ରାଜ୍ୟ ସରକାର ପଞ୍ଚାୟତ ଗୁଡିକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ପ୍ରଶାସନର ଅବହେଳା ଯୋଗୁଁ ଗ୍ରାମର ଯୁବକମାନେ ନିର୍ମାଣ କଲେ ରାସ୍ତା ।
ସିମୁଳିଆ : ପ୍ରତ୍ୟେକ ପଞ୍ଚାୟତଗୁଡିକରେ ଅଧିକ ଉନ୍ନୟନମୂଳକ କାର୍ଯ୍ୟ କରିବା ଲକ୍ଷ ନେଇ ରାଜ୍ୟ ସରକାର ପଞ୍ଚାୟତ ଗୁଡିକ ଅଧିକ ଆର୍ଥ୍ରକ ସୁଦୃଢ କରୁଛନ୍ତି । ହେଲେ ରାଜନେତାଙ୍କ ଦୁର୍ବଳ ମାନସିକତା ଓ ପ୍ରଶାସନର ଅବହେଳା ଯୋଗୁଁ ବର୍ଷ ବର୍ଷ ଧରି ଲୋକମାନେ ଯିବା ଆସିବା ପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଗକୁ ବର୍ଷା ଦିନ ଆସୁଥିବାରୁ ରାସ୍ତା ଭଲ ନ ଥିବାରୁ ଅତ୍ୟାବଶ୍ୟକ ଯାନ, ୧୦୮ଆମ୍ବୁଲାନ,ଦମକଳ ଗାଡି ଓ ଟ୍ରାକ୍ଟର ଯାଇପାରୁନାହିଁ ।
ଯେଉଁଥି ପାଇଁ ରୋଗୀସେବା ବାଧାପ୍ରାପ୍ତ ହୋଇଥାଏ । ଏଭଳି ଇଛାଶକ୍ତିର ଅଭାବ ଦେଖି ଗ୍ରାମର ଉଦ୍ୟମୀ ଯୁବକମାନେ ଶେଷରେ ଅଣ୍ଟା ଭିଡିଛନ୍ତି । ନିଜସ୍ୱ ଉଦ୍ୟମ ଓ ଆର୍ଥôକ ଖର୍ଚ୍ଚରେ ନିର୍ମାଣ କରିଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି ସିମୁଳିଆ ବ୍ଲକର ଅଡା ପଞ୍ଚାୟତର ଛତ୍ରପୁର ଗ୍ରାମରେ । ଏହି ଗ୍ରାମଟି ପଞ୍ଚାୟତର ୯ନଂ ୱାର୍ଡରେ ଅବସ୍ଥିତ । କଳାଶୁଣୀ ଛକଠାରୁ ଆଦିବାସୀ ସାହୀ ପର୍ଯ୍ୟନ୍ତ ଲମ୍ବିଥିବା ଏହି ମାଟି ରାସ୍ତାର ଅବସ୍ଥା କହିଲେ ନ ସରେ । ପ୍ରାୟ ୪ଶହମିଟରରୁ ଅଧିକ ହେବ ଏହି ମୁଖ୍ୟରାସ୍ତା ୯ନଂ ୱାର୍ଡର ୫୦ରୁ ଉଦ୍ଧ୍ୱର୍ ପରିବାର ନିର୍ଭରଶୀଳ । ବର୍ଷ ବର୍ଷ ଧରି ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇଯାଇଥିବାରୁ ଗ୍ରାମବାସୀ ଯିବା ଆସିବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।
ଗ୍ରାମବାସୀଙ୍କର ଏଭଳି ଅବସ୍ଥା ସମ୍ପର୍କରେ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ଅବଗତ ଥାଇ ମଧ୍ୟ ଏ ବର୍ଷ ଆର ବର୍ଷ କହି ସମୟ ଗଡାଇ ଚାଲିଥିବାର ଗ୍ରାମର ଯୁବକମାନେ ଅଭିଯୋଗ କରିଛନ୍ତି । କାହାରି ଶୁଭଦୃଷ୍ଟି ନ ପଡିବାରୁ ଗ୍ରାମର ସ୍ୱେଛାସେବୀ ଯୁବକ କାହ୍ନୁ ଦାସ ଓ ପ୍ରମୋଦ ନାରାୟଣ ରାୟଙ୍କ ନେତୃତ୍ୱରେ ଅଜିତ ଦାସ,ପିତାମ୍ବର ଦାସ,କାଳିଆ ଦାସ,କୁତୁନୁ ଦାସ,ହରି ନାରାୟଣ ରାୟ,ପ୍ରମୋଦ ଦାସ,ଅଦା ଦାସ,ପଟ ଦାସ,ଅମୁଲ୍ୟ ଦାସ,ବିଶୁ ସିଂ ପ୍ରମୁଖ ପାରିଶ୍ରମିକ ଦେଇ ରାସ୍ତା ପାଶ୍ୱର୍ରୁ ମାଟି ଆଣି ରାସ୍ତା ମରାମତି କରିଛନ୍ତି । ସେମାନଙ୍କ ଏଭଳି କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି । ଏହି ରାସ୍ତାର ସ୍ଥାୟୀ ସମାଧାନ ପାଇଁ ସେମାନେ ଦାବୀ ମଧ୍ୟ କରିଛନ୍ତି । ଏ ସଂକ୍ରାନ୍ତରେ ଅଡା ପଞ୍ଚାୟତର ସରପଞ୍ଚ ତାପସ କୁମାର ରାୟମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେହି ସାହିକୁ ରାସ୍ତା କାମ ନିମନ୍ତେ ବ୍ଲକକୁ ଦିଆଯାଇଛି କାର୍ଯ୍ୟାଦେଶ ଆସିଲେ ତୁରନ୍ତ କାର୍ଯ୍ୟ ହେବ ବୋଲି ପ୍ରକାଶ କରିଛନ୍ତି