Odisha news

ୱାର୍କ ଫ୍ରମ ହୋମ୍ ର ସାଇଡ ଇଫେକ୍ଟ : ୮୨ ପ୍ରତିଶତ କର୍ମଚାରୀ ଯିବାକୁ ଚାହୁଁ ନାହାନ୍ତି ଅଫିସ

0
ନୂଆଦିଲ୍ଲୀ : ସାରା ବିଶ୍ୱ ମହାମାରୀ କୋଭିଡ 19 କାରଣରୁ କର୍ମମୟ ଜୀବନ ପ୍ରଭାବିତ ହୋଇଛି l ନିକଟରେ ହୋଇଥିବା ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ଲୋକମାନେ ଅଫିସ ଯାଇ କାମ କରିବା ପରିବର୍ତେ ଘରେ ରହି ଅଫିସ କାର୍ଯ୍ୟ କରିବାକୁ ପସନ୍ଦ କରୁଛନ୍ତି l ଏହି ଗବେଷଣାରୁ ଜଣା ପଡିଥିଲା ଯେ ୮୨ ପ୍ରତିଶତ ବ୍ୟକ୍ତି ଘରେ ରହି କାମ କରିବାକୁ ପସନ୍ଦ କରୁଛନ୍ତି l ହୋଇଥିବା ଗୋଟିଏ ସର୍ବେକ୍ଷଣ ଅନୁସାରେ କିଛିଟା ଘରୋଇ କମ୍ପାନୀର କର୍ମଚାରୀ, ସରକାରୀ କର୍ମଚାରୀଙ୍କୁ କରୋନା ପରେ ଅଫିସ ଯାଇ କାର୍ଯ୍ୟ କରିବାକୁ ପରାମର୍ଶ ଦିଆ ଯାଇଥିଲା l
 କିନ୍ତୁ ସେମାନେ ଘରେ ରହି କାମ କରିବାକୁ ପସନ୍ଦ କରୁଛନ୍ତି ବୋଲି କରିଥିଲେ l କିଛିଟା କମ୍ପାନୀ ମଧ୍ୟ ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ ଆମକୁ ନିଜ କମ୍ପାନୀ ପାଇଁ କର୍ମଚାରୀ ଖୋଜିବାକୁ ମଧ୍ୟ ବାଧା ଉପୁଜୁଛି l ଏମିତିରେ ଦେଖିବାକୁ ଗଲେ ଘରେ ରହି କାମ କରିବା ବର୍ତମାନ ବିକଳ୍ପ ନହୋଇ ଗୋଟିଏ ଚଳଣି ହୋଇ ଗଲାଣି l ଏବଂ ଉଦ୍ୟୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନେ ନିଜ ମାଲିକ ନିକଟରୁ ମଧ୍ୟ ଏହି ଆଶା ରଖୁଛନ୍ତି ଯେ ତାଙ୍କୁ ୱାର୍କ ଫର୍ମ ହୋମ୍ କରିବାକୁ ଅନୁମତି ଦିଆଯାଉ l ଏହାକୁ ଆଖି ଆଗରେ ରଖି ଗବେଷକ ମାନେ ମତ୍ତ ଦେଇଛନ୍ତି ଯେ ଆଗକୁ ଏହା ମଣିଷ ସମାଜ ପାଇଁ ଗୋଟିଏ ବଡ଼ ଆହ୍ୱାନ ଭାବରେ ଦେଖାଦେବ l
Leave A Reply