Odisha news

ପୁଣି ଡଗ୍‌ ମିଟ୍‌

0

ଫେଷ୍ଟିଭାଲ୍‌ ଚୀନ୍‌ର ଉହାନ୍‌ରୁ ଉକ୍ସଊନ୍ନ କରୋନା ଭୂତାଣୁ ଏବେ ସୁଦ୍ଧା ସମଗ୍ର ପୃଥିବୀକୁ ଗ୍ରାସ କରି ରହିଥିବା ବେଳେ ସେଠାରେ ୟୁଲିନ୍‌ ସହରରେ ‘ଡଗ୍‌ ମିଟ୍‌ ଫେଷ୍ଟିଭାଲ୍‌’ ପୁଣି ଥିରେ ଆରମ୍ଭ ହୋଇଛି । କରୋନା ମଣିଷ ଦେହରୁ ନା ବାଦୁଡ଼ି ଠାରୁ ସଂକ୍ରମିତ ହୋଇଥିବା ଏ ଯାଏଁ ସ୍ପଷ୍ଟ ହୋଇ ନ ଥିଲେ ହେଁ ସେଠାରେ ଏ ଉତ୍ସବ ଆୟୋଜନ ସମସ୍ତଙ୍କ ଚିନ୍ତା ବଢ଼ାଇଛି । ଜଣେ ଆକଫିଭିଟିଷ୍ଟକହିଛନ୍ତି ଭବିଷ୍ୟତରେ ଏ ଉତ୍ସବ ବନ୍ଦ ହେବାର ସମ୍ଭାବନା ଯଥେଷ୍ଟ ବେଶି । ତେବେ ଏଥର ଏହା ଶେଷଥର ପାଇଁ ଅନୁଷ୍ଠିତ ହୋଇପାରେ । ଭବିଷ୍ୟତରେ କୁକୁର ମାଂସ ବିକ୍ରି ଉପରେ ମଧ୍ୟ କଟକଣା ଲାଗିପାରେ । କୁକୁର ମାଂସ ଖାଇବା ପାଇଁ ପ୍ରତିବର୍ଷ ଲୋକମାନେ ଏ ଉତ୍ସବ ଅବସରରେ ଏକଜୁଟ୍‌ ହୁଅନ୍ତି । ଏହା ୨୧ ଜୁନ୍‌ରୁ ଆରମ୍ଭ ହୋଇ ଜୁନ୍‌ ୩୦ରେ ଶେଷ ହୁଏ । ଜୀବଜନ୍ତୁଙ୍କ ପ୍ରତି ଏ ଅତ୍ୟାଚାର ପାଇଁ ଚୀନ୍‌ ଆନ୍ତର୍ଜାତୀୟ ସ୍ତରରେ ସମାଲୋଚିତ ହୋଇ ଆସିଛି।

Leave A Reply