Odisha news

ସଡକ ଦୁର୍ଘଟଣାରେ ଦାଦନ ଶ୍ରମିକର ମୃତୁ୍ୟ ।

0

ସିମୁଳିଆ : ମୃତୁ୍ୟ ପୁଣି ଏମିତି ବି ଆସେ ,ଜୀବନ ବଞ୍ଚାଇବାକୁ ଯାଇ ଶେଷରେ ଜୀବନକୁ ହାରିବାକୁ ପଡିଲା । କିଏ ଜାଣିଥିଲା ବାଟରୁ ଚାଲୁ ଚାଲୁ ଜୀବନର ବାଟ ଅଧା ରହିଯିବ । ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା ୧୬ନଂ ଜାତୀୟ ରାଜପଥରେ । ଉତ୍ତରପ୍ରଦେଶର ସୀତାମ୍ବରମ ଜିଲ୍ଲାର ଖେସୱାଲ ଥାନା ଅଚଳର ଅଜୟ କୁମାର ଗୈ÷ାତମ (୨୩)ବର୍ଷଙ୍କ କ୍ଷେତ୍ରରେ । ଅଜୟ ବିଜୟୱାଡାରେ ଦାଦନ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ ।

କରୋନା ପାଇଁ ଲକଡାଉନ ହୋଇଯିବା ପରେ ଭୋକଉପାସରେ ରହି ବାଧ୍ୟ ହୋଇ ସାଙ୍ଗମାନଙ୍କ ସହିତ ପାଦରେ ଚାଲି ଚାଲି ନିଜର ଭିଟାମାଟିକୁ ଫେରିବା ପାଇଁଣ୍ଟଅଣ୍ଟାା ଭିଡିଥିଲା । ଆଉ ସାଙ୍ଗମାନଙ୍କ ସହ ଦୀର୍ଘ ରାସ୍ତା ଜାତୀୟ ରାଜପଥରେ ଅତିକ୍ରମ କରିବା ପରେ ପହଞ୍ଚିଥିଲେ ବାଲେଶ୍ୱର ଜିଲ୍ଲା ସୋର ନିକଟସ୍ଥ ୧୬ନଂ ଜାତୀୟ ରାଜପଥରେ ଏକ ଅଜଣା ଗାଡି ପଛ ପଟରୁ ଧକ୍କା ଦେଇ ଚାଲି ଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାଙ୍ଗମାନେ ୧୦୮ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ନେଇଯାଇଥିଲେ । ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ସ୍ୱାସ୍ଥା୍ୟକେନ୍ଦ୍ର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କଟକ ମେଡିକାଲ ନେବା ବାଟରେ ତାଙ୍କର ଅବସ୍ଥା ସ୍ଥିର ହୋଇଥିଲା । ତେଣୁ ଅଜୟକୁ ୧୦୮ଆମ୍ବୁଲାନ୍ସ ମାର୍କୋଣା ମେଡିକାଲକୁ ନେଇ ଆସିଥିଲା ।

ସେଠାରେ କାର୍ଯ୍ୟରତ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଶବକୁ ଆମ୍ବୁଲାନ୍ସ ଯୋଗେ ମାର୍କୋଣା ଡାକ୍ତରଖାନାରୁ ବାଲେଶ୍ୱର ଡାକ୍ତରଖାନାକୁ ନିଆଯାଇଥିଲା । ସାଙ୍ଗରେ ଥିବା ସାଥିମାନେ ଭୋକ ଉପାସରେ ଆଉଟ ପାଉଟ ହେଉଥିବାର ଦେଖି ମାର୍କୋଣା ରିଆ ଅଞ୍ଚଳର ଆମ୍ବୁଲାନ୍ସ ମାଲିକ ବିଜୟ ଜେନା ସେମାନଙ୍କୁ ଖାଇବାକୁ ଦେବା ସହ କିଛି ଆର୍ଥôକ ସହାୟତା ମଧ୍ୟ କରିଥିଲେ । ତାଙ୍କର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି ।

Har Ghar Tiranga

Leave A Reply