Odisha news

ଆୟୁର୍ବେଦ ଅନୁସାରେ : ଶୀତ ଋତୁରେ ଓଜନ ହ୍ରାସ ଠାରୁ ନେଇ ଇମ୍ୟୁନିଟି ବୁଷ୍ଟ କରିଥାଏ ଏହି ଚମତ୍କାର ଚା, ନିୟମିତ କରନ୍ତୁ ସେବନ

0

ଶୀତଋତୁ ଆସିବା ମାତ୍ରକେ ସର୍ଦି କାଶ ର ସମସ୍ୟା ବଢି ଯାଇଥାଏ , ଯାହାଦ୍ୱାରା କେବଳ ଆମେ ପ୍ରଭାବିତ ହୋଇ ନଥାଉ ଆମ ଚତୁର୍ପାଶ୍ୱ ରେ ଥିବା ଲୋକେ ମଧ୍ୟ ପ୍ରଭାବିତ ହୋଇ ଥାଆନ୍ତି l ଆୟୁର୍ବେଦ ଅନୁସାରେ ଶୀତ ଋତୁରେ ଓଜନ ହ୍ରାସ ଠାରୁ ନେଇ ଇମ୍ୟୁନିଟି ବୁଷ୍ଟ କରିଥାଏ ଏହି ଚମତ୍କାର ଚା, ନିୟମିତ କରନ୍ତୁ ସେବନ

ଶୀତଋତୁ ଆସିବା ମାତ୍ରକେ ସର୍ଦି କାଶ ର ସମସ୍ୟା ବଢି ଯାଇଥାଏ , ଯାହାଦ୍ୱାରା କେବଳ ଆମେ ପ୍ରଭାବିତ ହୋଇ ନଥାଉ ଆମ ଚତୁର୍ପାଶ୍ୱ ରେ ଥିବା ଲୋକେ ମଧ୍ୟ ପ୍ରଭାବିତ ହୋଇ ଥାଆନ୍ତି ” ଆୟୁର୍ବେଦ ଚିକିତ୍ସା ପଦ୍ଧତି ଅନୁସାରେ ଶୀତ ଋତୁରେ ଏହି ଆୟୁର୍ବେଦ ପାନୀୟ ଓଜନ ହ୍ରାସ କରିବାରୁ ନେଇ ବିଭିନ୍ନ ରୋଗ ଠାରୁ ଦୁରେଇ ରଖିଥାଏ l

ଆସନ୍ତୁ ଜାଣିବା ଏହି ଆୟୁର୍ବେଦ ପାନୀୟ ପ୍ରସ୍ତୁତି ପ୍ରଣାଳୀ :-
– ଗୋଟିଏ କମଳା ର ଚୋପା କୁ ୧୦ ମିନିଟ ପର୍ଯ୍ୟନ୍ତ ପାଣିରେ ପକାଇ ଫୁଟାନ୍ତୁ l
– ଏହାପରେ ଏହି ପାଣି ରେ ୫୦ ଗ୍ରାମ କଞ୍ଚା ହଳଦୀ ଓ ୫୦ ଗ୍ରାମ୍ କଞ୍ଚା ଅଦା ଛେଚି କି ମିଶାଇ ନିଅନ୍ତୁ l
– ଏହାପରେ ଏହାକୁ ଠିକ ଭାବେ ଫୁଟାଇ ନିଅନ୍ତୁ l ଏବଂ ଛାଣି ଉଷୁମ ଉଷୁମ ଉଷୁମ ସକାଳୁ ଖାଲି ପେଟରେ ସେବନ କରି ନିଅନ୍ତୁ l

* ଏହି ଆୟୁର୍ବେଦ ପାନୀୟ ନିୟମିତ ଶୀତ ଋତୁରେ ସେବନ କରିବା ଦ୍ୱାରା ବ୍ଲଡ଼ ପିୟୁରିଫାଏ ହୋଇଥାଏ l ଏବଂ ସର୍ଦି କାଶ ରୁ ଆରାମ ମିଳିଥାଏ l ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ l ଏବଂ ଥଣ୍ଡାରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରୁ ଆରାମ ମିଳିଥାଏ l

* ଏହାଛଡା ପ୍ରତିଦିନ ଖାଲି ପେଟରେ ନିୟମିତ ଏହି ପାନୀୟ ସେବନ କରିବା ଦ୍ୱାରା ଶୀତ ଋତୁରେ ଓଜନ ହ୍ରାସ ହୋଇଥାଏ l

* ପ୍ରତିଦିନ ସକାଳେ ଖାଲି ପେଟରେ ପିଇବା ଦ୍ୱାରା କଲେଷ୍ଟ୍ରାଲ ହ୍ରାସ ହୋଇଥାଏ ଓ ଶରୀର ରେ ଗୁଡ଼ କଲେଷ୍ଟ୍ରାଲ ବୃଦ୍ଧି ହୋଇଥଏ l

* ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର ରେ ଶୀତ ଋତୁରେ ଏହି ପାନୀୟ କୁ ପାୱାର ବୁଷ୍ଟର ବୋଲି କୁହାଯାଇ ଥାଏ l

Leave A Reply