Odisha news

ଶୀତଋତୁରେ ଗ୍ୟାସ ସମସ୍ୟାରେ ପୀଡିତ ହେଉଥିଲେ ତୁରନ୍ତ ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

0

ସାଧାରଣ ଭାବରେ ଆମେ ତୈଳ ଯୁକ୍ତ ଭୋଜନ କରିବା ଦ୍ୱାରା କିମ୍ବା ମସଲାଯୁକ୍ତ ଖାଦ୍ୟ କରିବା ଦ୍ୱାରା ଗ୍ୟାସ ହୋଇଥାଏ l କିନ୍ତୁ କିଛି ଲୋକ ଙ୍କର ଏହା ଗୋଟିଏ ସାଧାରଣ ସମସ୍ୟା ହୋଇଯାଇ ଥାଏ l କିଛି ଖାଆନ୍ତୁ କିମ୍ବା ନଖାଆନ୍ତୁ ଗ୍ୟାସ ସମସ୍ୟା ଦେଖାଯାଇ ଥାଏ l ଏପରି ସ୍ଥିତିରେ କିଛି ଟା ଘରୋଇ ଉପଚାର ନିଜ ଦୈନନ୍ଦିନ ଜୀବନ ରେ ନିହାତି ସାମିଲ କରନ୍ତୁ l

– ମେଥି ପାଣି ଗ୍ୟାସ ପାଇଁ ଗୋଟିଏ ଭଲ ଉପଚାର ଅଟେ , ଯାହାକି ଅପଚ ଗ୍ୟାସ ଭଳି ସମସ୍ୟାରୁ ଆରାମ ଦେଇଥାଏ l ଏହା ବ୍ୟତୀତ ଏହl ପେଟ ସମ୍ବନ୍ଧୀୟ ଅନ୍ୟ ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ

– ପାଚନ ସମ୍ବନ୍ଧିତ ସମସ୍ୟାରୁ ଆରାମ ଦେବ ପୁଦିନା ପାଣି ଓ ପୁଦିନା ପତ୍ରରେ ପ୍ରସ୍ତୁତ ଚା l ଏହାଛଡା ପୁଦିନା ପାଣି ବାନ୍ତି ଓ ଦେହ ବୁଲାଇବା ସମସ୍ୟାରୁ ମଧ୍ୟ ଆରାମ ଦେବ l ତେଣୁ ନିୟମିତ କିଛିଟା ପୁଦିନା ପତ୍ର କୁ ପାଣିରେ ଫୁଟାଇ ସେଥିରେ ମହୁ ମିଶାଇ ସେବନ କରନ୍ତୁ l

– ଆୟୁର୍ବେଦ ରେ ଵଜ୍ରସାନ କୁ ଖାଦ୍ୟ ହଜମ କରିବା ପାଇଁ କରାଯାଇ ଥାଏ l ବଜ୍ରlସନ ଖାଦ୍ୟ ହଜମ କରିବା ସହିତ ଗ୍ୟାସ ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ l ପ୍ରତିଦିନ ଖାଇ ସାରିବା ପରେ ୫ ମିନିଟ ପର୍ଯ୍ୟନ୍ତ ବଜ୍ରଆସନ ରେ ବସନ୍ତୁ l ଆରାମ ମିଳିବ l

– ଜୁଆଣି ଗ୍ୟାସ ଏସିଡ଼ିଟି ସମସ୍ୟା ପାଇଁ ରାମବାଣ ଅଟେ l ଯେତେବେଳେ ମଧ୍ୟ ଆପଣ ଗ୍ୟାସ ସମସ୍ୟାରେ ପୀଡିତ ହେଉଛନ୍ତି ସେତେବେଳେ ଗୋଟିଏ ଚାମଚ ଜୁଆଣି କୁ ସାମାନ୍ୟ ଉଷୁମ କରି ନିଅନ୍ତୁ ଏବଂ ଏହାକୁ ଚୋବାଇ ଖାଇ ଉଷୁମ ପାଣି ସାମାନ୍ୟ ସେବନ କରନ୍ତୁ l

– ଯେତେବେଳେ ଅତ୍ୟଧିକ ଗ୍ୟାସ ରେ ପୀଡିତ ହେଉଛନ୍ତି ସେତେବେଳେ ସାମାନ୍ୟ ହେଙ୍ଗୁ କୁ ପାଣିରେ ମିଶାଇ ନାଭି ରେ ଲଗାଇ ନିଅନ୍ତୁ , ତୁରନ୍ତ ଗ୍ୟାସ ସମସ୍ୟାରୁ ଆରାମ ମିଳିବ l ନଚେତ ସାମାନ୍ୟ ହେଙ୍ଗୁ କୁ ଉଷୁମ ପାଣିରେ ମିଶାଇ ସେବନ କରନ୍ତୁ l

Leave A Reply