Odisha news

ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟାଜଳ ୨୫ରେ ଛଡ଼ାଯିବ

0

ସମ୍ୱଲପୁର : ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଅ ।ସନ୍ତା ୨୫ ତାରିଖ ସକାଳ ୧୦ଟାରେ ଛଡ଼ାଯିବ । ଏନେଇ ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି । ଏଥିପାଇଁ ଡ୍ୟାମ୍ କର୍ତ୍ତୃପକ୍ଷ ପ୍ରସ୍ତୁତି ଅ ।ରମ୍ଭ କରିଛନ୍ତି । ଡ୍ୟାମର ଉପରମୁଣ୍ଡ ଛତିଶଗଡ଼ ଅଞ୍ଚଳରେ ଅଧିକ ବର୍ଷା ହୋଇଥିବାରୁ ଡ୍ୟାମ ମଧ୍ୟକୁ ଜଳ ପ୍ରବେଶ ପରିମାଣ ବଢ଼ିଛି । ଏଥିସହ ଜଳ ପତ୍ତନ ବିବା କାରଣରୁ ଡ୍ୟାମରୁ ଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ନିଅ ।ଯାଇଛି । ତେବେ କେତୋଟି ଗେଟ୍ ଖୋଲିବ ତାହା ସ୍ଥିର ହୋଇ ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଡ୍ୟାମର ଉପର ମୁଣ୍ଡରେ ୨୧.୪୦ ମିଲିମିଟର ବର୍ଷା ହୋଇଛି । ଏବେ ଡ୍ୟାମ ମଧ୍ୟକୁ ସେକେଣ୍ଡକୁ ପ୍ରାୟ ୧ ଲକ୍ଷ ୧୧ ହଜାର ଘନଫୁଟ ଜଳ ପ୍ରବେଶ କରୁଛି । ଜଳ ପତ୍ତନ ୬୧୪ ଫୁଟ୍ ଅତିକ୍ରମ କରିଛି । ଡ୍ୟାମର ସବୋର୍ଚ୍ଚ ଜଳଧାରଣା କ୍ଷମତା ୬୩୦ ଫୁଟ୍ ରହିଛି ।

Leave A Reply