Odisha news

କରୋନା ପାଇଁ ରାମଦେବଙ୍କ କୋରୋନିଲ୍‌

0

ବାବା ରାମଦେବ କ େ ର । ନ । ର ଆୟୁର୍ବେଦିକ ଔଷଧ ‘କୋରୋନିଲ’ ତିଆରି କରି ପତଞ୍ଜଳି କମ୍ପାନୀ ମ । ଧ୍ୟ ମ େ ର ମଙ୍ଗଳବାର ଏହାକୁ ହରିଦ୍ୱାରରେ ଲଞ୍ଚ୍‌ କରିଛନ୍ତି ଏବଂ ଏହି ବଟିକା ଦ୍ୱାରା ରୋଗୀ ୫ରୁ ୧୪ ଦିନ ମଧ୍ୟରେ ଶତପ୍ରତିଶତ ସୁସ୍ଥ ହେଉଥିବା ଦାବି କରିଛନ୍ତି । ରାମଦେବ ଓ ପତଞ୍ଜଳି ସିଇଓ ବାଳକୃଷ୍ଣ ଏହି ଔଷଧର କ୍ଲିନିକାଲ ରିପୋର୍ଟ ଉପସ୍ଥାପନ କରିଛନ୍ତି । ପତଞ୍ଜଳି ରିସର୍ଚ ଇନଷ୍ଟିଚୁ୍ୟଟ୍‌ ଓ ନାଶନାଲ ଇନଷ୍ଟିଚୁ୍ୟଟ୍‌ ଅଫ୍‌ ମେଡିକାଲ ସାଇନ୍ସ, ଜୟପୁର ମିଶି ଏହି ଔଷଧ ତିଆରି କରିଛନ୍ତି । ଅବଶ୍ୟ କୋରୋନିଲର କ୍ଲିନିକାଲ ଟ୍ରାଏଲ ସରିନାହିଁ, ଶେଷ ପର୍ଯ୍ୟାୟରେ ଅଛି । ହରିଦ୍ୱାରର ଦିବ୍ୟ ଫାର୍ମାସି ଓ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌ ଏହାର ପ୍ରଡକ୍ସନ କରୁଛନ୍ତି । ଇନ୍ଦୋର ଓ ଜୟପୁରରେ କ୍ଲିନିକାଲ ଟ୍ରାଏଲ କରାଯାଇଛି ।

ଗିଲୋୟ, ଅଶ୍ୱଗନ୍ଧା, ତୁଳସୀ, ଶ୍ୱସାରି ରସ ଓ ଅଣୁ ତେଲ ମିଶ୍ରଣରେ ଏହି ଔଷଧ ତିଆରି କରାଯାଇଛି । ଦିନକୁ ଦୁଇ ଥର ସକାଳ ଓ ସନ୍ଧ୍ୟାରେ ଏହି ବଟିକା ଖାଇବାକୁ ହେବ । ଅଶ୍ୱଗନ୍ଧା କରୋନା ଭୁତାଣୁକୁ ରୋଗୀର ସୁସ୍ଥ କୋଷିକାରେ ପଶିବାକୁ ଦେଇ ନ ଥାଏ । ଗିଲୋୟ ସଂକ୍ରମଣ ରୋକିଥାଏ । ତୁଳସୀ କୋଭିଡ-୧୯ ଆର୍‌ଏନ୍‌ଏ ଉପରେ ଆକ୍ରମଣ କରି ବ୍ୟାପିବା ରୋକିଥାଏ । କମ୍ପାନୀ କୋରୋନିଲ ସହ ଶ୍ୱସାରି ବଟି ଟାବଲେଟ୍‌ ବି ବିକ୍ରି କରିବ । ହେଲେ ଏହି ଔଷଧ ବ୍ୟବହାର ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ମିଳିନାହିଁ । ଏବେ ଦେଶରେ କରୋନା ଚିକିତ୍ସା ପାଇଁ ମୁଖ୍ୟତଃ ୩ଟି ଔଷଧ ଯଥା ସିପ୍ରେମି, ଫାବିଫ୍ଲì ଓ କୋଭିଫର୍‌ ପ୍ରୟୋଗ କରାଯାଉଛି ।

 

Leave A Reply