ରସୁଣ ରେ ଆଣ୍ଟି ବ୍ୟାକଟେରିଆଲ, ଆଣ୍ଟି ଫଙ୍ଗାଲ୍, ଆଣ୍ଟି ଭାଇରଲ ଗୁଣ ରହିଛି l ଏହିସବୁ ତତ୍ୱ ବିଭିନ୍ନ ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ l ରସୁଣ ରେ ଏଲିସିନ ନାମକ ଯୌଗିକ ରହିଥାଏ l ଯାହାକି ଶରୀରର ବିଭିନ୍ନ ଅଙ୍ଗ କୁ ସଂକ୍ରମଣ ଠାରୁ ରକ୍ଷା କରିଥାଏ l ରସୁଣ ରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଶରୀରର କୋଷିକା ଗୁଡିକୁ ଫ୍ରୀ ରେଡିକୁଲାସ ରୁ ରକ୍ଷା କରିଥାଏ l ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ l ତେଣୁ ପ୍ରତିଦିନ ଶୀତ ଋତୁରେ ସକାଳୁ ଗୋଟିଏ ପାଖୁଡା ରସୁଣ ନିହାତି ଖାଇବା ଜରୁରୀ l
* ଶୀତ ଋତୁରେ ସର୍ଦି , କାଶ ଭଳି ରୋଗ ଅତି ସାଧାରଣ ଅଟେ l ତେଣୁ ଏହି ଋତୁରେ ଉଭୟ ଛୋଟ ପିଲା ଓ ବଡ଼ ମଣିଷ ସର୍ଦି କାଶ ରେ ଆକ୍ରାନ୍ତ ହୋଇ ଥାଆନ୍ତି l ଯଦି ଅମେ ଶୀତ ଋତୁରେ ନିୟମିତ ସକାଳୁ ଗୋଟିଏ ପାଖୁଡା ରସୁଣ ଓ ଗୋଟିଏ ଚାମଚ ମହୁ ସାହାଯ୍ୟ ରେ ଖାଇବା ତେବେ ଚମତ୍କାର ଲାଭ ପାଇବା l
* ରସୁଣ ଶରୀରକୁ ଗରମ ପ୍ରଦାନ କରିଥାଏ l ତେଣୁ ଏହାକୁ ଶୀତ ଋତୁରେ ସେବନ କରିବା ନିହାତି ଜରୁରୀ l ରସୁଣ ଶରୀର ରେ ରକ୍ତ ସଂଚାଳନ କରିବାରେ ସାହାଯ୍ୟ କରିଥାଏ l
* ରସୁଣ ରେ ଏଲିସିନ ନାମକ ଯୌଗିକ ରହିଥାଏ l ଯେଉଁଥିରେ ଆଣ୍ଟି ଭାଇରଲ , ଇମ୍ୟୁନୋମଦ୍ୟୁଲେଟରୀ ଗୁଣ ମିଳିଥାଏ l ଏହି ଗୁଣ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ l ତେଣୁ ଶୀତ ଋତୁରେ ରସୁଣ ସେବନ କରିବା ଆବଶ୍ୟକ l
* ଶୀତ ଋତୁରେ ସକାଳୁ ଉଷୁମ ପାଣି ରେ କଞ୍ଚା ରସୁଣ ସେବନ କରିବା ଦ୍ୱାରା ଓଜନ ହ୍ରାସ ହେବା ସହ ଗ୍ୟାସ ଏସିଡିଟି ସମସ୍ୟା ଦୂର ହୋଇଥାଏ l ଏବଂ ଖାଦ୍ୟ ସହଜ ରେ ହଜମ ହୋଇଥାଏ l