଛାଡ଼ି ପଳାନ୍ତି । ମାତ୍ର କେରଳର ଜନୈକ ନେଚର୍ ଏମ୍ଏସ୍ ଚାରି ଘଣ୍ଟା ଦଶ ମିନିଟ୍ ପାଞ୍ଚ ସେକେଣ୍ଡ ପର୍ଯ୍ୟନ୍ତ ନିଜ ମୁଣ୍ଡରୁ ବେକ ପର୍ଯ୍ୟନ୍ତ ୬୦ ହଜାର ମହୁମାଛିରେ ଆବୃତ କରି ଗିନିଜ୍ ବିଶ୍ୱ ରେକର୍ଡ କରିଛନ୍ତି । ତାଙ୍କ ବାପା ଜଣେ ମହୁମାଛି ଚାଷୀ । ମହୁମାଛିଙ୍କୁ ଭଲପାଇବା ତାଙ୍କ ବାପା ଶିଖାଇଥିବାରୁ ଏମିତି ଏକ କାରନାମା ସମ୍ଭବପର ହୋଇଛି ବୋଲି ସେ କହିଛନ୍ତି । ମହୁମାଛି ରେକର୍ଡର ସମସ୍ତ ଶ୍ରେୟ ସେ ତାଙ୍କ ବାପାଙ୍କୁ ଦେଇଛନ୍ତି ।