Odisha news

ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରତିଦିନ ପାଠ କରନ୍ତୁ ଏହି ଚମତ୍କାରୀ ମନ୍ତ୍ର, ଖୋଲିଯିବ ଭାଗ୍ୟ ମିଳିବ ସଫଳତା

0

ମା ଲକ୍ଷ୍ମୀଙ୍କର ଯାହା ଉପରେ କୃପା ଦୃଷ୍ଟି ରହିଥାଏ,ତାର ଭାଗ୍ୟ ବଦଳି ଯାଇଥାଏ l କିନ୍ତୁ ଆମ ଜୀବନରେ ଆମେ କିଛିଟା ଭୁଲ କାର୍ଯ୍ୟ କରିଥାଉ ଯେଉଁ କାରଣରୁ ଆମେ ଲକ୍ଷ୍ମୀଙ୍କ ରୋଷର ଶିକାର ହୋଇଥାଉ l ଯେଉଁ ବ୍ୟକ୍ତି ଲକ୍ଷ୍ମୀଙ୍କ କୃପା ଲାଭ କରିଥାଏ ତାର ଜୀବନ ସୁଖ ସମୃଦ୍ଧି ରେ ଭରି ଉଠିଥାଏ l ତେଣୁ ଏପରି କିଛି ମନ୍ତ୍ର ରହିଛି ଯାହାକୁ ପାଠ କରିବା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରିହୁଏ l

* ଋଣ ମୁକ୍ତି ପାଇଁ ଉପାୟ – ଆମ ମଧ୍ୟରେ ଏପରି କିଛି ବ୍ୟକ୍ତି ରହିଛନ୍ତି ଯେଉଁମାନେ ଋଣ ଭାରରେ ଦବି ଯାଇ ଥାଆନ୍ତି ସେଭଳି ବ୍ୟକ୍ତିଙ୍କୁ ନିୟମିତ ଅରୁଆ ଚାଉଳ ଓ ଦୁବ ଗାଈ କୁ ଖାଇବାକୁ ଦେବା ସହିତ ଲକ୍ଷ୍ମୀଙ୍କ ନିକଟରେ ଏହି ମନ୍ତ୍ରକୁ ଜପ କରିବା ଆବଶ୍ୟକ l ” ଓଂ କ୍ଳିଙ୍ଗ ହଃଲିଂ ଲକ୍ଷ୍ମୀୟେ ସ୍ୱାହା”, ତା ସହିତ ପରିଶ୍ରମ କରିବା ମଧ୍ୟ ଆବଶ୍ୟକ l

* ଧନ ପ୍ରାପ୍ତିର ଉପାୟ – ଯଦି ଆପଣ ପରିଶ୍ରମ ପରେ କିମ୍ବା ବ୍ୟବସାୟ କରି ଧନ ଲାଭ କରି ପାରୁ ନାହାନ୍ତି ତେବେ ସ୍ପଟିକ ମାଳିରେ ୧୦୮ ଥର ” ପଦ୍ମାସନେ ପଦ୍ମା ଲକ୍ଷ୍ମୀ ସଂମେ ପୁଜ୍ୟନ୍ତି ‘ ଜପ କରନ୍ତୁ ବାକି ପଡିଥବା ସମସ୍ତ ଅର୍ଥ ପାଇଯିବେ l

* ଉନ୍ନତି କରିବାର ମନ୍ତ୍ର – ଜୀବନରେ ସଫଳତା ଲାଭ କରିବା କିମ୍ବା ଉନ୍ନତି ଲାଭ କରିବା ପାଇଁ ପ୍ରତିଟି ମଣିଷ ଇଛା କରି ଥାଆନ୍ତି l କିନ୍ତୁ ବେଳେବେଳେ ପରିସ୍ଥିତି ଓ ସମୟ ବାଧକ ସାଜିଥାଏ l ତେଣୁ ଏହି ମନ୍ତ୍ର ” ଓଂ ଶୃଂ ହିଂ ଶ୍ରୀ ସିଧ ଲଖ୍ମୈ ନମଃ ” ପ୍ରତିଦିନ ସକାଳେ ଗାଧୋଇ ସାରି ଜପ କରନ୍ତୁ l

* ଆର୍ଥିକ ସଙ୍କଟ ରୁ ମୁକ୍ତି ପାଇବାର ଉପାୟ – ଯଦି ଆର୍ଥିକ ସ୍ଥିତି କଷ୍ଟକର ହୋଇ ଯାଇଛି କିମ୍ବା ପଇସାର ଅସୁବିଧା ଦେଖା ଯାଉଛି କିମ୍ବା ସଫଳତା ହାତ ପାଖକୁ ଆସି ଦୁରେଇ ଯାଉଛି ତେବେ କମଳ ପୁଷ୍ପ ଉପରେ ବିମଣ୍ଡିତ ଲକ୍ଷ୍ମୀଙ୍କ ଫଟୋକୁ ପୂଜା କରନ୍ତୁ ଓ ” ଓଂ ଧନାୟ ଲଖ୍ମୈ ନମଃ ‘ ଜପ କରନ୍ତୁ l

* ଶୁଭ କାର୍ଯ୍ୟରେ ସଫଳତା ଲାଭ କରିବା ପାଇଁ – ଯେ କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଭଗବାନ ଙ୍କ ଆଶୀର୍ବାଦ ନେବା ଆବଶ୍ୟକ l ତେଣୁ ଯଦି କୌଣସି ଶୁଭକାର୍ଯ୍ୟ ଘରେ ହେଉଛି ତେବେ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ” ଓଂ ହିଂ ଶୃଂ ଲଖ୍ମୈ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ l

* ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ରେ ନିବିଡ଼ତା ପାଇଁ – ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ରେ ମଧୁରତା ପାଇଁ ‘ ଲକ୍ଷ୍ମୀ ନାରାୟଣୟ ସ୍ୱାହା ‘ପ୍ରତିଦିନ ଜପ କରନ୍ତୁ l

Govt
Leave A Reply