ଆଜିକାଲି ଫଟୋ, ଭିଡିଓ, ମେସେଜ୍ ପଠାଇବାର ସବୁଠୁ ସହଜ ମାଧ୍ୟମ ହ୍ୱାଟସ୍ଆପ୍ । ବେଳେବେଳେ ସେଥିରୁ ଜରୁରୀ ମେସେଜ୍ ଡିଲିଟ୍ ହୋଇଗଲେ କିପରି ରିକଭର୍ କରାଯାଇପାରିବ ଅନେକ ୟୁଜର୍ଙ୍କୁ ଜଣା ନ ଥାଏ । ମେସେଜ୍ ରିକଭର୍ କରିବା ପାଇଁ ଚାଟ୍ର୍ର ବ୍ୟାକ୍ଅପ୍ ଥିବା ଜରୁରୀ । ବେଳେବେଳେ ଗୁଗଲ୍ ଡ୍ରାଇଭ୍ରେ ଚାର୍ଟର ବ୍ୟାକ୍ଅପ୍ ନିଆଯାଏ । ଜରୁରୀ ମେସେଜ୍ ଡିଲିଟ୍ ହୋଇଗଲେ ଫୋନ୍ ଅପରେଟ୍ କିମ୍ବା ଅପଡେଟ୍ କରନ୍ତୁ ନାହିଁ । ମେସେଜ୍ ରିକଭରିର ପ୍ରଥମ ଉପାୟ ହ୍ୱାଟସ୍ଆପ୍ ଅନ୍ଇନ୍ଷ୍ଟଲ୍ କରି ପୁନଶ୍ଚ ଇନ୍ଷ୍ଟଲ୍ କରନ୍ତୁ । ପୁରୁଣା ନମ୍ବରରେ ହିଁ ହ୍ୱାଟସ୍ଆପ୍ ସେଟ୍ଅପ୍ କରନ୍ତୁ । ଶେଷରେ ବ୍ୟାକ୍ଅପ୍ ରିଷ୍ଟୋର୍ର ଅ«ନ୍ ମିଳିବ । ଏହି ରିଷ୍ଟୋର୍ରେ ଟ୍ୟାପ୍ କରି ମେସେଜ୍ ରିଷ୍ଟୋର୍ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।