Odisha news

୧୦ ରାଜ୍ୟରେ କରୋନା ପ୍ରକୋପ ବଢ଼ୁଛି: ୨୪ ଘଣ୍ଟାରେ ପ୍ରାୟ ୨ ହଜାର ନୂଆ ମାମଲା, ୪୯ ମୃତ

0

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣର ନୂଆ ମାମଲା ଏବେ ଦ୍ରୁତ ଗତିରେ ବଢ଼ୁଛି। କରୋନା ଆକ୍ରାନ୍ତ ସଂଖ୍ୟା ୨୬ ହଜାର ୯୧୭ରେ ପହଞ୍ଚିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ମୁତାବକ ୨୪ ଘଣ୍ଟାରେ ୧୯୯୦ଟି ନୂଆ ମାମଲା ଆସିଛି ଏବଂ ୪୯ ଜଣଙ୍କ ମୃତ୍ୟୁ ଘଟିଛି। କରୋନା ଭାଇରସ୍‌ର ମୋଟ ୨୬୯୧୭ ମାମଲାରୁ ୨୦୧୭୭ ସକ୍ରିୟ ମାମଲା ରହିଛି। ଏହା ବ୍ୟତୀତୀ ୫୯୧୪ ଲୋକ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। କରୋନା ଭାଇରସ୍‌ରେ ଦେଶରେ ଆଜି ସୁଦ୍ଧା ୮୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସର୍ବାଧିକ ୩୨୩ ଜଣ ମହାରାଷ୍ଟ୍ରରେ ପ୍ରାଣ ହରାଇଛନ୍ତି। ଏବେ ମୁଖ୍ୟତଃ ଦେଶର ୧୦ଟି ରାଜ୍ୟରେ କରୋନାର ପ୍ରକୋପ ବଢ଼ୁଥିବା ଦେଖିବାକୁ ମିଳିଛି।

ମହାରାଷ୍ଟ୍ରରେ କରୋନାର ସର୍ବାଧିକ ପ୍ରକୋପ ଦେଖିବାକୁ ମିଳିଥିବା ବେଳେ ଏଠାରେ ମୋଟ ମାମଲା ୯୦୨୭ରେ ପହଞ୍ଚିଛି। ସାମାଜିକ ଦୂରତ୍ବ ଓ ଲକ୍‌ଡାତରେ ବି ମହାରାଷ୍ଟ୍ରର ଏଭଳି ସ୍ଥିତି ଉଦ୍‌ବେଗ ସୃଷ୍ଟି କରିଛି। ମେ ୩ ପରେ ମଧ୍ୟ ଏଠାରେ ଲକ୍‌ଡାଉନ୍‌ ଜାରି ରହିବ ବୋଲି ସଙ୍କେତ ମିଳିଛି। ମୁମ୍ବାଇ ସହରରେ ସ୍ଥିତି ଦିନକୁ ଦିନ ଜଟିଳ ହେଉଛି। ଦିଲ୍ଲୀ, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ବିହାର, ଗୁଜରାଟ, ପଶ୍ଚିମବଂଗ, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରତ ବୃଦ୍ଧି ଘଟୁଛି। ଦିଲ୍ଲୀରେ ଏବେ ୩୫୦୦ରୁ ଅଧିକ ମାମଲା ଥିବା ବେଳେ ହଟ୍‌ସ୍ପଟ୍‌ ସଂଖ୍ୟା ମଧ୍ୟ ବଢ଼ୁଛି। ତାମିଲନାଡ଼ୁରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୦୦ ଅତିକ୍ରମ କରିଯାଇଥିବାରୁ ସେଠାରେ କଟକଣା ଅଧିକ କଠୋର କରାଯାଇଛି। ୫ଟି ସହରକୁ ସଂପୂର୍ଣ୍ଣ ସଟ୍‌ଡାଉନ୍‌ରେ ରଖାଯାଇଛି। ମଧ୍ୟପ୍ରଦେଶର ଇନ୍ଦୋର ଏବଂ ଭୋପାଳରେ ସଙ୍କଟ ବଢ଼ୁଛି। ରାଜ୍ୟରେ ୧୦୦ ଜଣ କରୋନାରେ ପ୍ରାଣ ହରାଇଲେଣି। ବିହାର ଏବଂ ପଶ୍ଚିମବଂଗରେ ମଧ୍ୟ ବିଗତ ୩ ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୃତ ବୃଦ୍ଧି ଘଟିଛି। ବିହାରରେ ଆଜି ସୁଦ୍ଧା ୨୯୧ ମାମଲା ଚିହ୍ନଟ ହୋଇଥିବା ବେଳେ ପଶ୍ଚିମବଂଗରେ ସଂକ୍ରମିତଙ୍କ ସଂଖ୍ୟା ୭୩୪ରେ ପହଞ୍ଚିଛି। ସ୍ଥିତି ଆକଳନ ପାଇଁ ପଶ୍ଚିମବଂଗ ଯାଇଥିବା କେନ୍ଦ୍ରୀୟ ଟିମ୍‌କୁ ରାଜ୍ୟ ସରକାର ସହଯୋଗ କରୁନଥବାରୁ ଏଠାରେ ମାମଲା ଦିନକୁ ଦିନ ଜଟିଳ ହେଉଛି। ଆନ୍ଧ୍ର ପ୍ରଦେଶରେ ଏ ପର୍ଯ୍ୟନ୍ତ ୧୨୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ହଟ୍‌ସ୍ପଟ୍‌ ଅଂଚଳରେ ସର୍ବାଧିକ କଟକଣା ଲାଗୁ କରିବାକୁ ଯୋଜନା କରୁଛନ୍ତି।

Leave A Reply