ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଜଣେ ପୁରୁଷର ଭାଗ୍ୟ ନିର୍ଧାରଣ ହୋଇଥାଏ ସ୍ତ୍ରୀର ଗୁଣକୁ ନେଇ l କାରଣ କୁହାଯାଏ ଯେ ଯେଉଁ ହିନ୍ଦୁ ନାରୀ ସ୍ୱଭାବରେ ସାବିତ୍ରୀ, କଥାରେ ସରସ୍ବତୀ ଓ କାର୍ଯ୍ୟରେ ଲକ୍ଷ୍ମୀ ହୋଇ ଥାଆନ୍ତି ସେମାନଙ୍କ ସଂସାର ସର୍ବଦା ଖୁସି ଓ ବିଳାସରେ ଭରି ଉଠିଥାଏ l ତେଣୁ ଏହାକୁ ଆଖି ଆଗରେ ରଖି ନାରୀର ଏପରି ଚାରିଟି ଗୁଣର ବର୍ଣନା କରାଯାଇଛି ଯାହା ଗୋଟିଏ ସ୍ୱାମୀର ସଫଳତାର ଚାବିକାଠି ଅଟେ l
* ଏଭଳି ସ୍ତ୍ରୀ ଯିଏକି ଶିକ୍ଷିତା ଓ ସଂସ୍କାରି ହୋଇଥିବ, ଧର୍ମ ଶାସ୍ତ୍ରରେ ଜ୍ଞାନ ଥିବ, ଠିକ ଭୁଲ ମଧ୍ୟରେ ପ୍ରଭେଦ ଜାଣି ପାରୁଥିବ l ଏଭଳି ନାରୀ ନିଜର ଭଲ ଆଚରଣ ରଖିବା ସହ ନିଜ ସନ୍ତାନକୁ ମଧ୍ୟ ସଂସ୍କାର ଦେଇ ପାରୁଥିବ ଏଭଳି ସ୍ତ୍ରୀ ଯେଉଁ ଘରେ ରହିଥିବ ସେହି ଘରେ ସର୍ବଦା ସୁଖ, ଶାନ୍ତି,ସମୃଦ୍ଧି ବାସ କରିଥାଏ l
* ଯେଉଁ ନାରୀ ସ୍ୱାମୀର ଅସୁବିଧା ସମୟ ପାଇଁ ଧନ ସଂଚୟ କରି ରଖିଥାଏ, ପରିବାର ର କ୍ଳେଶ ସମୟରେ ସାହାଯ୍ୟର ହାତ ବଢ଼ାଇ ଥାଏ ଏଭଳି ନାରୀ ସବୁ ପରିବାର ପାଇଁ ଭାଗ୍ୟଶାଳୀ ହୋଇଥାଏ l ଏହି ନାରୀମାନେ ଅସୁବିଧା ସମୟରେ ପରିବାର କୁ ବିପଦ ଠାରୁ ଦୁରେଇ ରଖି ଥାଆନ୍ତି l
* ଯେଉଁ ନାରୀର ଆଚରଣ ଓ ବ୍ୟବହାର ପରିବାର ଓ ସମ୍ପର୍କୀୟ ମାନଙ୍କ ସହିତ ସୁନ୍ଦର ସମ୍ପର୍କ ଗଢି ତୋଳିବାରେ ସାହାଯ୍ୟ କରିଥାଏ ସେହି ନାରୀ ସର୍ବଦା ପୂଜ୍ୟା ଅଟେ l ଏହିଭଳି ଘରେ ସନ୍ଥ ମହାତ୍ମାଙ୍କ ଆଶୀର୍ବାଦ ବାସ କରିଥାଏ l
* ଯେଉଁ ନାରୀ ଧର୍ଯ୍ୟଶାଳୀ ତାର ସ୍ୱାମୀ ଖୁବ ଭାଗ୍ୟବାନ ଅଟେ l କାରଣ ଏଭଳି ମହିଳା ସବୁ ଅସୁବିଧାକୁ ଧାର୍ଯ୍ୟର ସହିତ ସାମ୍ନା କରିଥାଏ ଓ ପରିବାର ସଦସ୍ୟଙ୍କ ପାଇଁ ପ୍ରେରଣା ଅଟେ l