Odisha news

ଯଦି ଶୀଘ୍ର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ରାତିରେ କଦାପି ଖାଆନ୍ତୁ ନାହିଁ ଏହି ୬ଟି ଜିନିଷ

0

ଓଜନ ବୃଦ୍ଧି ହେବାର ଅନେକ କାରଣ ରହିଛି, ସେଥିପାଇଁ କିଛି ମାତ୍ରାରେ ଲାଇଫ ଷ୍ଟାଇଲ ଦାୟୀ ରହିବା ସହିତ, ଆଉ କିଛି ମାତ୍ରାରେ ହର୍ମୋନ ଅସନ୍ତୁଳନ, ଫିଜିକାଲ ଆକ୍ଟିଭିଟି ର ଅଭାବ ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ମଧ୍ୟ ଦାୟୀ ଅଟେ l ଯେଉଁ କାରଣରୁ ଆମେ ଅନେକ ପ୍ରକାର ରୋଗରେ ମଧ୍ୟ ପୀଡିତ ହେଉଚୁ l ଓଜନ ହ୍ରାସ ପାଇଁ ଆମକୁ ହେଲଦି ଡାଏଟ ସହିତ ନିୟମିତ କିଛିଟା ବ୍ୟାୟାମ କରିବା ମଧ୍ୟ ଜରୁରୀ l କିନ୍ତୁ ଅନେକ ସମୟ ରେ ଏହିସବୁ ଜିନିଷ କୁ ଫଲୋ କରି ମଧ୍ୟ ଆମେ ମେଦ ବହୁଳତା ର ଶିକାର ହୋଇଥାଉ l

ସେଥିପାଇଁ କିଛିଟା ଖାଦ୍ୟ କୁ ବିଶେଷ ଭାବରେ ଦାୟୀ କରାଯାଇଛି l ସେହି ଖାଦ୍ୟ ଗୁଡିକ କଣ ଆସନ୍ତୁ ଆମେ ଜାଣିବା l

– ଡିପ ଫ୍ରାଏଡ ଫୁଡ-
ରାତ୍ରି ସମୟ ରେ ପୁରି , ଭଠୁରେ, କିମ୍ବା ଅନ୍ୟ ଛଣା ଛାଣି ଖାଦ୍ୟ ଖାଇବା ଉଚିତ ନୁହେଁ l  ଏହା ଅଏଲି ହେବା ସହିତ ଖୁବ ହେବି ହୋଇଥାଏ l ଯାହା ଶରୀରରେ ଅମ୍ଳ ଜାତ କରିବା ସହ ଓଜନ ବୃଦ୍ଧିର କାରଣ ହୋଇଥାଏ l ଏବଂ ଏଭଳି ଖାଦ୍ୟ ସହଜରେ ହଜମ ମଧ୍ୟ ହୋଇ ନଥାଏ l

– ମଦ୍ୟ ପାନ –
ଆଜିକାଲି ପ୍ରାୟ ସମସ୍ତେ ଷ୍ଟାଇଲ୍ ରେ ରାତିରେ ମଦ୍ୟପାନ କରୁଛନ୍ତି, ଏହା ଓଜନ ବୃଦ୍ଧିର ଗୋଟିଏ ମୁଖ୍ୟ କାରଣ ଅଟେ l ଏହାଦ୍ୱାରା ମେଟାବୋଲିଯିମ ପ୍ରଭାବିତ ହୋଇଥାଏ l ଏବଂ ଏହି କାରଣରୁ ଶରୀର ରେ ଫ୍ୟାଟ ଜମା ହୋଇଥାଏ l

– ଅତ୍ୟଧିକ ମସଲା ଯୁକ୍ତ ଭୋଜନ –
ରାତି ସମୟ ରେ ସର୍ବଦା ଲାଇଟ ଖାଦ୍ୟ ଖାଇବା ଜରୁରୀ , କାହିଁକିନା ରାତି ସମୟ ରେ ଆମ ଶରୀର ଅଧିକ କାର୍ଯ୍ୟ କରିନଥାଏ l ତେଣୁ ରାତିରେ ଆମେ ଅଧିକ ମସଲା ଯୁକ୍ତ ରିଚ ଫୁଡ ଆଦୌ ଖାଇବା ଉଚିତ ନୁହେଁ, ଯଦିବି କେବେ ଖାଉଛନ୍ତି ତେବେ ନିହାତି ୪ ରୁ ୫ କିଲୋମିଟର ଚାଲିବା ଆବଶ୍ୟକ l ନଚେତ ଏହା ଶରୀର ରେ ଅନାବଶ୍ୟକ ଫ୍ୟାଟ ବୃଦ୍ଧି କରିଥାଏ l

– ମିଠା ଜିନିଷ –
ଭାରତୀୟ ଲୋକ ସାଧାରଣ ଭାବରେ ରାତିରେ ଖାଇ ସାରିବା ପରେ କିଛିଟା ମିଠା ଜିନିଷ ଖାଇ ଥାଆନ୍ତି, ଯାହା ତାଙ୍କର ପ୍ରାଥମିକ ପସନ୍ଦ l ଏହାଦ୍ୱାରା ଶରୀର ରେ କେବଳ ସୁଗାର ଲେବୁଲ ବୃଦ୍ଧି ହୋଇନଥାଏ  ବରଂ ହାଇ କ୍ୟାଲୋରୀ କାରଣରୁ ଓଜନ ବୃଦ୍ଧି ମଧ୍ୟ ହୋଇଥାଏ l

– ପ୍ରୋସେସଡ଼ ଫୁଡ-
ଆଜିକାଲି ପ୍ରୋସେସଡ଼ ଫୁଡ ଖାଇବା ଗୋଟିଏ ଷ୍ଟାଇଲ ହୋଇ ଯାଇଛି l ଯେପରିକି ନୁଡୁଲସ , ଚିପ୍ସ, ପ୍ୟାକେଜ ଫୁଡ ଇତ୍ୟାଦି l ଯେଉଁଥିରେ ଅନହେଲଦି ଫ୍ୟାଟ୍ସ , ସୁଗାର, ପ୍ରିଜର୍ଭ ଭେଟିଭ ରହିଥାଏ l ଯାହାକି ଆମ ଶରୀର ପାଇଁ ସମ୍ପୂର୍ଣ କ୍ଷତି କାରକ l

– ଆମିଷ ଖାଦ୍ୟ –
ରାତି ସସମୟ ରେ ଯଦି ଆପଣ ଆମିଷ ଜିନିଷ ଖାଉଛନ୍ତି ତେବେ ଏହା ଆପଣଙ୍କ ଶରୀରରେ ଇରିଟେସନ ବୃଦ୍ଧି କରି ନଥାଏ, ଏବଂ ଝାଳ ବାହାରି ଥାଏ , ଶରୀରରେ ଅମ୍ଳ ବୃଦ୍ଧି କରେ, ଗ୍ୟାସ ଓ ଏସିଡ଼ିଟି ରେ ପ୍ରଭାବିତ କରିଥାଏ l ଏବଂ ଓଜନ ବୃଦ୍ଧିର ଶିକାର କରାଏ l

– ରାତିରେ ଏହି ଖାଦ୍ୟ ଖାଇବା ଜରୁରୀ –
– ରାତ୍ରି ଭୋଜନ ସନ୍ଧ୍ୟା ୭ଟା ୩୦ ମଧ୍ୟରେ ଖାଆନ୍ତୁ
– ରାତ୍ରି ଭୋଜନ ରେ ତେଲ ଓ ଘିଅ ଜାତୀୟ ଜିନିଷ କୁ ସମ୍ପୂର୍ଣ ଦୁରେଇ ଦିଅନ୍ତୁ
– ରାତ୍ରି ଭୋଜନ ହାଲୁକା ଖାଦ୍ୟ ଖାଆନ୍ତୁ
– ରାତ୍ରି ଭୋଜନ ରେ କଦାପି ଆମିଷ ଖାଆନ୍ତୁ ନାହିଁ

Leave A Reply