କରୋନା ର ଓମୀକ୍ରାନ ଓ ଡେ଼ଲ୍ଟା ଭାରିଏଣ୍ଟ ରୁ ସୁସ୍ଥ ହେବା ପରେ ରୋଗୀମାନେ ଅଧିକାଂଶରେ ଅସୁବିଧାର ସମୁଖୀନ ହେଉଛନ୍ତି l ଯେଉଁ ବ୍ୟକ୍ତି ମାନଙ୍କ ଉପରେ କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି ସେମାନଙ୍କ ନିକଟରେ ପୋଷ୍ଟ କୋଭିଡ ର ଅନେକ ଲକ୍ଷଣ ଦେଖା ଯାଉଛି l ବିଶେଷ ଭାବରେ ଦୁର୍ବଳ ଲାଗିବା ଥକା ଲାଗିବା ଇତ୍ୟାଦି l କିନ୍ତୁ ବିଶେଷ ଭାବରେ ଦେଖା ଯାଉଥିବା ଲକ୍ଷଣ ଗୁଡିକ ହେଲା ଛାତିରେ ଯନ୍ତ୍ରଣା,ଦୃତ ଭାବରେ ହାର୍ଟ ବିଟ ହେବ ,ନିଶ୍ୱାସ ନେବାକୁ କଷ୍ଟ ହେବା ଇତ୍ୟାଦି ସମସ୍ୟାକୁ ଅଣଦେଖା କରିବା ଉଚିତ ନୁହେଁ l
ଗବେଷକ ମାନଙ୍କ ମତରେ କରୋନା ଆପଣଙ୍କ ଫୁସଫୁସ, ହାର୍ଟ,ମାଂସପେଶୀ,ଅନ୍ତନାଳୀ କିମ୍ବା ଶରୀରର ଯେ କୌଣସି ଅଙ୍ଗକୁ ପ୍ରଭାବିତ କରିପାରେ l ଏପରି ସ୍ଥିତିରେ କୌଣସି ଲକ୍ଷଣକୁ କରୋନା ପରେ ଅଣଦେଖା କରିବା ଉଚିତ ନୁହେଁ l
* ହାର୍ଟ ବିଟ ଯଦି ସାଧାରଣ ଭାବରେ ହେଉଛି ତେବେ ଏହା ଗ୍ରହଣୀୟ ଅଟେ , କିନ୍ତୁ ଯଦି ଏହା ଦ୍ରୁତ ଭାବରେ ହେଉଛି ତେବେ ଏହା ଶରୀର ପାଇଁ ଠିକ ନୁହେଁ l ଯଦି ଆପଣ କରୋନା ପରେ ଏପରି କିଛି ଲକ୍ଷଣକୁ ଦେଖୁଛନ୍ତି ତେବେ ସେଥିପ୍ରତି ସତର୍କ ରୁହନ୍ତୁ l ଅକ୍ସିମିଟର ଜରିଆରେ ଆପଣ ନିଜର ହୃତସ୍ପନ୍ଦନ କୁ ନିରୀକ୍ଷଣ କରନ୍ତୁ l ଯଦି ଏଥିରୁ ଅଧିକ କିମ୍ବା କମ ହେଉଛି ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l ଏହା ୬୦ ରୁ ୧୦୦ ମଧ୍ୟରେ ରହିବା ଉଚିତ l
* ଦୁର୍ବଳ ଲାଗିବା ହେଉଛି କରୋନା ପରର ଆଉ ଗୋଟିଏ ଲକ୍ଷଣ l ଆମ ହାର୍ଟ ସାରା ଶରୀରକୁ ରକ୍ତ ସଂଚାଳନ କରିଥାଏ l କିନ୍ତୁ ଯଦି ଏହା ଦୁର୍ବଳ ହୋଇ ଯାଇଥାଏ ତେବେ ଏହା ରକ୍ତ ସଂଚାଳନ ଠିକ ଭାବରେ କରି ପାରି ନଥାଏ l ତେଣୁ ଆପଣ ଥକାପଣ ଅନୁଭବ କରି ଥାଆନ୍ତି l
* ଯଦି ଆପଣଙ୍କର କରୋନା ପରେ ଛାତିରେ ଯନ୍ତ୍ରଣା ଅନୁଭବ ହେଉଛି ତେବେ ଆପଣ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l ଛାତି ଯନ୍ତ୍ରଣା ହାର୍ଟ ଦୁର୍ବଳର କାରଣ ହେଉଛି କି? କାରଣ କରୋନା ସଂକ୍ରମଣ ଦ୍ୱାରା ହାର୍ଟ ରେ ସମସ୍ୟା ଦେଖା ଦଇଥାଏ ଏହା ଏକ ସାଧାରଣ କଥା କାରଣ ହାର୍ଟ ମଧ୍ୟ ସଂକ୍ରମିତ ହୋଇଥାଏ l
* କରୋନା ଛାଡିବା ପରେ ଅକ୍ସିଜେନ ସମସ୍ୟା ଦେଖା ଦେଇଥାଏ l ଅଧିକାଂଶ ସମୟରେ କରୋନା ମହାମାରୀ ରୁ ଠିକ ହେବା ପରେ ମଧ୍ୟ ଅକ୍ସିଜେନ ସ୍ତରରେ ସମସ୍ୟା ଉପୁଜି ଥାଏ l
କରୋନା ରୁ ଠିକ ହେବା କଣ କରିବା ଉଚିତ –
– କରୋନା ରୁ ଠିକ ହେବା ପରେ ଆପଣଙ୍କୁ ପ୍ରୋଟିନ ଯୁକ୍ତ ଆହାର ସେବନ କରିବା ଆବଶ୍ୟକ l
– ଦିନର ସମସ୍ତ ମିଲ କୁ ସଠିକ ପରିମାଣରେ ଖାଇବା ଉଚିତ l
– ନିୟମିତ ପ୍ରାଣାୟାମ ଓ ଯୋଗ କରିବା ଉଚିତ, ଏହାଦ୍ୱାରା ଶରୀରରେ ଅକ୍ସିଜେନ ଠିକ ଭାବରେ ପହଂଚିବା ଉଚିତ l
– କରୋନା ରୁ ଉଠିବା ପରେ ହେବି କାମ କରନ୍ତୁ ନାହିଁ l