Odisha news

ୱୀକେଣ୍ଡ ମ୍ୟାରେଜ କଣ ? ଯାହାର ଟ୍ରେଣ୍ଡ ଦୃତ ଗତିରେ ବଢୁଛି

0

ଆଜିକାଲି ବିବାହ ବିଚ୍ଛେଦ ଗୋଟିଏ ସାଧାରଣ କଥା ହୋଇ ଗଲାଣି । ଯାହା ପୂର୍ବରୁ କେବଳ ୟୁରୋପୀୟ ରାଷ୍ଟ୍ର ଗୁଡ଼ିକ ରେ ଦେଖିବାକୁ ମିଳୁଥିଲା , କିନ୍ତୁ ବର୍ତ୍ତମାନ ଏହା ସାରା ବିଶ୍ୱରେ ଦେଖିବାକୁ ମିଳୁଛି । ଅନେକ କ୍ଷେତ୍ରରେ ବିବାହ ର ୨ବର୍ଷ ନ ପୁରୁଣୁ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଉଛି ପାରିବାରିକ କଳହ ଓ ଯାହାର ଶେଷ ପରିଣତି ହେଉଛି ବିବାହ ବିଚ୍ଛେଦ । କିନ୍ତୁ ଏହି ସବୁଥିରୁ ଅଲଗା ହେଉଛି ଜାପାନ , ଯେଉଁଠି ରହିଛି ଖୁବ୍ ସୁନ୍ଦର ନିୟମ ।

ଜାପାନ ରେ ପରିବାର କୁ ଖୁବ୍ ଗୁରୁତ୍ଵ ଦିଆଯାଇ ଥାଏ । ଅନ୍ୟ ଗୋଟିଏ କାରଣ ହେଲା ଏଠାକାର ଅନେକ ଲୋକ ବୌଦ୍ଧ ଧର୍ମାବଲମ୍ବୀ ଅଟନ୍ତି ନଚେତ୍ ନାସ୍ତିକ ଅଟନ୍ତି। ତେଣୁ ବିବାହ ପରେ ଧର୍ମ କୁ ନେଇ ଖୁବ୍ କମ୍ ଝଗଡ଼ା ଦେଖା ଦେଇଥାଏ। ଏହାଛଡା ଜାପାନୀ ବିବାହ ରେ ସ୍ବାମୀ ସ୍ତ୍ରୀ ଉଭୟ ଉଭୟ ଙ୍କୁ ଖୁବ୍ ଅଧିକ ସ୍ପେସ ଦେବାରେ ବିଶ୍ୱାସ ରଖନ୍ତି ।

ପାଖାପାଖି ୨୦ ବର୍ଷ ପୂର୍ବରେ ଜାପାନୀ ଲେଖିକା ୟୁମିକୋ ଗୋଟିଏ ପୁସ୍ତକ ଲେଖିଥିଲେ । ଏଥିରେ ଲେଖିକା ବିଶେଷ ଭାବରେ ଦର୍ଶାଇ ଥିଲେ ଯେ ଯଦି ବିନା ବିବାହ ବିଚ୍ଛେଦ ରେ ସ୍ବାମୀ ସ୍ତ୍ରୀ ଅଲଗା ରହିବେ ଓ ନିଜ ନିଜର ସ୍ଵାଧୀନତା ରେ ରହିବେ ତେବେ କେତେ ଭଲ ହୋଇ ପାରିବ । ଏହି ପୁସ୍ତକ କୁ ନେଇ ସେତେବେଳେ ବିବାଦ ଦେଖା ଦେଇଥିଲା , କିନ୍ତୁ ବର୍ତ୍ତମାନ ଏହି ନିୟମ ଜାପାନ ରେ ଲାଗୁ ହୋଇ ଯାଇଛି । ବିଶେଷ ଭାବରେ ଜାପାନ ରେ ସାମାଜିକ ବ୍ୟବସ୍ଥା ଦୀର୍ଘ ସମୟ ପର୍ଯ୍ୟନ୍ତ ଏଭଳି ଥିଲା ଯେଉଁଠି ପୁରୁଷ ରୋଜଗାର କରିଥିଲା ଓ ମହିଳା ମାନେ ଘର ସମ୍ଭାଳି ରହୁଥିଲେ । କିନ୍ତୁ ମହିଳା ମାନେ ଧୀରେ ଧୀରେ କର୍ମଜୀବୀ ହେଲେ ଯେଉଁ କାରଣରୁ ସେମାନଙ୍କ ଉପରେ ଅନେକ କାମର ଚାପ ରହିଲା ।

ୱିକେଣ୍ଡ ମ୍ୟରେଜ୍ କଣ ? :-
ୱିକେଣ୍ଡ୍ ମ୍ୟରେଜ ଗୋଟିଏ ଏଭଳି ବ୍ୟବସ୍ଥା ଅଟେ ଯେଉଁଥିରେ ସ୍ବାମୀ ସ୍ତ୍ରୀ ବିବାହିତ ହୋଇ ମଧ୍ୟ ଅଲଗା ଅଲଗା ରହି ଥାଆନ୍ତି । ଏହା ଏଥିପାଇଁ ହୋଇଥାଏ କାହିଁକି ନା ଉଭୟ ସ୍ଵାଧୀନ ଭାବରେ ରହି ପାରିବେ । ଦମ୍ପତି ଅଲଗା ଅଲଗା ସହରରେ ଘର ନେଇ ରୁହନ୍ତୁ କିମ୍ବା ଗୋଟିଏ ସହରରେ ରୁହନ୍ତୁ ସେଥିରେ କିଛି ଫରକ୍ ପଡ଼ି ନଥାଏ ।

ସାଧାରଣ ସ୍ବାମୀ ସ୍ତ୍ରୀ ଙ୍କ ଭଳି ଏମାନଙ୍କ ମଧ୍ୟରେ ମଧ୍ୟ ଇମୋଷନାଲ ବଣ୍ଡିଂ ରହିଥାଏ , ଏମାନେ ନିଜ ନିଜର ସୁଖ ଦୁଃଖ ମଧ୍ୟ ବାଣ୍ଟି ଥାଆନ୍ତି , କିନ୍ତୁ ତାହା କେବଳ ସପ୍ତାହ ଶେଷ ବା ୱିକେଣ୍ଡ ରେ ହୋଇଥାଏ । ଏହା କୁ ମଧ୍ୟ ସେପରେସନ୍ ମ୍ୟାରେକ କୁହାଯାଇ ଥାଏ । ଏଭଳି ମଧ୍ୟ ହୋଇଥାଏ ଯେ ଉଭୟ ୨-୪ ଦିନ ଏକାଠି ମଧ୍ୟ ରହି ଥାଆନ୍ତି ।ଏହି ସମୟରେ ଉଭୟଙ୍କ ମଧ୍ୟରେ ସେହି ସମସ୍ତ କଥା ଆଲୋଚନା ହୋଇଥାଏ ଯାହା ସାଧାରଣ ଦମ୍ପତି ଙ୍କ ମଧ୍ୟରେ ହୋଇଥାଏ । ପିଲା ମାନଙ୍କ ର ଶିକ୍ଷା ଠାରୁ ନେଇ ବିବାହ ପର୍ଯ୍ୟନ୍ତ । ନଚେତ୍ ଯଦି କୌଣସି ଏମର୍ଜେନ୍ସି ହୋଇଥାଏ ତେବେ ସ୍ବାମୀ ସ୍ତ୍ରୀ ଏକାଠି ହୋଇ ଥାଆନ୍ତି ।

ଏହାକୁ ନେଇ ଜାପାନ ରେ କୌଣସି ଲିଗାଲ୍ ଟର୍ମ ମଧ୍ୟ ନାହିଁ । ଜାପାନୀ ମାନେ ସିଭିଲ୍ କୋଡ୍ ୭୫୨ ଅନୁସାରେ ସ୍ବାମୀ ସ୍ତ୍ରୀ ଏକାଠି ରୁହନ୍ତି ଓ ଉଭୟ ଉଭୟ ଙ୍କୁ ସପୋର୍ଟ କରିଥାଆନ୍ତି । କିଛି କପଲ୍ ସପ୍ତାହ ଶେଷ ରେ ମିଶି ଥିବା ବେଳେ ଆଉ କିଛି ୧୫ ଦିନକୁ ଥରେ ଏକାଠି ହୁଅନ୍ତି । ଯାହାକୁ ୱିକେଣ୍ଡ ମ୍ୟାରେଜ୍ କୁହାଯାଏ । ଏହାର ଅର୍ଥ ଯେଉଁ ଦମ୍ପତି ମାନେ ସପ୍ତାହ ସାରା ବ୍ୟାଚଲର ବା ଅବିବାହିତ ଭାବରେ ରହି ଥାଆନ୍ତି ସେମାନେ ସପ୍ତାହ ଶେଷ ରେ ନିଜ ପାର୍ଟନର ଙ୍କ ସହିତ ଏକାଠି ହୁଅନ୍ତି ।

ଜାପାନ ରେ କୁହାଯାଏ ଯେ ଯେଉଁ ସନ୍ତାନ ନିଜ ମା ସହିତ ଅଧିକ ସମୟ ରହିଥାଏ , ସେ ଶାରିରୀକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ରହିଥାଏ । ତେଣୁ ସେପରେଶନ ମ୍ୟାରେଜ୍ ରେ ପିଲାମାନେ ମା ମାନଙ୍କ ନିକଟରେ ରୁହନ୍ତି । କିନ୍ତୁ ଏହି ସମୟ ରେ ଗୋଟିଏ ପିତା ନିଜର ଦାୟିତ୍ଵ ତୁଲାଇ ଥାଏ , ଯେପରିକି ସ୍କୁଲ ଛାଡ଼ିବା , ହୋମ୍ ୱର୍କ୍ କରାଇବା ଇତ୍ୟାଦି । ଏହି ସମୟରେ ଉକ୍ତ ବ୍ୟକ୍ତି ଙ୍କ ର ନିଜ ସ୍ତ୍ରୀ ଙ୍କ ସହିତ କୌଣସି ସମ୍ବନ୍ଧ ରୁହେନାହିଁ ।

ଜାପାନୀ ମାନେ ଯଥା ସମ୍ଭବ ଚେଷ୍ଟା କରନ୍ତି ନିଜ ସମ୍ପର୍କ ରକ୍ଷା କରିବା ପାଇଁ । ତେଣୁ ସେମାନେ ବିବାହ ବିଚ୍ଛେଦ କୁ ନ ଆପଣାଇ ଏହି ସେପରେଶନ୍ ମ୍ୟାରେଜ୍ କୁ ଆପଣାଇ ଥାଆନ୍ତି । ଯାହାଦ୍ଵାରା ସେମାନେ ଅଲଗା ଅଲଗା ରହିଲେ ମଧ୍ୟ ମାନସିକ ସ୍ତରରେ ଏକାଠି ସବୁବେଳେ ଯୋଡି ହୋଇ ରହି ପାରିବେ ।

Leave A Reply