ଲକ୍ଡାଉନ୍ ଘୋଷଣା ପୂର୍ବରୁ ଅଭିନେତ୍ରୀ ରାଧିକା ଆପେଫ ଲଣ୍ଡନରେ ଥିଲେ । ରାଧିକା କହିଛନ୍ତି ଲଣ୍ଡନ ରାସ୍ତାରେ ଲୋକେ ତାଙ୍କୁ ଚିହ୍ନିବାକୁ ଲାଗିଲେଣି । ତାଙ୍କ େୱବ୍ ସିରିଜ୍ ଦେଖି ଲୋକେ ସମୟ କାଟୁଛନ୍ତି । ରାଧିକା ସାକ୍ରେଡ୍ ଗେମ୍ସ, ଘୋଲ ଓ ଅହଲ୍ୟା ଭଳି ଅନେକ େୱବ୍ ଶୋ’ ଓ ସର୍ଟ ଫିଲ୍ମରେ କାମ କରିଛନ୍ତି । ସେ ଏକ ଇଣ୍ଟରଭୁ୍ୟରେ କହିଛନ୍ତି, ‘ଲକ୍ଡାଉନ୍ ଯୋଗୁ ଲୋକେ େୱବ୍ ଶୋ’ ଦେଖୁଛନ୍ତି । ଲଣ୍ଡନରେ ମୁଁ ଲୋକପ୍ରିୟ ହେଉଥିବା ଅନୁଭବ କରୁଛି । ମୋତେ ଦେଖିବା ପାଇଁ ଲୋକେ ଘର ବାହାରେ ଅପେକ୍ଷା କରୁଛନ୍ତି ।’ ଷ୍ଟାର୍ ପରିଚୟ ଲାଭ ପରେ ସେ ଅଜବ ଅନୁଭବ କରୁଛନ୍ତି । କାରଣ ଲୋକେ ତାଙ୍କ ସହ ଆବଶ୍ୟକଠାରୁ ଅଧିକ ଫ୍ରେଣ୍ଡ୍ଲି ହେବାକୁ ଚେଷ୍ଟା କରୁଛନ୍ତି ।